ଓଡିଶା

odisha

ETV Bharat / international

ନେପାଳରେ ଭାରତୀୟ ବ୍ୟବସାୟୀଙ୍କ ଜୀବନ ନେଲା କୋରୋନା

ନେପାଳରେ ଭାରତୀୟଙ୍କ କୋରୋନାରେ ମୃତ୍ୟୁ ହୋଇଛି । 65 ବର୍ଷୀୟ ଏହି ବୃଦ୍ଧା ଜଣକ ନେପାଳରେ ବ୍ୟବସାୟୀ କରୁଥିଲେ । ଅଧିକ ପଢନ୍ତୁ...

ନେପାଳରେ ଭାରତୀୟ ବ୍ୟବସାୟୀଙ୍କ ଜୀବନ ନେଲା କୋରୋନା
ନେପାଳରେ ଭାରତୀୟ ବ୍ୟବସାୟୀଙ୍କ ଜୀବନ ନେଲା କୋରୋନା

By

Published : Jul 27, 2020, 1:37 PM IST

କାଠମାଣ୍ଡୁ: ନେପାଳରେ କୋରୋନା ନେଲା ଜଣେ ଭାରତୀୟଙ୍କ ଜୀବନ । କୋରୋନା ରିପୋର୍ଟ ଆସିବାର ଗୋଟିଏ ଦିନ ପରେ ତାଙ୍କର ଦେହାନ୍ତ ହୋଇଛି । ମୃତକ ଜଣକ ନେପାଳ ବିରଗୁଞ୍ଜର ଜଣେ ବ୍ୟବସାୟୀ । କୋରୋନା ପୂର୍ବରୁ ସେ ମଧୁମେହ, ହୃଦ ରୋଗରେ ମଧ୍ୟ ପୀଡିତ ଥିଲେ ।

ଶନିବାର ରାପିଡ ଡାଇଗ୍ନୋଷ୍ଟିକ ଟେଷ୍ଟ(ଆରଡିଟି) କରିବା ପରେ ସେ କୋଭିଡ ସଂକ୍ରମିତ ହୋଇଥିବା ନେଇ ଜଣାପଡିଥିଲା । ତେବେ ବୃଦ୍ଧାଙ୍କ ପଲିମେରେଜ୍ ଚେନ୍ ରିଆକ୍ସନ୍ (PCR) ନାମକ ରୋଗର ନିରାକରଣ ପାଇଁ ଏକ ଉନ୍ନତ ପରୀକ୍ଷଣର ଫଳାଫଳକୁ ଅପେକ୍ଷା କରାଯାଇଛି ବୋଲି ଏକ ରିପୋର୍ଟରେ କୁହାଯାଇଛି।

ସୂଚନାଯୋଗ୍ୟ, ବୃଦ୍ଧାଙ୍କ ଠାରେ ଜ୍ୱର, କାଶ ଏବଂ ଶ୍ୱାସକ୍ରିୟାରେ ଅସୁବିଧା ହେଉଥିବାରୁ ତାଙ୍କୁ ଶନିବାର ଅପରାହ୍ନରେ ନାରାୟଣ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପିସିଆର ଟେଷ୍ଟ ପାଇଁ ତାଙ୍କ ସ୍ବାବ ଟେଷ୍ଟ କରାଯାଇଥିଲା । ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ କୋଭିଡ ହସ୍ପିଟାଲରୁ ସ୍ଥାନାନ୍ତର କରାଯାଇଥିଲା ।

ଗତ 24 ଘଣ୍ଟା ମଧ୍ୟରେ ନେପାଳ 130 ଟି ନୂଆ କୋରୋନା ଭାଇରସ୍ ମାମଲା ପଞ୍ଜିକୃତ କରିଛି,ଏହା ଦେଶବ୍ୟାପୀ କୋଭିଡ 18,613 ରେ ପହଞ୍ଚିଥିବା ନେଇ ରବିବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details