ଜାକାର୍ତ୍ତା:ଇଣ୍ଡୋନେସିଆର ସେଣ୍ଟ୍ରାଲ ସୁଲାୱେସିରେ ଏକ ସୁନା ଖଣିରେ ଭୁସ୍ଖଳନ । ଦୁର୍ଘଟଣାରେ ପାଞ୍ଚଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 70ରୁ ଅଧିକ ନିଖୋଜ ଅଛନ୍ତି ।
ଏହି ବିପର୍ଯ୍ୟୟ ବୁଧବାର ଘଟିଥିବା ପ୍ରାଦେଶିକ ବିପର୍ଯ୍ୟୟ ପରିଚାଳନା ଏଜେନ୍ସିର ମୁଖ୍ୟ ଡାଟୁ ପାମୁସୁ ଟମ୍ବୋଲୋଟୁଟୁ ଗୁରୁବାର ଦିନ ଗଣମାଧ୍ୟମକୁ ଜଣାଇଛନ୍ତି । ଏହି ଦୁର୍ଘଟଣା ପାରିଗି ମାଉଣ୍ଟଙ୍ଗ ଜିଲ୍ଲାର ବୁରୁଙ୍ଗ ଗାଁରେ ଘଟିଛି । ଏବେ ସୁଦ୍ଧା ପାଞ୍ଚଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ପ୍ରାୟ 70ଜଣରୁ ଅଧିକ ନିଖୋଜ ଥିବା ଜଣାପଡିଛି । ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।