ଓଡିଶା

odisha

ETV Bharat / international

ଚୀନକୁ ଧକ୍କା ! ଏସ-400 କ୍ଷେପଣାସ୍ତ୍ର ଦେବାକୁ ମନା କଲା ଋଷ - Russia suspends deliveries of S-400 missiles

ଚୀନକୁ ଆଉ ଝଟକା । ଯୁଦ୍ଧ ପାଇଁ ପ୍ରସ୍ତୁତ ରହୁଥିବା ଡ୍ରାଗନକୁ ମିଳବ ନାହିଁ ଏସ-400 କ୍ଷେପଣାସ୍ତ୍ର । ଅଧିକ ପଢନ୍ତୁ...

ଏସ-400 କ୍ଷେପଣାସ୍ତ୍ର ଦେବାକୁ ମନା କଲା ରୁଷ
ଏସ-400 କ୍ଷେପଣାସ୍ତ୍ର ଦେବାକୁ ମନା କଲା ରୁଷ

By

Published : Jul 28, 2020, 7:02 AM IST

ମସ୍କୋ: ଚୀନକୁ ଶକ୍ତ ଧକ୍କା ଦେଲା ରୁଷିଆ । ଏସ-400 କ୍ଷେପଣାସ୍ତ୍ର ଯୋଗାଇବାରେ ସ୍ଥଗିତ ରଖିଲା ରୁଷିଆ । ଏସ-400 ଦେବାକୁ ଚୀନ ସହ ରୁଷିଆ ଚୁକ୍ତି କରିଥିଲେ ମଧ୍ୟ ବର୍ତ୍ତମାନ ଏହା ଦେବାକୁ ମନା କରୁଛି ରୁଷିଆ । ତେବେ ଏକ ବିଶେଷ କାରଣରୁ ଏହା ସ୍ଥଗିତ ରଖାଯାଇଥିବା ଚୀନ ଖବର କାଗଜରେ ପ୍ରକାଶ ପାଇଛି ।

ଚାଇନାର ଖବରକାଗଜ ଅନୁସାରେ, ବର୍ତ୍ତମାନ ରୁଷିଆ କ୍ଷେପଣାସ୍ତ୍ର ଯୋଗାଇବାକୁ ସ୍ଥଗିତ ରଖିଛି । କ୍ଷେପଣାସ୍ତ୍ର ଯୋଗାଇବା ଏତେ ସହଜ କଥା ନୁହେଁ । କେବଳ କାଗଜପତ୍ରରେ ସ୍ବାକ୍ଷର କରିଦେଇ ଇନଭଏସ ପ୍ରସ୍ତୁତ କରିଦେଲେ କ୍ଷେପଣାସ୍ତ୍ର ମିଳିଯିବ ନାହିଁ ।

ଚାଇନାକୁ ତାଲିମ ପାଇଁ କର୍ମଚାରୀ ପଠାଇବାକୁ ପଡୁଥିବା ବେଳେ ଅସ୍ତ୍ରଶସ୍ତ୍ରକୁ ସେବାରେ ଲଗାଇବା ପାଇଁ ରୁଷିଆକୁ ମଧ୍ୟ ଅନେକ ଟେକ୍ନିକାଲ କର୍ମଚାରୀ ପଠାଇବାକୁ ପଡିବ ବୋଲି ରୁଷିଆ କହିଛି ।

2018 ରେ ଚୀନ ପ୍ରଥମ ବ୍ୟାଚ୍ S-400 କ୍ଷେପଣାସ୍ତ୍ର ଗ୍ରହଣ କରିଛି ବୋଲି ସାମରିକ କୂଟନୈତିକ ସୂତ୍ର ରୁଷିଆର ଟାସ୍ ନ୍ୟୁଜ୍ ଏଜେନ୍ସିକୁ କହିଛି।

ABOUT THE AUTHOR

...view details