ଓଡିଶା

odisha

ଦୋହାରେ ହେବ ଇଣ୍ଟ୍ରା-ଆଫଗାନ ବୁଝାମଣା

By

Published : Jun 8, 2020, 5:45 PM IST

ଦୀର୍ଘ ବର୍ଷ ଧରି ଆଫଗାନସ୍ତାନରେ ଚାଲି ଆସିଥିବା ଯୁଦ୍ଧ ପରିସ୍ଥିତିର ଅନ୍ତ ପାଇଁ ସ୍ବାକ୍ଷରିତ ହୋଇଥିଲା ଆଫଗାନ ଶାନ୍ତି ଚୁକ୍ତି । ଏହି ଚୁକ୍ତି ଆଧାରରେ କେତେକ ନିୟମରେ ପରିବର୍ତ୍ତନ ପାଇଁ ପ୍ରସ୍ତାବ ରହିଛି । ଏପଟେ ଇଣ୍ଟ୍ରା-ଆଫଗାନ ନାମକ ଏକ ଚୁକ୍ତି ସ୍ବାକ୍ଷରିତ ହେବାକୁ ଥିବା ବେଳେ ଏହା ଦୋହାରେ ହେବ ବୋଲି ସୋମବାର ସ୍ପଷ୍ଟ ହୋଇଛି ।

intra-afghan negotiation in doha, intra-afghan negotiation, afghanistan-taliban-america, afghanistan-taliban prisoners release, taliban-america peace deal, ଦୋହାରେ ଇଣ୍ଟ୍ରା-ଆଫଗାନ ବୁଝାମଣା, ଇଣ୍ଟ୍ରା-ଆଫଗାନ ବୁଝାମଣା, ଆଫଗାନିସ୍ତାନ-ତାଲିବାନ-ଆମେରିକା, ଆଫଗାନିସ୍ତାନ ଓ ତାଲିବାନ ବନ୍ଦୀ ହସ୍ତାନ୍ତର, ତାଲିବାନ-ଆମେରିକା ଶାନ୍ତି ଚୁକ୍ତି
ଦୋହାରେ ହେବ ଇଣ୍ଟ୍ରା-ଆଫଗାନ ଚୁକ୍ତି ବୁଝାମଣା

କାବୁଲ: ଦୀର୍ଘ ବର୍ଷ ଧରି ଆଫଗାନସ୍ତାନରେ ଚାଲି ଆସିଥିବା ଯୁଦ୍ଧ ପରିସ୍ଥିତିର ଅନ୍ତ ପାଇଁ ସ୍ବାକ୍ଷରିତ ହୋଇଥିଲା ଆଫଗାନ ଶାନ୍ତି ଚୁକ୍ତି । ଏହି ଚୁକ୍ତି ଆଧାରରେ କେତେକ ନିୟମରେ ପରିବର୍ତ୍ତନ ପାଇଁ ପ୍ରସ୍ତାବ ରହିଛି । ସମାନ ଭାବେ ତାଲିବାନ ଓ ଆମେରିକା ମଧ୍ୟରେ ଶାନ୍ତି ଚୁକ୍ତି ସ୍ବାକ୍ଷରିତ ହୋଇଛି । ଯାହା ପରୋକ୍ଷ ଭାବେ ଆଫଗାନ ସହ ଆମେରିକାର ସମ୍ପର୍କ ଶେଷ କରିବ ବୋଲି ଆଶା ଉପୁଜିଥିଲା । ଇଣ୍ଟ୍ରା-ଆଫଗାନ ନାମକ ଏହି ଚୁକ୍ତିରେ କେତେକ ବୁଝାମଣା ସ୍ବାକ୍ଷରିତ ହେବାକୁ ଥିବାବେଳେ ଏହା ଦୋହାରେ ହେବ ବୋଲି ସୋମବାର ସ୍ପଷ୍ଟ ହୋଇଛି ।

କିଛି ତାଲିବାନୀ ସୂତ୍ରରୁ ପ୍ରକାଶ କି ସେନା ଓ କାବୁଲ ସରକାରଙ୍କ ମଧ୍ୟରେ ହୋଇଥିବା ପ୍ରାରମ୍ଭିକ ଆଲୋଚନାରୁ ସ୍ପଷ୍ଟ ହୋଇଛି ଇଣ୍ଟ୍ରା-ଆଫଗାନ ଚୁକ୍ତିର ବୁଝାମଣା ଦୋହାଠାରେ ସ୍ବାକ୍ଷରିତ ହେବ । ଏନେଇ କୌଣସି ନିର୍ଦ୍ଧିଷ୍ଟ ସମୟର ସୂଚନା ରହିନାହିଁ । କିନ୍ତୁ ଏହି ଚୁକ୍ତି ଆଧାରରେ ଆଫଗାନୀ ହେପାଜତରେ ରହିଥିବା 5000 ତାଲିବାନୀ ବନ୍ଦୀଙ୍କୁ ମୁକ୍ତ କରାଯିବ ବୋଲି ଜଣାପଡିଛି । ଏସମ୍ପର୍କରେ ପୂର୍ବତନ ତାଲିବାନୀ କମାଣ୍ଡର ଶୟେଦ ଆକବର ଆଘାଙ୍କ କହିବା ମୁତାବକ ଏହି ବୁଝାମଣା କତାରରେ ହେବାର ଅଧିକ ସମ୍ଭାବନା ରହିଥିଲା ।

ସେ ଏହା ମଧ୍ୟ କହିଛନ୍ତି କି ଆମେରିକା ନିଜ ପ୍ରତିଶୃତିରେ ଅଟଳ ରୁହେ । ତେଣୁ ସେ ତାଲିବାନରେ ବନ୍ଦୀ ଥିବା ଆଫଗାନର 1000 ଯବାନଙ୍କୁ ଖୁବଶୀଘ୍ର ମୁକୁଳାଇବ ବୋଲି ଆଶା ରହିଛି । ଚୁକ୍ତି ମୁତାବକ ଆଫଗାନ ବର୍ତ୍ତମାନ ସୁଦ୍ଧା 2710 ତାଲିବାନୀ ବନ୍ଦୀଙ୍କୁ ମୁକ୍ତ କରିସାରିଥିବା ବେଳେ ତାଲିବାନ 458 ଆଫଗାନ ଯବାନଙ୍କୁ ମୁକ୍ତ କରିସାରିଛି । ସେପଟେ ଇଣ୍ଟ୍ରା-ଆଫଗାନ ବୁଝାମଣାରେ ଆଫଗାନ ନିଜ ପ୍ରତିନିଧିଙ୍କୁ ପଠାଇବା ପାଇଁ ସ୍ପଷ୍ଟ କରିଛି । ଅପରପାର୍ଶ୍ବରେ ଆମେରିକା ପ୍ରେସିଡେନ୍ସିଆଲ ମୁଖପାତ୍ର ସେଦିକ ସେଦିକି କହିଛନ୍ତି କି ଏହି ବୁଝାମଣାରେ ଉଭୟ ଦେଶର ହିତକୁ ନଜରରେ ରଖି ସଠିକ୍‌ ନିଷ୍କର୍ଶ ବାହାରିବାର ଆଶା ରହିଛି ।

@IANS

ABOUT THE AUTHOR

...view details