ଓଡିଶା

odisha

ETV Bharat / international

ଆଫଗାନିସ୍ତାନରେ ନିର୍ଯାତିତ 700 ଶିଖଙ୍କୁ ଫେରାଇ ଆଣିବାକୁ ଭାରତ ପ୍ରସ୍ତୁତ - ଆଫଗାନିସ୍ତାନରେ ନିର୍ଯାତିତ

ଆଫଗାନିସ୍ତାନରେ ନିର୍ଯାତିତ ହୋଇଥିବା ପ୍ରାୟ 700 ଶିଖଙ୍କୁ ଫେରାଇ ଆଣିବାକୁ ଭାରତ ପ୍ରସ୍ତୁତ ହେଉଛି। ଏହି ନିର୍ଯାତିତ ଶିଖଙ୍କୁ ପର୍ଯ୍ୟାୟ କ୍ରମରେ ଫେରାଇ ନିଆଯିବ।

ଆଫଗାନିସ୍ତାନରେ ନିର୍ଯାତିତ  700 ଶିଖଙ୍କୁ ଫେରାଇ ଆଣିବାକୁ ଭାରତ ପ୍ରସ୍ତୁତ
ଆଫଗାନିସ୍ତାନରେ ନିର୍ଯାତିତ 700 ଶିଖଙ୍କୁ ଫେରାଇ ଆଣିବାକୁ ଭାରତ ପ୍ରସ୍ତୁତ

By

Published : Aug 2, 2020, 9:12 AM IST

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ନିର୍ଯାତିତ ହୋଇଥିବା ପ୍ରାୟ 700 ଶିଖଙ୍କୁ ଫେରାଇ ଆଣିବାକୁ ଭାରତ ପ୍ରସ୍ତୁତ ହେଉଛି। ଏହି ନିର୍ଯାତିତ ଶିଖମାନଙ୍କୁ ପର୍ଯ୍ୟାୟ କ୍ରମରେ ଫେରାଇ ନିଆଯିବ। ନାଗରିକତ୍ୱ ସଂଶୋଧନ ଅଧିନିୟମ (CAA) ପାରିତ ହେବା ପରେ 11 ଶିଖଙ୍କ ପ୍ରଥମ ବ୍ୟାଚ୍ ଜୁଲାଇ 26ରେ ଭାରତରେ ପହଞ୍ଚିଥିଲା। ପ୍ରଥମ ବ୍ୟାଚ୍ ପ୍ରତ୍ୟାବର୍ତ୍ତନକାରୀଙ୍କୁ ବିମାନବନ୍ଦରରେ ବିଜେପି ନେତାମାନେ ସ୍ୱାଗତ କରିଥିଲେ।

ଶିଖ ପରିବାରର ପ୍ରଥମ ବ୍ୟାଚ୍ ଦିଲ୍ଲୀର ଏକ ଗୁରୁଦ୍ୱାରରେ ରହୁଛନ୍ତି। ଦିଲ୍ଲୀ ଶିଖ ଗୁରୁଦ୍ୱାର ପ୍ରବନ୍ଧକ କମିଟି ସେମାନଙ୍କ ପାଇଁ ରହିବାର ସମସ୍ତ ବ୍ୟବସ୍ଥା ଉପରେ ଦୃଷ୍ଟି ରଖିଛନ୍ତି। ବିଜେପି ରାଷ୍ଟ୍ରୀୟ ସଚିବ ସର୍ଦ୍ଦାର ଆରପି ସିଂ ଶନିବାର ଗଣମାଧ୍ୟମକୁ କହିଛନ୍ତି, "ପ୍ରଥମ ବ୍ୟାଚ୍ ପରେ ପ୍ରାୟ 700 ଶିଖ୍ ଆଫଗାନିସ୍ତାନରୁ ଆସିବାକୁ ଇଚ୍ଛୁକ। ଆଫଗାନିସ୍ତାନରେ ଥିବା ଭାରତୀୟ ଦୂତାବାସ ସେମାନଙ୍କ ସହ ଯୋଗାଯୋଗରେ ଅଛନ୍ତି।

ଆମେ ସେମାନଙ୍କୁ ଭାରତକୁ ଫେରାଇ ଆଣିବା ପାଇଁ କାର୍ଯ୍ୟ କରୁଛୁ। ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ସମ୍ପର୍କୀୟମାନେ ତିଲକ ନଗରରେ ରୁହନ୍ତି, ତେଣୁ ସେମାନଙ୍କ ପାଇଁ ଜୀବିକା ନିର୍ବାହ କରିବାରେ କୌଣସି ଅସୁବିଧା ହେବ ନାହିଁ। ”

ସିଂ କହିଛନ୍ତି ଯେ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଭୀକ ନିଷ୍ପତ୍ତି ଯୋଗୁଁ ଆଫଗାନିସ୍ତାନରେ ନିର୍ଯାତନାରେ ପୀଡିତ ଶିଖ ଭାଇମାନଙ୍କୁ ଭାରତକୁ ଫେରାଇ ନିଆଯାଇଛି। ଯଦି ସିଏଏ ହୋଇନଥାନ୍ତା, ପଡୋଶୀ ଦେଶରେ ଧାର୍ମିକ ନିର୍ଯାତନାର ଶିକାର ହୋଇଥିବା ବ୍ୟକ୍ତିମାନେ ଭାରତରେ ନାଗରିକତା ପାଇ ନଥାନ୍ତେ ।

ABOUT THE AUTHOR

...view details