ଓଡିଶା

odisha

ETV Bharat / international

ଇଣ୍ଡୋନେସିଆରେ 6.8 ତୀବ୍ରତାର ଭୂକମ୍ପ ଝଟକା, ସୁନାମୀ ଆଶଙ୍କା ନାହିଁ - ଇଣ୍ଡୋନେସିଆରେ ପ୍ରାକୃତିକ ଦୁର୍ବିପାକ

ଇଣ୍ଡୋନେସିଆକୁ ଦୋହଲାଇଛି ଶକ୍ତିଶାଳୀ ଭୂକମ୍ପ ଝଟକା । ରିକ୍ଟର ସ୍କେଲରେ ଏହାର ତୀବ୍ରତା 6.8 ଥିଲା । ଗୁରୁବାର ଅନୁଭୂତ ଏହି ଶକ୍ତିଶାଳୀ ଭୂକମ୍ପ ଦେଶର ଉତ୍ତର ମାଲୁକୁରେ ବିଶେଷ କ୍ଷୟକ୍ଷତି କରିଥିବା ଦେଖିବାକୁ ମିଳିଛି ।

earthquake in indinesia, earthquake, natural disaster in indonesia, indonesia latest news, ଇଣ୍ଡୋନେସିଆରେ ଭୂକମ୍ପ, ଭୂମିକମ୍ପ, ଇଣ୍ଡୋନେସିଆରେ ପ୍ରାକୃତିକ ଦୁର୍ବିପାକ, ଇଣ୍ଡୋନେସିଆ ଲାଟେଷ୍ଟ ନ୍ୟୁଜ୍‌
ଇଣ୍ଡୋନେସିଆରେ 6.8 ତୀବ୍ରତାର ଭୂକମ୍ପ ଝଟକା, ସୁନାମି ନେଇ ନାହିଁ ସୂଚନା

By

Published : Jun 4, 2020, 10:43 PM IST

ଜାକର୍ତ୍ତା: ଇଣ୍ଡୋନେସିଆକୁ ଦୋହଲାଇଛି ଭୟଙ୍କର ଭୂକମ୍ପ ଝଟକା । ରେକ୍ଟର ସ୍କେଲରେ ଏହାର ତୀବ୍ରତା 6.8 ରହିଥିବା ଜଣାପଡିଛି । ଗୁରୁବାର ଅନୁଭୂତ ଏହି ଶକ୍ତିଶାଳୀ ଭୂକମ୍ପ ଦେଶର ଉତ୍ତର ମାଲୁକୁରେ ବିଶେଷ କ୍ଷୟକ୍ଷତି କରିଥିବା ଦେଖିବାକୁ ମିଳିଛି । ହେଲେ ଏହି ଭୂକମ୍ପ ଯୋଗୁଁ ଦେଶରେ ସୁନାମିର କୌଣସି ଭୟ ରହିନଥିବା ପାଣିପାଗ ଓ ଭୂତତ୍ତ୍ବ ବିଭାଗ ସ୍ପଷ୍ଟ କରିଛି ।

ସୂଚନା ମୁତାବକ ପାଣିପାଗ ଓ ଭତତ୍ତ୍ବ ବିଭାଗ ପ୍ରଥମେ ଭୂକମ୍ପର ତୀବ୍ରତା 7.1 ରହିଥିବା ଘୋଷଣା କରିଥିଲେ । ହେଲେ ପରବର୍ତ୍ତୀ ସମୟରେ ଏହା 6.8 ବୋଲି ସ୍ପଷ୍ଟ କରିଥିଲେ । ଏନେଇ ବିଭାଗୀୟ ଅଧିକାରୀ ୱାହ୍ୟୁ କୁର୍ଣ୍ଣିୟାୱାନ କହିଛନ୍ତି । ଅପରାହ୍ନ ପ୍ରାୟ 3ଟା 49 ମିନିଟ ସମୟରେ ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ଏହାର ଉତ୍ପତ୍ତିସ୍ଥଳ ପୁଲାଓ ମାରୋତାଇ ଜିଲ୍ଲାର ଦାରୁବା ଗାଁଠାରୁ 89 କିଲୋମିଟର ଉତ୍ତରପଶ୍ଚିମ ଦିଗରେ ରହିଥିବା ଜଣାପଡିଛି । ଏହାର ଗଭୀରତା ସମୁଦ୍ରପତ୍ତନଠାରୁ 112 କିଲୋମିଟର ତଳକୁ ରହିଥିବା ମଧ୍ୟ ସେ କହିଛନ୍ତି ।

ତେବେ ଏଥିରୁ ସୁନାମିର ଭୟ ରହିନାହିଁ । ତେବେ ଇଣ୍ଡୋନେସିଆରେ ବର୍ଷତମାମ ଭୂକମ୍ପ ଅନୁଭୂତ ହେଉଥିବାରୁ ଏହାକୁ ‘ଦି ପ୍ୟାସିଫିକ ରିଙ୍ଗ ଅଫ ଫାୟାର’ ବୋଲି ନାମିତ କରାଯାଇଛି ।

@IANS

ABOUT THE AUTHOR

...view details