ଓଡିଶା

odisha

By

Published : Feb 4, 2021, 9:20 PM IST

ETV Bharat / international

ପାକିସ୍ତାନରେ ସର୍ଜିକାଲ ଷ୍ଟ୍ରାଇକ, ଥରହର ଆତଙ୍କୀ କ୍ୟାମ୍ପ

ଆତଙ୍କବାଦୀଙ୍କୁ ନିଜ ପୁଅ ଭଳି ପାଳୁଥିବା ପାକିସ୍ତାନ ଉପରେ ପୁଣି ସର୍ଜିକାଲ ଷ୍ଟ୍ରାଇକ । ଥରହର ହୋଇଉଠିଛି ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ପଡୋଶୀ ଦେଶ । ଅଧିକ ପଢନ୍ତୁ...

ପାକିସ୍ତାନରେ ପୂନର୍ବାର ସର୍ଜିକାଲ ଷ୍ଟ୍ରାଇକ, ଥରହର ଆତଙ୍କୀ କ୍ୟାମ୍ପ
ପାକିସ୍ତାନରେ ପୂନର୍ବାର ସର୍ଜିକାଲ ଷ୍ଟ୍ରାଇକ, ଥରହର ଆତଙ୍କୀ କ୍ୟାମ୍ପ

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କୁ ନିଜ ପୁଅ ଭଳି ପାଳୁଥିବା ପାକିସ୍ତାନ ଉପରେ ପୁଣି ସର୍ଜିକାଲ ଷ୍ଟ୍ରାଇକ । ଏଥର ଭାରତ ନୁହେଁ, ବରଂ ପାକିସ୍ତାନ ଉପରେ ଏହି ସର୍ଜିକାଲ ଷ୍ଟ୍ରାଇକ କରୁଛି ଇରାନ । ଭାରତ ପକ୍ଷରୁ ପୂର୍ବରୁ କରାଯାଇଥିବା ଦୁଇଟି ସର୍ଜିକାଲ ଷ୍ଟ୍ରାଇକର ଭୟ ଏଯାଏଁ ପାକିସ୍ତାନ ଭୁଲିପାରୁନଥିବାବେଳେ ଇରାନର ସର୍ଜିକାଲ ଷ୍ଟ୍ରାଇକରେ ଥରହର ହୋଇଉଠିଛି ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ପଡୋଶୀ ଦେଶ ।

ସୂଚନା ଅନୁଯାୟୀ ମଙ୍ଗଳବାର ରାତିରେ ବନ୍ଧକ ଥିବା ନିଜ ସୈନିକଙ୍କୁ ମୁକ୍ତ କରିବା ଲାଗି ପାକିସ୍ତାନ ଭତରେ ପଶି ସର୍ଜିକାଲ ଷ୍ଟ୍ରାଇକ କରିଛି ଇରାନ । ଇରାନର ଏହି କାର୍ଯ୍ୟାନୁଷ୍ଠାନରେ ଆତଙ୍କବାଦୀଙ୍କ ସମେତ କେତେକ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଇରାନ ରିଭୋଲ୍ୟୁସନାରୀ ଗାର୍ଡ (IRG) ପକ୍ଷରୁ ଜାରି ହୋଇଥିବା ବୟାନରେ କୁହାଯାଇଛି ୨ ଅପହୃତ ଇରାନର ସୈନିକଙ୍କୁ ସଫଳ ଇଣ୍ଟେଲିଜେନ୍ସ ଅପରେସନ ମାଧ୍ୟମରେ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ୨ ବର୍ଷ ପୂର୍ବରୁ ପାକିସ୍ତାନରେ ସକ୍ରିୟ ଥିବା ଜୈଶ ଅଲ ଅଦଲ ଆତଙ୍କୀ ସଙ୍ଗଠନ ୨ ଆଇଆରଜି ସୈନିକଙ୍କୁ ଅପହରଣ କରିନେଇଥିଲା ।

ABOUT THE AUTHOR

...view details