ଓଡିଶା

odisha

ETV Bharat / international

UNHRCରେ ପାକିସ୍ତାନ ଉଠାଇଲା କାଶ୍ମୀର ପ୍ରସଙ୍ଗ, ଭାରତ ଦେଲା କଡା ଜବାବ - India Slams Pakistan For Raising Kashmir issue

କାଶ୍ମୀର ପ୍ରସଙ୍ଗରେ ପୁଣି ପାକିସ୍ତାନକୁ କଡା ଜବାବ ଦେଲା ଭାରତ । ଜାତିସଂଘର ମାନବାଧିକାର ପରିଷଦରେ(ୟୁଏନଏଚଆରସି) ପାକିସ୍ତାନ କାଶ୍ମୀର ମୁର୍ଦ୍ଦା ଉଠାଇଥିବାବେଳେ ଏହାର ଜବାବ ଦେଇଛି ଭାରତ । ନିଜ କଥା ପ୍ରଥମେ ଦେଖିବାକୁ ଭାରତ, ପାକିସ୍ତାନକୁ ଚେତାଇ ଦେଇଛି ।

UNHRCରେ ପାକିସ୍ତାନ ଉଠାଇଲା କାଶ୍ମୀର ପ୍ରସଙ୍ଗ, ଭାରତ ଦେଲା କଡା ଜବାବ
UNHRCରେ ପାକିସ୍ତାନ ଉଠାଇଲା କାଶ୍ମୀର ପ୍ରସଙ୍ଗ, ଭାରତ ଦେଲା କଡା ଜବାବ

By

Published : Jun 16, 2020, 10:00 AM IST

ନୂଆଦିଲ୍ଲୀ: କାଶ୍ମୀର ପ୍ରସଙ୍ଗରେ ପୁଣି ପାକିସ୍ତାନକୁ କଡା ଜବାବ ଦେଲା ଭାରତ । ଜାତିସଂଘର ମାନବାଧିକାର ପରିଷଦରେ(ୟୁଏନଏଚଆରସି) ପାକିସ୍ତାନ କାଶ୍ମୀର ମୁଦ୍ଦା ଉଠାଇଥିବାବେଳେ ଏହାର ଜବାବ ଦେଇଛି ଭାରତ । ନିଜ କଥା ପ୍ରଥମେ ଦେଖିବାକୁ ଭାରତ, ପାକିସ୍ତାନକୁ ଚେତାଇ ଦେଇଛି । ୟୁଏନଏଚଆରସିରେ ଭାରତର ସ୍ଥାୟୀ ସଚିବ ସେନ୍ଥିଲ କୁମାର ପାକିସ୍ତାନକୁ କଡା ଜବାବ ଦେବା ସହ ପାକ୍‌କୁ ଆଇନା ଦେଖାଇଛନ୍ତି । ସେ କହିଛନ୍ତି,‘ ଏହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଯେ, ନରସଂହାରରେ ବ୍ୟସ୍ତ ଥିବା ଦେଶ ଅନ୍ୟ ଉପରେ ଆଙ୍ଗୁଳି ଉଠାଉଛି ।’

ଜେନିଭାରେ ଅନୁଷ୍ଠିତ ମାନବାଧିକାର ପରିଷଦର 43 ତମ ବୈଠକରେ ପାକିସ୍ତାନ ଅଭିଯୋଗର ତାତ୍ସଲ୍ୟ କରିବା ସହ ସଚିବ କହିଛନ୍ତି,‘ପାକ୍‌ ୟୁଏନଏଚଆରସି ଓ ଏହାର ପ୍ରକ୍ରିୟାର ଦୁରୂପଯୋଗ କରୁଛି । ଦକ୍ଷିଣ ଏସିଆର ଏହା ଏକମାତ୍ର ଦେଶ ଯାହାର ସରକାର ନିଜେ ହିଁ ନରସଂହାର କରୁଛି ।’ ତେବେ ଅନ୍ୟକୁ ମାନବାଧିକାରର ପାଠପଢିବାକୁ କହୁଛି । ପ୍ରଥମେ ଅନ୍ୟକୁ ଉପଦେଶ ଦେବା ଅପେକ୍ଷା ନିଜ ଦେଶରେ ମାନବାଧିକାରର ହେଉଥିବା ଉଲ୍ଲଂଘନକୁ ଧ୍ୟାନ ଦେବା ଉଚିତ୍‌ ବୋଲି ଭାରତର ସଚିବ କହିଛନ୍ତି ।

ସଂଖ୍ୟାଲଘୁ ଉପରେ ପାକିସ୍ତାନରେ ହେଉଥିବା ଅତ୍ୟାଚାର କଥା କହି ସେନ୍ଥିଲ କୁମାର ପାକକୁ ଘେରିଛନ୍ତି । ସେ କହିଛନ୍ତି, ‘ପାକିସ୍ତାନ ଏପରି ଏକ ଦେଶ ଯେ କି ସଂଖ୍ୟାଲଘୁଙ୍କ ରକ୍ତରେ ତିଆରି ହେଉଛି । ଯାହାର ଇତିହାସରେ ଏପରି ଅନେକ ଘଟଣା ରହିଛି । ଲୌହର ଓ ସିନ୍ଧ ପ୍ରଦେଶରେ ଯାହା ହୋଇଛି ତାହା କାହାକୁ ଅଛପା ନାହିଁ । 2015ରେ 65 ଜଣ କିନ୍ନରଙ୍କୁ ହତ୍ୟା କରିବା ସହ ହତ୍ୟାକାରୀଙ୍କୁ ସୁରକ୍ଷା ଦେଇଥିଲା ପାକିସ୍ତାନ। ଯାହା ଦୁନିଆରେ ପାକିସ୍ତାନର ଅସଲ ମୁଖା ଖୋଲିବାକୁ ବହୁତ ।’

ସେହିପରି ବେଲୁଚିସ୍ତାନ ପ୍ରସଙ୍ଗରେ ପାକିସ୍ତାନକୁ କାଠଗଡାକୁ ଟାଣିଛନ୍ତି ସେ । ସେ କହିଛନ୍ତି,‘ଏଠାରୁ ପ୍ରାୟ 2500 ଲୋକ କେଉଁ ଆଡେ ଉଭାନ ହୋଇଯାଇଛନ୍ତି । ତେବେ ସେମାନେ କେଉଁଆଡେ ଗଲେ । ତାହାର କିଛି ଖୋଜ ଖବର ଅଛି କି । ନିଖୋଜ ଥିବା ଏହି ଲୋକମାନେ ଧାର୍ମିକ, ରାଜନୈତିକ ଓ ମାନବାଧିକାରର ରକ୍ଷା କରୁଥିଲେ ।’ ସେପଟେ ବଲୁଚିସ୍ତାନରେ ପାଖାପାଖି 500 ଲୋକଙ୍କୁ ହତ୍ୟା କରାଯାଇଛି । ଯେଉଁଥିଲାଗି ସେଠାକାର ଲୋକମାନେ ପାକିସ୍ତାନ ଛାଡିବାକୁ ଇଚ୍ଛା କରୁଛନ୍ତି ବୋଲି ସେ କହିଛନ୍ତି ।

ଅନ୍ୟପଟେ ଜମ୍ମୁକାଶ୍ମୀରରେ ଧାରା 370 ହଟାଯାଇଥିବା କହିବା ସମୟରେ ସେ ପାକିସ୍ତାନକୁ ଟାର୍ଗେଟ କରିଛନ୍ତି । ପାକିସ୍ତାନ ଏଠାରେ ବାରମ୍ବାର ଶାନ୍ତି ଭାଙ୍ଗିବା ଲକ୍ଷ୍ୟରେ ରହିଛି । ଯେଉଁଥିରେ ଭାରତ ବିରୋଧରେ ବଡ ଏଜେଣ୍ଡା ପୂରା କରି ପାରିବ ବୋଲି ସେ ଦର୍ଶାଇଛନ୍ତି ।

ସୂଚନାଥାଉକି, ପାକିସ୍ତାନ କାଶ୍ମୀରରେ ସବୁକିଛି ଠିକ୍‌ ଚାଲିନଥିବା ଦର୍ଶାଇ ଭାରତକୁ ଦୋଶାରୋପ କରିଥିଲା । ଯାହାର ଜବାବ ଦେଇଛି ଭାରତ ।

ABOUT THE AUTHOR

...view details