ଓଡିଶା

odisha

ETV Bharat / international

'ଖୁବଶୀଘ୍ର ଜନବହୁଳ ରାଷ୍ଟ୍ର ଭାବେ ଚୀନକୁ ଅତିକ୍ରମ କରିବ ଭାରତ' - ଜନବହୁଳ ରାଷ୍ଟ୍ର ଭାରତ

2023 କିମ୍ବା 2024 ସୁଦ୍ଧା ବିଶ୍ବର ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ରାଷ୍ଟ୍ର ଭାବେ ଚୀନକୁ ପଛରେ ପକାଇବ ଭାରତ । 2050 ମସିହା ସୁଦ୍ଧା ଭାରତର ଜନସଂଖ୍ୟାରେ 273 ମିଲିୟନ ନୂଆ ସଂଖ୍ୟା ଯୋଡି ହେବ । ଅଧିକ ପଢନ୍ତୁ...

china
china

By

Published : May 13, 2021, 9:17 AM IST

ବେଜିଂ: ବର୍ତ୍ତମାନ ବିଶ୍ବର ସବୁଠୁ ବୃହତ ଜନବହୁଳ ରାଷ୍ଟ୍ରର ଶୀର୍ଷ ତାଲିକାରେ ରହିଛି ଚୀନ । ଏହି କ୍ରମରେ ଭାରତର ସ୍ଥାନ ଦ୍ବିତୀୟ । ହେଲେ ମାତ୍ର କିଛି ବର୍ଷ ମଧ୍ୟରେ ଭାରତ ଚୀନକୁ ଅତିକ୍ରମ କରି ସର୍ବବୃହତ ଜନବହୁଳ ରାଷ୍ଟ୍ରରେ ପରିଣତ ହେବ ବୋଲି କହିଛନ୍ତି ଚୀନର ଜନସଂଖ୍ୟା ବିଜ୍ଞାନୀ । ତାଙ୍କ କହିବାନୁଯାୟୀ, ମିଳିତ ଜାତିସଙ୍ଘର 2027 ମସିହା ପ୍ରୋଜେକ୍ଟ ଆକଳନର ବହୁପୂର୍ବରୁ ଭାରତ ଚୀନ ଜନସଂଖ୍ୟାକୁ ଅତିକ୍ରମ କରିବ । ତେବେ ଗତ କିଛି ବର୍ଷ ଧରି ଚୀନର ଜନ୍ମହାରରେ ହ୍ରାସ ରେକର୍ଡ କରାଯାଇଛି ।

'ଖୁବଶୀଘ୍ର ଜନବହୁଳ ରାଷ୍ଟ୍ର ଭାବେ ଚୀନକୁ ଅତିକ୍ରମ କରିବ ଭାରତ'

ଭାରତର ବର୍ତ୍ତମାନ ଜନସଂଖ୍ୟା ଯାହା ରହିଛି, ଆସନ୍ତା 2050 ମସିହା ସୁଦ୍ଧା ଏଥିରେ ଆହୁରି 273 ମିଲିୟନ ନୂଆ ସଂଖ୍ୟା ଯୋଡି ହେବ । 2019ରେ ମିଳିତ ଜାତିସଂଘର ଏକ ରିପୋର୍ଟ ପ୍ରକାଶ ପାଇଥିଲା । ଯେଉଁଥିରେ ପୂର୍ବାନୁମାନ କରାଯାଇଥିଲା ଯେ 2027 ମସିହା ସୁଦ୍ଧା ଭାରତ ଚୀନକୁ ପଛରେ ପକାଇ ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ରାଷ୍ଟ୍ରରେ ପରିଣତ ହେବ ଏବଂ ଏହି ଶତାବ୍ଦୀର ଶେଷ ଯାଏଁ ଭାରତର ଜନସଂଖ୍ୟା ସ୍ଥିତି ଶୀର୍ଷ ସ୍ଥାନରେ ବଜାୟ ରହିବ । 2019 ମସିହା ସୁଦ୍ଧା ଭାରତରେ 1.37 ବିଲିୟନ ଜନସଂଖ୍ୟା ରେକର୍ଡ କରାଯାଇଥିବାବେଳେ ଚୀନର 1.43 ବିଲିୟନ ରେକର୍ଡ କରାଯାଇଥିଲା, ଯାହା ମିଳିତ ଜାତିସଂଘର ତଥ୍ୟ ବୟାନ କରୁଛି ।

ମଙ୍ଗଳବାର ଚୀନ ଦ୍ବାର ପ୍ରକାଶିତ ଏକ ଦଶନ୍ଧି ଗଣନାର ତଥ୍ୟ ଅନୁଯାୟୀ ଚୀନର ଜନସଂଖ୍ୟା ମନ୍ଥର ଗତିରେ ବୃଦ୍ଧି ପାଇ 1.41178 ବିଲିୟନରେ ପହଞ୍ଚିଛି । ଏହାର ଜନସଂଖ୍ୟା ହ୍ରାସ ହେବା ଦ୍ବାରା ଶ୍ରମ ଶକ୍ତିର ଅଭାବ ଏବଂ ଉପଭୋଗ ସ୍ତରରେ ମଧ୍ୟ ହ୍ରାସ ଘଟିବ । ଫଳସୂରୁପ ଏହାଦ୍ବାରା ଚୀନର ଅର୍ଥନୈତିକ କ୍ଷେତ୍ର ମଧ୍ୟ ପ୍ରଭାବିତ ହେବ ବୋଲି ଆଶା କରାଯାଉଛି ।

ବୁଧବାର ଚୀନର ରାଷ୍ଟ୍ରାୟତ୍ତ ଗ୍ଲୋବାଲ ଟାଇମ୍ସ ଡେଲିରେ ରାଷ୍ଟ୍ରର ଜନସଂଖ୍ୟା ବିଜ୍ଞାନୀଙ୍କ ଏକ ବିବୃତ୍ତି ପ୍ରକାଶିତ ହୋଇଛି । ଯେଉଁଥିରେ ଜନସଂଖ୍ୟା ବିଜ୍ଞାନୀ ସ୍ପଷ୍ଟ କରିଛନ୍ତି କି ଆସନ୍ତା 2027 ମସିହା ପୂର୍ବରୁ ଭାରତ ଚୀନକୁ ଅତିକ୍ରମ କରି ସର୍ବବୃହତ ଜନବହୁଳ ରାଷ୍ଟ୍ରରେ ଗଣା ହେବ । ଆଗାମୀ ବର୍ଷଗୁଡିକରେ ଚୀନର ପ୍ରଜନନ ହାର ହ୍ରାସ ପାଇବା ନେଇ ଆଶା କରାଯାଉଥିବାବେଳେ ଭାରତ ଏହାର ଅଧିକ ଜନ୍ମହାର ସହ 2023 କିମ୍ବା 2024 ସୁଦ୍ଧା ବିଶ୍ବର ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ରାଷ୍ଟ୍ର ଭାବେ ଚୀନକୁ ପଛରେ ପକାଇବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details