ବାଲି: ଭୂକମ୍ପ ଝଟକାରେ ଥରିଲା ଇଣ୍ଡୋନେସିଆ । ମଙ୍ଗଳବାର ଇଣ୍ଡୋନେସିଆର ବାଲିରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ଏହାର ତୀବ୍ରତା ରିକ୍ଟର ସ୍କେଲରେ 5.9 ଥିଲେ । ସ୍ଥାନୀୟ ସମୟ ଅନୁସାରେ ରାତି ପ୍ରାୟ 12ଟା 18 ମିନିଟରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ତେବେ ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତିର ସୂଚନା ରହିନାହିଁ ।
5.9 ତୀବ୍ରତାର ଭୂକମ୍ପ ଝଟକାରେ ଥରିଲା ଇଣ୍ଡୋନେସିଆ - indonesia
ମଙ୍ଗଳବାର ଇଣ୍ଡୋନେସିଆର ବାଲିରେ 5.9 ତୀବ୍ରତାର ଭୂକମ୍ପର ଝଟକା ଅନୁଭୂତ ହୋଇଛି ।

ଫାଇଲ ଫଟୋ
ଏହା ପୂର୍ବରୁ ରବିବାର ଜାକର୍ତାରେ 7.3 ତୀବ୍ରତାର ଭୂକମ୍ପ ଝଟକା ଲାଗିଥିଲା । ଏଥିରେ ଜଣେ ମହିଳା ପ୍ରାଣ ହରାଇଥିବା ବେଳେ ପାଖାପାଖି 160ଟି ଘର ଭାଙ୍ଗି ଯାଇଥିଲା ।