ଓଡିଶା

odisha

ETV Bharat / international

ଆତଙ୍କବାଦୀ ସଙ୍ଗଠନ ବିରୁଦ୍ଧରେ ଏକାଠି ହେବା ପାଇଁ ବିଶ୍ବକୁ ଭାରତର ଆହ୍ବାନ

ଆଫଗାନିସ୍ତାନରେ ISISର ବିସ୍ଫୋରଣକୁ ବିଭିନ୍ନ ଦେଶ ପକ୍ଷରୁ ତୀବ୍ର ନିନ୍ଦା । ଆତଙ୍କବାଦୀ ସଙ୍ଗଠନ ବିରୁଦ୍ଧରେ ଏକାଠି ହେବାକୁ ସାରା ବିଶ୍ବକୁ ଭାରତର ଆହ୍ବାନ । ଅଧିକ ପଢନ୍ତୁ...

By

Published : Aug 27, 2021, 9:03 AM IST

ଆତଙ୍କବାଦୀ ସଙ୍ଗଠନ ବିରୁଦ୍ଧରେ ଏକାଠି ହେବା ପାଇଁ ବିଶ୍ବକୁ ଭାରତର ଆହ୍ବାନ
ଆତଙ୍କବାଦୀ ସଙ୍ଗଠନ ବିରୁଦ୍ଧରେ ଏକାଠି ହେବା ପାଇଁ ବିଶ୍ବକୁ ଭାରତର ଆହ୍ବାନ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ISISର ଆକ୍ରମଣକୁ ବିଭିନ୍ନ ଦେଶ ପକ୍ଷରୁ ତୀବ୍ର ନିନ୍ଦା । ଆଫଗାନୀଙ୍କ ଏ ଘଡିସନ୍ଧି ମୁହୂର୍ତ୍ତରେ ଆତଙ୍କବାଦୀ ସଙ୍ଗଠନର ଆକ୍ରମଣକୁ ତୀବ୍ର ବିରୋଧ କରିଛନ୍ତି ବିଭିନ୍ନ ଦେଶ । ଏଥିସହ ଆତଙ୍କବାଦୀ ସଙ୍ଗଠନ ବିରୁଦ୍ଧରେ ଏକାଠି ହେବାକୁ ସାରା ବିଶ୍ବକୁ ଆହ୍ବାନ କରିଛି ଭାରତ ।

ଭାରତୀୟ ବୈଦେଶିକ ମନ୍ତ୍ରାଳୟ ଏହାକୁ ତୀବ୍ର ନିନ୍ଦାକରି କହିଛି ଯେ, 'କାବୁଲରେ ଘଟିଥିବା ବିସ୍ଫୋରଣକୁ ଭାରତ ଦୃଢ ନିନ୍ଦା କରୁଛି । ଏହି ଆତଙ୍କବାଦୀ ଆକ୍ରମଣରେ ପୀଡିତଙ୍କ ପରିବାରବର୍ଗଙ୍କୁ ଆମେ ହୃଦୟରୁ ସମବେଦନା ଜଣାଉଛୁ । ଆହତଙ୍କ ଆଶୁ ଆରୋଗ୍ୟ କାମନା କରି ଭଗବାନଙ୍କ ନିକଟରେ ପ୍ରାର୍ଥନା ମଧ୍ୟ କରୁଛୁ । ଏପରି ଆତଙ୍କବାଦୀ ଆକ୍ରମଣ ଏବଂ ସଙ୍ଗଠନ ବିରୁଦ୍ଧରେ ବିଶ୍ବକୁ ଏକାଠି ହୋଇ ଦୃଢ ନିନ୍ଦା କରିବା ସହ ଏହାର ମୂଳୋତ୍ପାଟନ ପାଇଁ ଲଢିବାର ସମୟ ଆସିଛି ।' ଆତଙ୍କବାଦ ବିରୋଧରେ ଏବଂ ଯେଉଁମାନେ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଛନ୍ତି ସେମାନଙ୍କ ବିରୁଦ୍ଧରେ ଏକଜୁଟ ହେବାକୁ ସାରା ବିଶ୍ବକୁ ଆହ୍ବାନ କରିଛି ଭାରତ ।

ସେହିପରି ISISର ଏପରି କାର୍ଯ୍ୟକଳାପକୁ ଆମେରିକା ରାଷ୍ଟ୍ରପତି ତୀବ୍ର ନିନ୍ଦା କରିଛନ୍ତି । ଏଥିସହ ଆତଙ୍କୀ ସଙ୍ଗଠନ ISISକୁ ଏହାର ପରିଣାମ ଭୋଗିବାକୁ ପଡିବ ବୋଲି କହିଛନ୍ତି । ବାଇଡେନ କହିଛନ୍ତି ଯେ, 'ଘଟଣାକୁ ଭୁଲିବୁନି, ଖୋଜି ଖୋଜି ମାରିବୁ ।'

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details