ଓଡିଶା

odisha

ETV Bharat / international

କୋରୋନା ପ୍ରକୋପ: ଇଣ୍ଡୋନେସିଆ ଜୁ ର ମାଂସାଶୀ ପ୍ରାଣୀଙ୍କୁ ଦିଆଯିବ ପଶୁପକ୍ଷୀ - କୋରୋନା ପ୍ରକୋପ

ବର୍ତ୍ତମାନ ଇଣ୍ଡୋନେସିଆର ପ୍ରସିଦ୍ଧ ପ୍ରାଣୀ ଉଦ୍ୟାନ ବଦୁଙ୍ଗ ଏକ ଖରାପ ସ୍ଥିତି ଦେଇ ଗତି କରୁଛି । ପ୍ରାଣୀ ଉଦ୍ୟାନର ପଶୁମାନଙ୍କୁ ବର୍ତ୍ତମାନ ଅନ୍ୟ ଖାଦ୍ୟ ସାହାଯ୍ୟରେ ଜୀବନ୍ତ ରଖାଯାଉଛି। ଆଗାମୀ ଦିନରେ ତାଙ୍କୁ ମାଂସ ପାଇଁ ପଶୁ ମାନଙ୍କୁ ମାରିବାକୁ ପଡିପାରେ । ଅଧିକ ପଢନ୍ତୁ...

କୋରୋନା ପ୍ରକୋପ: ଇଣ୍ଡୋନେସିଆ ଜୁ ର ମାଂସାସୀ ପ୍ରାଣୀଙ୍କୁ ଦିଆଯିବ, ପଶୁ ପକ୍ଷୀ
କୋରୋନା ପ୍ରକୋପ: ଇଣ୍ଡୋନେସିଆ ଜୁ ର ମାଂସାସୀ ପ୍ରାଣୀଙ୍କୁ ଦିଆଯିବ, ପଶୁ ପକ୍ଷୀ

By

Published : May 23, 2020, 9:41 PM IST

ଜାକର୍ତ୍ତା: ଜର୍ମାନୀ ପରେ ଇଣ୍ଡୋନେସିଆରେ ଥିବା ଏକ ଜୁ ବା ପ୍ରାଣୀ ଉଦ୍ୟାନରେ ଏକ ବଡ ସମସ୍ୟା ଦେଖିବାକୁ ମିଳିଛି । ସେ ପଶୁ ମାନଙ୍କୁ ଜୀବିତ ରଖିବାକୁ ନିଜ ପ୍ରାଣୀ ଉଦ୍ୟାନର ପଶୁପକ୍ଷୀ ମାନଙ୍କୁ ହତ୍ୟା କରିବା ନେଇ ନିଷ୍ପତ୍ତି ନେଇଛି । ତେବେ କୋରୋନା କାରଣରୁ ଏପରି ସଙ୍କଟ ଉପୁଜିଥିବା ଦେଖିବାକୁ ମିଳିଛି ।

ବର୍ତ୍ତମାନ ଇଣ୍ଡୋନେସିଆର ପ୍ରସିଦ୍ଧ ପ୍ରାଣୀ ଉଦ୍ୟାନ ବଦୁଙ୍ଗ ଏକ ଖରାପ ସ୍ଥିତି ଦେଇ ଗତି କରୁଛି । ପ୍ରାଣୀ ଉଦ୍ୟାନର ପଶୁମାନଙ୍କୁ ବର୍ତ୍ତମାନ ଅନ୍ୟ ଖାଦ୍ୟ ସାହାଯ୍ୟରେ ଜୀବନ୍ତ ରଖାଯାଉଛି । ଆଗାମୀ ଦିନରେ ତାଙ୍କୁ ମାଂସ ପାଇଁ ପଶୁ ମାନଙ୍କୁ ମାରିବାକୁ ପଡିପାରେ । ପ୍ରକୃତରେ କୋରୋନା ସଂକ୍ରମଣ ହେତୁ ଏହା ମାର୍ଚ୍ଚ 24ରୁ ବନ୍ଦ ହୋଇଯାଇଥିଲା । ଯାହା ପରେ ପର୍ଯ୍ୟଟକଙ୍କ ଅନୁପସ୍ଥିତି ଯୋଗୁଁ ତାଙ୍କର ଆୟ ହ୍ରାସ ପାଇଲା । ଏହି ପ୍ରାଣୀ ଉଦ୍ୟାନ ପ୍ରତିବର୍ଷ ପର୍ଯ୍ୟଟକଙ୍କଠାରୁ ପ୍ରାୟ 82 ହଜାର ଟଙ୍କା ରୋଜଗାର କରୁଥିଲା ।

ବର୍ତ୍ତମାନ ପରିସ୍ଥିତିରେ ରୋଜଗାର ହ୍ରାସ ହେତୁ ପ୍ରାଣୀ ଉଦ୍ୟାନରେ 850 ପ୍ରାଣୀଙ୍କୁ ସାଧାରଣ ଦିନ ଅପେକ୍ଷା କମ ଖାଦ୍ୟ ଦିଆଯାଉଛି । ଫିତରି ନାମକ ସୁମିତ୍ରନ ବାଘକୁ ପୂର୍ବରୁ 10 କେଜି ଖାଦ୍ୟ ଦିଆଯାଉଥିଲା, କିନ୍ତୁ ଏହାର ମାତ୍ରାରେ ହ୍ରାସ ପାଇ ପ୍ରତି 2 ଦିନରେ 8 କେଜି ମାଂସ ଦିଆଯାଉଛି ।

ବର୍ତ୍ତମାନ ଏପରି ପରିସ୍ଥିତି ସୃଷ୍ଟି ହୋଇଛି ଯେ, ମାଂସାହାରୀ ପଶୁମାନଙ୍କର ଖାଦ୍ୟ ପାଇଁ କେତେକ ପଶୁଙ୍କ ସହିତ ପକ୍ଷୀମାନଙ୍କୁ ମଧ୍ୟ ହତ୍ୟା କରାଯିବ । ପ୍ରାଣୀ ଉଦ୍ୟାନ ମୁଖପାତ୍ର ସୁଲହନ ସୟାଫି କହିଛନ୍ତି ଯେ, 86ଟି ପଶୁଙ୍କୁ ଖାଇବାକୁ ଦେବା ପାଇଁ ତାଙ୍କୁ ପ୍ରତିଦିନ 400 କେଜିରୁ ଅଧିକ ଫଳ ଏବଂ ଅନ୍ୟ ଦିନରେ 120 କେଜି ମାଂସ ଆବଶ୍ୟକ । ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ସେମାନଙ୍କର ମାତ୍ରା ହ୍ରାସ ହୋଇସାରିଛି । ସେ କହିଛନ୍ତି ଯେ ପ୍ରାଣୀ ଉଦ୍ୟାନରେ 30ଟି ହରିଣ ଅଛନ୍ତି ଯାହାଙ୍କର ବୟସ ଅଧିକ ରହିଛି । ଏହି ହରିଣମାନେ ମଧ୍ୟ ସନ୍ତାନ ପ୍ରସବ କରିବା ସ୍ଥିତିରେ ନାହାଁନ୍ତି, ତେଣୁ ସେମାନଙ୍କୁ ହତ୍ୟା କରାଯିବ । ସିଂହ ଏବଂ ଚିତା ପରି ପଶୁପକ୍ଷୀମାନଙ୍କୁ ଖାଇବାକୁ ଦିଆଯିବ । ଇଣ୍ଡୋନେସିଆର ପ୍ରାଣୀ ଉଦ୍ୟାନ ଆସୋସିଏସନ ରାଷ୍ଟ୍ରପତି ଜୋକୋ ବିଦୋଦୋଙ୍କୁ ସାହାଯ୍ୟ ପାଇଁ ନିବେଦନ କରିଛି । ଏହାପୂର୍ବରୁ ଜର୍ମାନୀର ଏକ ପ୍ରାଣୀ ଉଦ୍ୟାନରେ କେତେକ ପ୍ରାଣୀଙ୍କୁ ହତ୍ୟା କରାଯାଇ ଅନ୍ୟ ପ୍ରାଣୀମାନଙ୍କୁ ଖାଇବାକୁ ଦିଆଯାଇଥିଲା ।

ABOUT THE AUTHOR

...view details