ଓଡିଶା

odisha

ETV Bharat / international

ଇରାନରୁ ତେଲ କିଣା ପ୍ରସଙ୍ଗ: ନିର୍ବାଚନ ପରେ ନିଷ୍ପତ୍ତି ନେବ ଭାରତ

ଇରାନଠାରୁ ଭାରତ ନିଜର ବ୍ୟବସାୟିକ ଆବଶ୍ୟକତା, ଶକ୍ତି ସୁରକ୍ଷା ଓ ଆର୍ଥିକ ଲାଭକୁ ଧ୍ୟାନରେ ରଖି ଲୋକସଭା ନିର୍ବାଚନ ପରେ ତୈଳ କିଣା ଉପରେ ନିଷ୍ପତ୍ତି ନେବ ବୋଲି କହିଛି ।

By

Published : May 15, 2019, 11:52 AM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ଦୁଇ ଦିନିଆ ଭାରତ ଗସ୍ତରେ ଇରାନ ବୈଦେଶିକ ମନ୍ତ୍ରୀ ଜାଭେଦ ଜାରିଫ । ଏହି ଗସ୍ତରେ ଇରାନ ବୈଦେଶିକ ମନ୍ତ୍ରୀ ପ୍ରତିପକ୍ଷ ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜଙ୍କ ସହ ଆଲୋଚନା କରିଛନ୍ତି । ଆଲୋଚନାର ନିଷ୍କର୍ଷ ସ୍ବରୁପ ଭାରତରେ ଲୋକସଭା ନିର୍ବାଚନ ଫଳାଫଳ ପରେ ଇରାନ ଠାରୁ ଅଶୋଧିତ ତେଲ କିଣା ଉପରେ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ଦେଇଛନ୍ତି ଇରାନର ବୈଦେଶିକ ମନ୍ତ୍ରୀ ଜାଭେଦ ଜାରିଫ |

ଇରାନଠାରୁ ଭାରତ ନିଜର ବ୍ୟବସାୟିକ ଆବଶ୍ୟକତା, ଶକ୍ତି ସୁରକ୍ଷା ଓ ଆର୍ଥିକ ଲାଭକୁ ଧ୍ୟାନରେ ରଖି ଲୋକସଭା ନିର୍ବାଚନ ପରେ ତୈଳ କିଣା ଉପରେ ନିଷ୍ପତ୍ତି ନେବ ବୋଲି କହିଛି ।

କିଛିଦିନ ପୂର୍ବେ ଇରାନ ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଥିଲା । ଆଉ ଇରାନରୁ ତେଲ ନ କିଣିବା ପାଇଁ ଭାରତ ସମେତ ୮ଟି ଦେଶକୁ ଚେତାବନୀ ଦେଇଥିଲା । ଆମେରିକା ପକ୍ଷରୁ କୁହାଯାଇଥିଲା ଇରାନଠାରୁ ଯେଉଁ ଦେଶ ତେଲ କିଣିବ, ସେ ଦେଶକୁ ଇରାନ ଭଳି ଆମେରିକା ପକ୍ଷରୁ ଆର୍ଥିକ ପ୍ରତିବନ୍ଧକ ସହ୍ୟ କରିବାକୁ ପଡିବ । ଟ୍ରମ୍ପ ପ୍ରଶାସନ ଇରାନଠାରୁ ତୈଳ କିଣା ପ୍ରତିବନ୍ଧକକୁ ମେ୍‌ 1ରେ ସମାପ୍ତ କରିବାକୁ କହିଥିଲା । ମାତ୍ର ଏଯାଏଁ ଏହା ବଳବତ୍ତର ରଖିଛି ଆମେରିକା । ଅଶୋଧିତ ତୈଳ ଆମଦାନୀ କରିବାରେ ଭାରତ ହେଉଛି ବିଶ୍ବର ତୃତୀୟ ବୃହତ୍ ଦେଶ | ବର୍ଷ 2018-19ରେ ଭାରତ ଚୀନଠାରୁ 2କୋଟି 40ଲକ୍ଷ ଟନ୍‌ ଅଶୋଧିତ ତୈଳ ଆମଦାନୀ କରିଥିଲା ।

ଏଠାରେ ସୂଚନାଯୋଗ୍ୟ ଯେ ଆମେରିକା ଦ୍ବାରା ଲଗାଯାଇଥିବା ତୈଳ କିଣା ପ୍ରତିବନ୍ଧକ ପ୍ରସଙ୍ଗକୁ ନେଇ ଇରାନ କେବଳ ଭାରତ ସହ ନୁହେଁ, ଦ୍ବିପାକ୍ଷିକ ସହଯୋଗ ବାବଦରେ ଆଲୋଚନା କରିବାକୁ ଇରାନର ବୈଦେଶିକ ମନ୍ତ୍ରୀ ଜାଭେଦ ଜାରିଫ ଋଷ୍, ଚୀନ୍, ତୁର୍କମେନିସ୍ତାନ ଓ ଇରାକ ସହ ପ୍ରତିବନ୍ଧକ ହଟାଇବା ବାବଦରେ ଆଲୋଚନା କରିଛନ୍ତି ।

For All Latest Updates

ABOUT THE AUTHOR

...view details