ସିଓଲ: ଅପେକ୍ଷାର ଫଳ ସବୁବେଳେ ମିଠା ହିଁ ଥାଏ । ହେଲେ ଏହି ଫଳ ପାଇବା ପାଇଁ ଦରକାର ଧୈର୍ଯ୍ୟ । ଯାହା ଏବେ ଦକ୍ଷିଣ ଆଫ୍ରିକା ପାଇଁ ଆଣିଛି ଖୁସିର ଖବର । ଗତ ଦୁଇ ମାସର ଅକ୍ଳାନ୍ତ ପରିଶ୍ରମ ପରେ ଏବେ ଦେଶରେ ଧିରେ ଧିରେ କମୁଛି କୋରୋନା ପ୍ରଭାବ । ଗତ ଦୁଇ ମାସ ମଧ୍ୟରେ ପ୍ରଥମ ଥର ପାଇଁ ରବିବାର ଦେଶରେ ଏକ ଅଙ୍କ ବିଶିଷ୍ଟ ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି ।
ଦୁଇ ମାସ ପରେ ଦକ୍ଷିଣ କୋରିଆରେ ସୁଧୁରୁଛି କୋରୋନା ପରିସ୍ଥିତି - କୋରୋନା ଭାଇରସ ନ୍ୟୁଜ୍
ଗତ ଦୁଇ ମାସ ମଧ୍ୟରେ ପ୍ରଥମ ଥର ପାଇଁ ରବିବାର ଦେଶରେ ଏକ ଅଙ୍କ ବିଶିଷ୍ଟ ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ରବିବାର ଦେଶରେ ମାତ୍ର 8 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସୂଚନା ଦେଇଛି କୋରିଆ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍ସନ (କେସିଡିସି) ।
ଦୁଇ ମାସ ପରେ ଦକ୍ଷିଣ କୋରିଆରେ ସୁଧୁରୁଛି କୋରୋନା ପରିସ୍ଥିତି
ରବିବାର ଦେଶରେ ମାତ୍ର 8 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସୂଚନା ଦେଇଛି କୋରିଆ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍ସନ (କେସିଡିସି) । ସୂଚନା ମୁତାବିକ ଚିହ୍ନଟ 8 ଜଣଙ୍କ ମଧ୍ୟରୁ 5 ଜଣ ବିଦେଶାଗତ ରହିଛନ୍ତି । ଏଥିସହ ଦେଶରେ ମୋଟ ଆକ୍ରାନ୍ତ ସଂଖ୍ୟା 10,661ରେ ପହଞ୍ଚିଛି । ସେପଟେ ଦେଶରେ ମୃତ୍ୟୁ ସଂଖ୍ୟା 234ରେ ସ୍ଥିର ରହିଥିବା ମଧ୍ୟ ଜଣାପଡିଛି ।