ଜାକର୍ତ୍ତା:ଇଣ୍ଡୋନେସିଆରେ ଗତ କିଛି ଦିନ ଧରି ବୁଡାଜାହାଜଗୁଡିକ ନିଖୋଜ ଥିଲା । ତେବେ ଗତ ଦୁଇ ଦିନ ମଧ୍ୟରେ ବାଲି ଦ୍ବୀପରୁ ଜାହାଜର ଅଂଶବିଶେଷ ପାଇବା ପରେ ଜାହାଜଗୁଡିକ ବୁଡ଼ି ଯାଇଛି ବୋଲି ଘୋଷଣା କରିଛି ନୌସେନା ବାହିନୀ । ତେବେ ଜାହାଜରେ ଥିବା 53 କ୍ରୁ ମେମ୍ବର ନିଖୋଜ ଥିବା ଜଣାପଡିଛି ।
ବାଲି ଦ୍ୱୀପରୁ ଗତ ବୁଧବାର ଦିନ ବୁଡାଜାହାଜର ଭଗ୍ନ ଅଂଶଗୁଡିକ ମିଳିଥିଲା । ତେବେ ଏହି ଭଗ୍ନ ଅଂଶବିଶେଷ ମିଳିବା ପରେ KRI ନାଙ୍ଗଗାଲା 402 ଜାହାଜଟି ବୁଡ଼ି ଯାଇଥିବାର ସ୍ପଷ୍ଟ ହୋଇଛି । ଇଣ୍ଡୋନେସିଆର ଅଧିକାରୀମାନେ ପୂର୍ବରୁ ଜାହାଜଟି କେବଳ ନିଖୋଜ ହୋଇଯାଇଛି ବୋଲି ସନ୍ଦେହ କରୁଥିଲେ । ଇଣ୍ଡୋନେସିଆ ନୌସେନାର ମୁଖ୍ୟ ଅଧିକାରୀ ୟୁଡୋ ମର୍ଗୋନୋ କହିଛନ୍ତି ଯେ ଜାହାଜଗୁଡିକର ବିସ୍ଫୋରଣ ହୋଇନାହିଁ । କାରଣ ବିସ୍ଫୋରଣ ଘଟିଥିଲା ଜାହାଜଗୁଡିକ ଖଣ୍ଡ ଖଣ୍ଡ ହୋଇଯାଇଥାନ୍ତା ବୋଲି ସେ କହିଛନ୍ତି । ଜାହାଜରେ ଥିବା କ୍ରୁ ମେମ୍ବରଙ୍କୁ ଜୀବନ୍ତ ଉଦ୍ଧାର କରିବା ଆଶା ଶେଷ ହୋଇଯାଇଛି ବୋଲି ନୌସେନା ପକ୍ଷରୁ କୁହାଯାଇଛି ।