ଓଡିଶା

odisha

ETV Bharat / international

ଭାରତ-ୟୁଏଇ ମଧ୍ୟରେ 12 ରୁ 26 ଜୁଲାଇ ମଧ୍ୟରେ ବିମାନ ସେବାକୁ ଅନୁମତି

କୋରୋନା ମହାମାରୀ ସମୟରେ ଅନ୍ୟ ଦେଶରେ ଫସି ରହିଥିବା ଲୋକଙ୍କୁ ଫେରାଇ ଆଣିବାକୁ ଭାରତ-ୟୁଏଇ ମଧ୍ୟରେ ସ୍ବଳ୍ପ ସମୟ ପାଇଁ ଆରମ୍ଭ ହେଲା ବିମାନ ସେବା । ଅଧିକ ପଢନ୍ତୁ...

ଭାରତ-ୟୁଏଇ ମଧ୍ୟରେ 12 ରୁ 26 ଜୁଲାଇ ମଧ୍ୟରେ ବିମାନ ସେବାକୁ ଅନୁମତି
ଭାରତ-ୟୁଏଇ ମଧ୍ୟରେ 12 ରୁ 26 ଜୁଲାଇ ମଧ୍ୟରେ ବିମାନ ସେବାକୁ ଅନୁମତି

By

Published : Jul 12, 2020, 6:29 PM IST

ନୂଆଦିଲ୍ଲୀ: ୟୁଏଇରେ ଫସି ରହିଥିବା ଅନ୍ୟଦେଶର ନାଗରିକଙ୍କୁ ସ୍ବଦେଶ ଫେରାଇବା ପାଇଁ ଜୁଲାଇ 12 ରବିବାର ଠାରୁ ସ୍ୱତନ୍ତ୍ର ବିମାନ ସେବା ଆରମ୍ଭ ହୋଇଛି । ଏହି ବିମାନଗୁଡିକ ସଂଯୁକ୍ତ ଆରବ ଏମିରେଟ୍ସର ପ୍ରବାସୀ ଭାରତୀୟଙ୍କୁ ସ୍ୱଦେଶ ପହଞ୍ଚାଇବ ଏବଂ ଏହା ବଦଳରେ ଭାରତରେ ଫସି ରହିଥିବା ନିଜ ନାଗରିକମାନଙ୍କୁ ସ୍ବେଦେଶ ଫେରାଇ ନେବ । ବିମାନ କମ୍ପାନୀଗୁଡିକର ସ୍ୱତନ୍ତ୍ର ସେବା 26 ଜୁଲାଇ ପର୍ଯ୍ୟନ୍ତ ଜାରି ରହିବ ।

ଏହି ସମୟ ମଧ୍ୟରେ ଦୁବାଇ, ଆବୁଧାବି ଏବଂ ଶାରଜାହ ଠାରୁ ପ୍ରବାସୀମାନଙ୍କୁ ନେଇ ଯାଉଥିବା ବିମାନଗୁଡ଼ିକ ଭାରତର ବିଭିନ୍ନ ସ୍ଥାନରେ ଅବତରଣ କରିବ । ଏହି ପରିପ୍ରେକ୍ଷୀରେ ଉଭୟ ଦେଶର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ମଧ୍ୟରେ ଏକ ଚୁକ୍ତିନାମା ହୋଇଛି।

ଏୟାରଲାଇନ୍ସ କମ୍ପାନୀଗୁଡିକ ଅନୁଯାୟୀ, ୟୁଏଇରେ ଫସି ରହିଥିବା ଭାରତୀୟମାନଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳକୁ ପରିବହନ କରାଯିବ। ଏଥିପାଇଁ ଯାତ୍ରୀମାନଙ୍କୁ କିଛି ପରାମର୍ଶ ଦିଆଯାଇଛି, ଯାହାକୁ କାର୍ଯ୍ୟକାରୀ କରିବା ଆବଶ୍ୟକ ।

ବିମାନ ଯାତ୍ରୀଙ୍କ ପାଇଁ ଏହି ନିୟମ ଜରୁରୀ ଅଟେ

ବିମାନ ଯାତ୍ରା କରିବା ପୂର୍ବରୁ ପ୍ରବାସୀମାନଙ୍କୁ କୋଭିଡ-19 ପରୀକ୍ଷା କରିବାକୁ ପଡିବ

PCR ପରୀକ୍ଷା ଯାତ୍ରା ଆରମ୍ଭର 96 ଘଣ୍ଟା ପୂର୍ବରୁ ହେବା ଜରୁରୀ

ପ୍ରବାସୀମାନେ ସେମାନଙ୍କର ସ୍ୱାସ୍ଥ୍ୟ ବିଷୟରେ ଫର୍ମରେ ସୂଚନା ପ୍ରଦାନ କରିବା ଜରୁରୀ

ଯାତ୍ରୀମାନେ ନିଶ୍ଚିତ ଭାବରେ covid-19 DXB କିମ୍ବା AlHosn ଆପ ଡାଉନଲୋଡ କରିବେ

ଯାତ୍ରୀମାନଙ୍କୁ ମଧ୍ୟ କ୍ୱାରାଣ୍ଟାଇନ ଅଣ୍ଡରଟେକିଂ ଫର୍ମ ପୂରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି

ପ୍ରବାସୀ ଭାରତୀୟଙ୍କୁ ନେଇ ଉଡାଣଭରୁଥିବା ଏମିରେଟ୍ସ ସେବା ଭାରତର 5ଟି ସହରକୁ ଯିବ। ଏହା ବେଙ୍ଗାଲୁରୁ, ଦିଲ୍ଲୀ, କୋଚି, ମୁମ୍ବାଇ ଏବଂ ଥିରୁଅନନ୍ତପୁରମରେ ପ୍ରତିଦିନ ଥରେ ଅବତରଣ କରିବ ।

ଏତିହାଦର ବିମାନ ଭାରତର 6 ଟି ବିଭିନ୍ନ ସହରରେ ସୀମିତ ସଂଖ୍ୟାରେ ଉଡ଼ିବ । ଏହାର ସେବା ଜୁଲାଇ 15ରୁ ଆରମ୍ଭ ହୋଇ ଜୁଲାଇ 26 ପର୍ଯ୍ୟନ୍ତ ଚାଲିବ । ଏହି ସମୟ ମଧ୍ୟରେ, ଏତିହାଦର ସ୍ୱତନ୍ତ୍ର ବିମାନ ଦୈନିକ ମୁମ୍ବାଇ, ଦିଲ୍ଲୀ ସପ୍ତାହରେ 6 ଦିନ, ଚେନ୍ନାଇରେ ସପ୍ତାହରେ 5 ଦିନ, ବାଙ୍ଗାଲୋରରେ ସପ୍ତାହରେ 5 ଦିନ, କୋଚି ପାଇଁ ସପ୍ତାହରେ ଦୁଇଥର ଏବଂ ହାଇଦ୍ରାବାଦ ପାଇଁ ସପ୍ତାହରେ ଥରେ ଉଡ଼ିବ।

ଏୟାର ଅରବିୟା ବିମାନ ଭାରତର 10ଟି ସହରରେ ଫଶିଥିବା ୟୁଏଇ ନାଗରିକଙ୍କୁ ଆଣିବ। ଅହମ୍ମଦାବାଦ, ବେଙ୍ଗାଲୁରୁ, କୋଏମ୍ବାଟୁର, ଦିଲ୍ଲୀ, କୁନୁର, କୋଚି, କୋଝିକୋଡେ, ଲକ୍ଷ୍ନୌ, ମୁମ୍ବାଇ ଏବଂ ଥିରୁଅନନ୍ତପୁରମରୁ ଯାତ୍ରୀମାନଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥାନରେ ପହଞ୍ଚିଇବ ।

ଭାରତରୁ ଏୟାର ଇଣ୍ଡିଆ ଏକ୍ସପ୍ରେସ ସେବା ଦୁବାଇ, ଶରଜା ଏବଂ ଆବୁଧାବି ଅଭିମୁଖେ ଉଡାଣ ଭରିବ। ଏୟାର ଇଣ୍ଡିଆ କୁନୁରରୁ ଦୁବାଇ, ଥିରୁବନନ୍ତପୁରମ ରୁ ଦୁବାଇ, କୋଜିକୋଡେ ରୁ ଶରଜା, ଦିଲ୍ଲୀ ରୁ ଆବୁଧାବି ଏବଂ ଦିଲ୍ଲୀ ରୁ ଶରଜା ଅଭିମୁଖେ ଯାତ୍ରା କରିବ।

ସ୍ପାଇସଜେଟ ବିମାନ ଭାରତର 4ଟି ଭିନ୍ନ ସ୍ଥାନରୁ ରସ ଅଲ ଖୈମାକୁ ଉଡ଼ିବ। ଏହି ବିମାନ ଦିଲ୍ଲୀ, ମୁମ୍ବାଇ, କୋଝିକୋଡେ ଏବଂ କୋଚି ବିମାନବନ୍ଦରରୁ ସାଉଦି ନାଗରିକଙ୍କ ନେଇ ଉଡାଣ ଭରିବ।

ABOUT THE AUTHOR

...view details