ଓଡିଶା

odisha

ETV Bharat / international

ୟୁଏଇରୁ ଭାରତ ଫେରିବା ପାଇଁ ନୂଆ ବ୍ୟବସ୍ଥା, ଉଡିବ 9ଟି ନୂଆ ବିମାନ

ବିଦେଶରୁ ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ଭାରତ ନେବାକୁ ଯାଉଛି ଆଉ ଏକ ବଡ ପଦକ୍ଷେପ । ଏନେଇ ୟୁଏଇରୁ 9ଟି ନୂଆ ବିମାନ ସେବା ଆରମ୍ଭ କରିବା ନେଇ ଶୁକ୍ରବାର ଭାରତ ପକ୍ଷରୁ ଘୋଷଣା କରାଯାଇଛି ।

vande bharat mission, flight from uae to india, indians to return from uae, air india express, ବନ୍ଦେ ଭାରତ ମିଶନ, ୟୁଏଇରୁ ଭାରତ ଆସିବ ବିମାନ, ୟୁଏଇରୁ ଫେରିବେ ପ୍ରବାସୀ ଭାରତୀୟ, ଏୟାର ଇଣ୍ଡିଆ ଏକ୍ସପ୍ରେସ ସର୍ଭିସ
ୟୁଏଇରୁ ଭାରତ ଫେରିବା ପାଇଁ ନୂଆ ବ୍ୟବସ୍ଥା, ଉଡିବ 9ଟି ନୂଆ ବିମାନ

By

Published : Jul 4, 2020, 7:06 AM IST

ଦୁବାଇ: ବିଦେଶରୁ ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ଭାରତ ନେବାକୁ ଯାଉଛି ଆଉ ଏକ ବଡ ପଦକ୍ଷେପ । ଏନେଇ ୟୁଏଇରୁ 9ଟି ନୂଆ ବିମାନ ସେବା ଆରମ୍ଭ କରିବା ନେଇ ଶୁକ୍ରବାର ଭାରତ ପକ୍ଷରୁ ଘୋଷଣା କରାଯାଇଛି । ଏହି ସେବା ପାଇଁ ବର୍ତ୍ତମାନ ଟିକେଟ ବିକ୍ରି ମଧ୍ୟ ଆରମ୍ଭ ହୋଇଥିବା ଜଣାପଡିଛି । ଭାରତ ପକ୍ଷରୁ ଏୟାର ଇଣ୍ଡିଆ ଏହି ସେବା ଯୋଗାଇବା ନେଇ ସ୍ପଷ୍ଟ ହୋଇଛି ।

ବନ୍ଦେ ଭାରତ ମିଶନ ଅଧିନରେ ଏହି ସେବା ଆରମ୍ଭ ହେବ । ତେବେ ଏହି ବିମାନ ସେବାର ଟିକେଟ ବିକ୍ରି ପାଇଁ ଶୁ୍କ୍ରବାରଠାରୁ ସେଲ ଆରମ୍ଭ ହୋଇଛି । ଜୁଲାଇ 9ରୁ 14 ମଧ୍ୟରେ ଏହି ବିମାନଗୁଡିକ ଶାରଜାହାଠାରୁ ଉଡାଣ ଭରିବା ନେଇ ଜଣା ପଡିଛି । ଭାରତରେ ମଦୁରାଇ, କୋଏମ୍ବାଟୁର, ଥିରୁଅନନ୍ତପୁରମ, ଥିରୁଚିରାପ୍ପଲୀ, କୋଚି ଓ ହାଇଦ୍ରାବାଦକୁ ବିମାନଗୁଡିକ ଉଡାଣ ଭରିବ ।

ତେବେ ଭାରତ ଫେରିବାକୁ ଚାହୁଁଥିବା ପ୍ରବାସୀଙ୍କ ଏଥିପାଇଁ ୟୁଏଇରେ ଆବୁଧାବିସ୍ଥିତ ଭାରତୀୟ ଦୂତାବାସ ସହ ଯୋଗାଯୋଗ କରିବାକୁ ହେବ । ଏହା ବ୍ୟତୀତ ଦୁବାଇସ୍ଥିତ ଭାରତୀୟ ବାଣିଜ୍ୟିକ ଦୂତାବାସରେ ମଧ୍ୟ ଚାହିଁଲେ ପ୍ରବାସୀମାନେ ଯୋଗାଯୋଗ କରିପାରିବେ । ଏହାପରେ ପ୍ରବାସୀମାନଙ୍କୁ ଏୟାର ଇଣ୍ଡିଆ ଏକ୍ସପ୍ରେସର ବୁକିଂ ଅଫିସରେ ଉଭୟ ଅଫଲାଇନ ଓ ଅନଲାଇନ ପ୍ଲାଟଫର୍ମରେ ଟିକେଟ ବୁକ କରିପାରିବେ ।

ପ୍ରବାସୀମାନଙ୍କୁ ନିଜ ସ୍ବାସ୍ଥ୍ୟ ପରୀକ୍ଷା ରିପୋର୍ଟ ଦାଖଲ କରିବା ସହ ନିଜ ପାସପୋର୍ଟର ସଠିକ୍‌ ତଥ୍ୟ ଓ ଯୋଗାଯୋଗ ତଥ୍ୟ ଦେବାକୁ ହେବ । ନଚେତ୍‌ ଟିକେଟ କ୍ୟାନସେଲ ମଧ୍ୟ କରାଯାଇପାରେ । ଏହି ସେବାରେ 75 ପ୍ରତିଶତ ଟିକେଟର ସେଲ ଚାଲିଥିବା ବେଳେ ବଳକା 25 ପ୍ରତିଶତକୁ ଆପାତକାଳୀନ ସେବା ପାଇଁ ସଂରକ୍ଷିତ ରଖାଯାଇଛି ।

@IANS

ABOUT THE AUTHOR

...view details