ଓଡିଶା

odisha

ETV Bharat / international

ସଫେଇ କର୍ମଚାରୀର ହାତ ସଫେଇ - ସଫେଇ କର୍ମଚାରୀର ହାତ ସଫେଇ

ସଫେଇ କର୍ମଚାରୀର ହାତ ସଫେଇ । କାମ କରୁଥିବା ଜୁଏଲାରୀ ଓ ଘଣ୍ଟା ଦୋକାନରୁ କଲା ଚୋରି । ଅଧିକ ପଢନ୍ତୁ...

Indian cleaner arrested in Dubai
ଡିଜାଇନ ଫଟୋ

By

Published : Feb 21, 2020, 12:59 AM IST

ଦୁବାଇ: ଦୁବାଇର ଏକ ଜୁଏଲାରୀ ଦୋକାନରୁ ଘଣ୍ଟା ଚୋରି କରି ଜେଲ ଗଲେ ଭାରତୀୟ କ୍ଲିନର । ହାଜର ନୁହେଁ କି ଲକ୍ଷେ ନୁହେଁ 15 କୋଟି ଟଙ୍କାର ଘଣ୍ଟା ଚୋରି କରି ଧରାପଡିଲେ କ୍ଲିନର । କ୍ଲିନର ଜଣକ ଦୋକାନ ସଫା କରିବା ସମୟରେ ପାଖାପାଖି 86ଟି ଦାମି ଘଣ୍ଟା ଚୋରି କରିଥିବା ଅଭିଯୋଗ ଆସିଥିଲା । ଫଳରେ ସିସିଟିଭି ଫୁଟେଜ ଦେଖିବା ପରେ ପୋଲିସ ଗୁରୁବାର କ୍ଲିନରକୁ ଗିରଫ କରି ଟ୍ରାଏଲ କୋର୍ଟକୁ ପଠାଇଛି।

ଘଟଣାଟି ଗତବର୍ଷ ଡିସେମ୍ବର 25 ତାରିଖରେ ଘଟିଛି । ଦୋକାନର ମାଲିକଙ୍କ କହିବା ଅନୁସାରେ, ଦୁବାଇର ଗୋଲ଼୍ଡ ସ୍କୋୟାରରେ ଥିବା ତାଙ୍କର ଏହି ଦୋକାନରୁ ହୋଇଛି ଚୋରି । ଘଟଣା ଦିନ ଜଣେ ଭାରତୀୟ ସେଲ୍ସମ୍ଯାନ ଦାମି ଘଣ୍ଟାଟି ଡଷ୍ଟବିନରେ ପଡିଥିବା କହିଥିଲେ । ହେଲେ ମୁଁ ଘଟଣାଟି ଏତେ ଗୁରୁତର ଭାବେ ନେଇନଥିଲି । ଭୁଲବଶତଃ ଡଷ୍ଟବିନରେ ପଡିଯାଇଥିବ ଭାବିଥିଲି ।

ହେଲେ ପରବର୍ତ୍ତୀ ସମୟରେ ଆଉ ଏକ ଘଣ୍ଟାର ପତ୍ତା ମିଳି ନଥିଲା । ତେବେ ଘଟଣାଟି ସତ କି ମିଛ ପରୀକ୍ଷା କରିବା ଉଦ୍ଦେଶ୍ୟରେ ସିସିଟିଭି ଯାଞ୍ଚ ହୋଇଥିଲା । ଆଉ କ୍ଲିନରକୁ ଧରି ପଚରାଉଚରା ପରେ ସେ ସତ ମାନିଥିଲା । 2ଟି ଘଣ୍ଟା ନେଇ ଦୁଇ ପାକିସ୍ତାନୀଙ୍କୁ ବିକ୍ରି କରିଥିଲେ । ଜଣେ ପାକିସ୍ତାନୀ ଟଙ୍କା ଦେଇଥିବା ବେଳେ ଅନ୍ୟଜଣେ ଟଙ୍କା ବର୍ତ୍ତମାନ ସୁଦ୍ଧା ଦେଇ ନଥିବା କହିଥିଲେ କ୍ଲିନର ।

ABOUT THE AUTHOR

...view details