ରିୟାଦ: ସାଉଦି ଆରବର ଫ୍ଲାଗ କ୍ୟାରିଅର ସୋମବାର କରିଛି ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା । ପରବର୍ତ୍ତୀ ବିଜ୍ଞପ୍ତି ପ୍ରକାଶ ନପାଇବା ପର୍ଯ୍ୟନ୍ତ ଦେଶରେ ଓ ଦେଶକୁ ହେଉଥିବା ସମସ୍ତ ଅନ୍ତର୍ଜାତୀୟ ଉଡାଣ ବାତିଲ କରିବା ନେଇ ଜଣା ପଡିଛି । ଦେଶରେ କୋରୋନା ସଂକ୍ରମଣର ବର୍ଦ୍ଧିତ ସଂଖ୍ୟାକୁ ନଜରରେ ରଖି ଏପରି ନିଷ୍ପତ୍ତି ନିଆଯାଇଥିବା ଜଣା ପଡିଛି । ସେପଟେ ଦେଶରେ ଅନ୍ତର୍ଜାତୀୟ ବିମାନସେବା ସ୍ବାଭାବିକ କେବେ ହେବ ଓ ଏହାର ସୂଚୀ କ’ଣ ରହିବ ତାହା ସରକାର ସୂତ୍ରରେ ପ୍ରକାଶ କରାଯିବା ନେଇ ମଧ୍ୟ କୁହାଯାଇଛି ।
ବର୍ତ୍ତମାନ ଦେଶବାସୀ ଯେଉଁମାନେ ଅନ୍ୟ ଦେଶରେ ଅଟକି ରହିଥିଲେ, ସେମାନଙ୍କୁ ଫେରାଇ ଆଣିବା ପାଇଁ ଅନ୍ତର୍ଜାତୀୟ ଉଡାଣ ଜାରି ରହିବ । ଏହାଛଡା ଅନ୍ୟ କୌଣସି ଉଦ୍ଦେଶ୍ୟରେ ଅନ୍ତର୍ଜାତୀୟ ଉଡାଣ ପାଇଁ ଅନୁମତି ଦିଆଯିବ ନାହିଁ । ସେହିପରି ଜେଦାହ ଓ ହେଲ ମଧ୍ୟରେ ଘରୋଇ ଉଡାଣ ସୋମବାର ଠାରୁ ଆରମ୍ଭ ହୋଇଥିବା ସୂଚନା ରହିଛି । ଇତି ମଧ୍ୟରେ ଦେଶରେ ଘରୋଇ ବିମାନ ଚଳାଚଳ ଆରମ୍ଭ ହୋଇଥିବାରୁ ବେସାମରିକ ବିମାନ ଚଳାଚଳ ବିଭାଗ ଦେଶରେ 5ଟି ନୂଆ ଘରୋଇ ବିମାନବନ୍ଦର ସ୍ଥାପନ କରିଛି ।