ଓଡିଶା

odisha

ETV Bharat / international

ବିଶ୍ବରେ ବ୍ୟାପୁଛି କୋରୋନା, ଋଷକୁ ପଛରେ ପକାଇଲା ଭାରତ - କୋଭିଡ୍ ନ୍ୟୁଜ୍

କୋରୋନା କାଳ। ମହାମାରୀ ମୁକାବିଲାରେ ଋଷକୁ ପଛରେ ପକାଇଲା ଭାରତ। ବର୍ତ୍ତମାନ ରେକର୍ଡ ସଂଖ୍ୟକ ପଜିଟିଭ୍ ଚିହ୍ନଟ ହେଉଥିବା ବେଳେ ବିଶ୍ବରେ ତୃତୀୟ ସର୍ବାଧିକ ସଂକ୍ରମିତ ତାଲିକାରେ ପହଁଞ୍ଚିଲାଣି ଭାରତ। ବର୍ତ୍ତମାନ ସାରା ବିଶ୍ବରେ 11,556,641 ମାମଲା, 536,776, ମୃତ୍ୟୁ ଓ 6,534,851 ସୁସ୍ଥ ହୋଇଛନ୍ତି। ୪୪ ଲକ୍ଷ ୮୫ ହଜାର ୮୮୬ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି ।

ବିଶ୍ବରେ ବ୍ୟାପୁଛି କୋରୋନା, ରଷକୁ ପଛରେ ପକାଇ ତୃତୀୟ ସ୍ଥାନରେ ପହଁଞ୍ଚିଲା ଭାରତ
ବିଶ୍ବରେ ବ୍ୟାପୁଛି କୋରୋନା, ରଷକୁ ପଛରେ ପକାଇ ତୃତୀୟ ସ୍ଥାନରେ ପହଁଞ୍ଚିଲା ଭାରତ

By

Published : Jul 6, 2020, 8:12 AM IST

Updated : Jul 6, 2020, 8:49 AM IST

ନୂଆଦିଲ୍ଲୀ: କୋରୋନା କାଳ। ମହାମାରୀ ମୁକାବିଲାରେ ଋଷକୁ ପଛରେ ପକାଇଲା ଭାରତ। ବର୍ତ୍ତମାନ ରେକର୍ଡ ସଂଖ୍ୟକ ପଜିଟିଭ୍ ଚିହ୍ନଟ ହେଉଥିବା ବେଳେ ବିଶ୍ବରେ ତୃତୀୟ ସର୍ବାଧିକ ସଂକ୍ରମିତ ତାଲିକାରେ ପହଁଞ୍ଚିଲାଣି ଭାରତ। ସେହିପରି ପ୍ରଥମ ସ୍ଥାନକୁ ଆମେରିକା ବଜାୟ ରଖିଥିବା ବେଳେ ବ୍ରାଜିଲ ଏହାକୁ ଅନୁସରଣ କରୁଛି। ଉଭୟ ଦେଶରେ ଦୁଇଗୁଣା ସଂଖ୍ୟକ ସଂକ୍ରମିତ ରହିଛନ୍ତି।

ଭାରତରେ ଏବେ 6.87 ଲକ୍ଷ କୋରୋନା ମାମଲା ରହିଥିବା ବେଳେ 20 ହଜାର ଲୋକଙ୍କ ମୃତ୍ୟୁ ହୋଇଛି। ସେହିପରି ଆମେରିକାରେ 29 ଲକ୍ଷ ଆକ୍ରାନ୍ତ ଥିବା ବେଳେ 1.32 ଲକ୍ଷ ଲୋକଙ୍କ ଜୀବନ ନେଲାଣି ଏହି ମହାମାରୀ। ୟୁରୋପ ଏବଂ ଦକ୍ଷିଣ ଆମେରିକା ଚତୁର୍ଥ ସ୍ଥାନରେ ରହିଛନ୍ତି। ଏହାସହ ସଂକ୍ରମିତ ତାଲିକାର 12 ନମ୍ବରରେ ରହିଛି ପାକିସ୍ତାନ। ଦେଶରେ ଏବେ 2.28 ଲକ୍ଷ ମାମଲା ରହିଛି।

ତେବେ 24 ଘଣ୍ଟାରେ ସାରା ବିଶ୍ବରେ 673,165 ମାମଲା ଚିହ୍ନଟ ହୋଇଥିବା ବେଳେ 19,268 ଲୋକଙ୍କ ମୃତ୍ୟୁ ହୋଇଛି। ସେହିପରି 409,083 ସୁସ୍ଥ ହୋଇ ଫେରିଲେଣି। ବର୍ତ୍ତମାନ ସାରା ବିଶ୍ବରେ 11,556,641 ମାମଲା, 536,776, ମୃତ୍ୟୁ ଓ 6,534,851 ସୁସ୍ଥ ହୋଇଛନ୍ତି। ୪୪ ଲକ୍ଷ ୮୫ ହଜାର ୮୮୬ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ଗୁରୁତର ରୋଗୀ ହେଉଛନ୍ତି ୫୮ ହଜାର ୫୦୯ ଜଣ ।

ବ୍ରାଜିଲର ଏବେ ୧୬ ଲକ୍ଷ ୪ ହଜାର ୫୮୫ ସଂକ୍ରମିତ, ୬୪ ହଜାର ୯୦୦ ମୃତ୍ୟୁ ହୋଇଛି। ସେହିପରି ଋଷରେ ୬ ଲକ୍ଷ ୮୧ ହଜାର ୨୫୧ ଜଣ ସଂକ୍ରମିତ, ୧୦ ହଜାର ୧୬୧ ଜଣ ମୃତ ରେକର୍ଡ କରାଯାଇଥିବା ବେଳେ ଆଗରେ ରହିଛି ଭାରତ। ସଂକ୍ରମିତ ତାଲିକାର ରହିଥିବା ଅନ୍ୟଦେଶଗୁଡିକ ହେଲା ପେରୁ, ସ୍ପେନ, ଚିଲି, ବ୍ରିଟେନ,ମେକ୍ସିକୋ, ଇଟାଲୀ, ପାକିସ୍ତାନ ଇତ୍ୟାଦି।

Last Updated : Jul 6, 2020, 8:49 AM IST

ABOUT THE AUTHOR

...view details