ନୂଆଦିଲ୍ଲୀ: ନେପାଳ ଗସ୍ତରେ ଯିବେ ଭାରତର ବୈଦେଶିକ ସଚିବ ହର୍ଷ ବର୍ଦ୍ଧନ ଶ୍ରୀଙ୍ଗଲ । ନଭେମ୍ବର 26ରେ କାଠମାଣ୍ଡୁ ଗସ୍ତରେ ସେ ଯିବେ ବୋଲି ସୋମବାର ନେପାଳର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।
ନଭେମ୍ବର 26-27 ତାରିଖ ଦୁଇ ଦିନିଆ କାଠମାଣ୍ଡୁ ଗସ୍ତରେ ବୈଦେଶିକ ସଚିବ ଯିବା ନେଇ କାର୍ଯ୍ୟକ୍ରମ ରହିଛି । ଏନେଇ ଭାରତ ପକ୍ଷରୁ ମଧ୍ୟ ସୂଚନା ଦିଆଯାଇଛି । ତେବେ ଏହି ଗସ୍ତରେ ଭାରତ ଓ ନେପାଳ ମଧ୍ୟରେ ସମ୍ପର୍କ ଆହୁରି ମଜବୁତ ହେବ ବୋଲି କୁହାଯାଉଛି ।
ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ପାରମ୍ପାରିକ ଭାବେ ଚାଲିଆସୁଥିବା ଉଚ୍ଚସ୍ତରୀୟ ଆଲୋଚନାର ଏକ ଅଂଶ ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଏହି ଗସ୍ତ ଭାରତ ସହିତ ତାର ପଡୋଶୀ ରାଷ୍ଟ୍ର ମଧ୍ୟରେ ଥିବା ସୁସମ୍ପର୍କକୁ ଆହୁରି ମଜବୁତ କରିବ ବୋଲି ମଧ୍ୟ ମନ୍ତ୍ରଣାଳୟ କହିଛି ।