ଓଡିଶା

odisha

ଶ୍ରୀଲଙ୍କାର ତୈଳ ଟ୍ୟାଙ୍କରରେ ଭୀଷଣ ଅଗ୍ନିକାଣ୍ଡ, ସାହାଯ୍ୟ କଲା ଭାରତ

By

Published : Sep 3, 2020, 4:53 PM IST

ଶ୍ରୀଲଙ୍କା ଉପକୂଳଠାରୁ 37 ମାଇଲ ଦୂରରେ ଥିବା ଏକ ତୈଳ ଟ୍ୟାଙ୍କରରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି ।

ଶ୍ରୀଲଙ୍କାର ତୈଳ ଟ୍ୟାଙ୍କରରେ  ଭୀଷଣ ଅଗ୍ନିକାଣ୍ଡ, ସାହାଯ୍ୟ କଲା ଭାରତ
ଶ୍ରୀଲଙ୍କାର ତୈଳ ଟ୍ୟାଙ୍କରରେ ଭୀଷଣ ଅଗ୍ନିକାଣ୍ଡ, ସାହାଯ୍ୟ କଲା ଭାରତ

କଲମ୍ବୋ: ଶ୍ରୀଲଙ୍କା ଉପକୂଳଠାରୁ 37 ମାଇଲ ଦୂରରେ ଥିବା ଏକ ତୈଳ ଟ୍ୟାଙ୍କରରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି । ଟ୍ୟାଙ୍କର 'ଏମଟି ନ୍ୟୁଡାୟମଣ୍ଡ'ରେ ବିସ୍ଫୋରଣ ହେବାପରେ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ରହିଛି । ସେପଟେ ଶ୍ରୀଲଙ୍କା ନୌସେନା ତୁରନ୍ତ ନିଆଁକୁ ଆୟତ୍ତ କରିଥିଲା । ଏହା ପରେ ଶ୍ରୀଲଙ୍କା ନୌସେନା ଭାରତୀୟ ତଟରକ୍ଷୀ ବାହିନୀକୁ ଅଗ୍ନି ନିର୍ବାପକ ସହାୟତା ମାଗିଥିଲା।

ତେବେ ଭାରତୀୟ ତଟରକ୍ଷୀ ବାହିନୀ ତୁରନ୍ତ ସହାୟତା ପାଇଁ ଇଣ୍ଡିଆନ କୋଷ୍ଟଗାର୍ଡ ଜାହାଜ ଏବଂ ବିମାନ ନିୟୋଜିତ କରିଥିବା ଜଣାପଡିଛି । ଏହା ବ୍ୟତୀତ ଭାରତ ତୈଳ ଟ୍ୟାଙ୍କରକୁ ସାହାଯ୍ୟ କରିବା ପାଇଁ ଜାହାଜ ଶୌର୍ଯ୍ୟ, ସାରଙ୍ଗ, ସି ୱାଚମ୍ୟାନ୍ ଏବଂ ଡର୍ନିଅର୍ ବିମାନକୁ ପଠାଇଛି ।

ABOUT THE AUTHOR

...view details