ଓଡିଶା

odisha

ETV Bharat / international

ଆତଙ୍କୀଙ୍କୁ ଜବାବ, ଗାଜା ସୀମାରେ ରକେଟ୍ ମାଡ କଲା ଇସ୍ରାଏଲ - idf-attacks-hamas

ଗାଜା ଉପରେ ପ୍ରତିଶୋଧ ନେଲା ଇସ୍ରାଏଲ୍ । ଦେଶର ପ୍ରତିରକ୍ଷା ବାହିନୀ (IDF)ରବିବାର ଗାଜା ଉପରକୁ ରକେଟ୍ ମାଡ କରିଛି। ଏହା ପୂର୍ବରୁ ଗାଜାର ଆତଙ୍କୀ ମାନେ ଇସ୍ରାଏଲ ଉପରେ 3ଟି ରକେଟ୍ ମାଡ କରିଥିଲେ।

କଡା ଜବାବ, ଗାଜା ସୀମାରେ ରକେଟ୍ ମାଡ କଲା ଇସ୍ରାଏଲ
କଡା ଜବାବ, ଗାଜା ସୀମାରେ ରକେଟ୍ ମାଡ କଲା ଇସ୍ରାଏଲ

By

Published : Jul 6, 2020, 3:10 PM IST

ଇସ୍ରାଏଲ: ଗାଜା ଉପରେ ପ୍ରତିଶୋଧ ନେଲା ଇସ୍ରାଏଲ୍ । ଦେଶର ପ୍ରତିରକ୍ଷା ବାହିନୀ (IDF)ରବିବାର ଗାଜା ଉପରକୁ ରକେଟ୍ ମାଡ କରିଛି। ଏହା ପୂର୍ବରୁ ଗାଜାର ଆତଙ୍କୀ ମାନେ ଇସ୍ରାଏଲ ଉପରେ 3ଟି ରକେଟ୍ ମାଡ କରିଥିଲେ। ବର୍ତ୍ତମାନ ଇସ୍ରାଏଲ୍‌ ପକ୍ଷରୁ ଗାଜାରେ ରହିଥିବା ବିଭିନ୍ନ ଭୂତଳ ଆଡ୍ଡା ଉପରେ ବିମାନ ଆକ୍ରମଣ କରାଯାଇ ଏହାକୁ ନଷ୍ଟ କରି ଦିଆଯାଇଛି ।

ଆଇଡିଏଫ୍ ଏକ ଟୁଇଟ୍ ଜରିଆରେ କହିଛନ୍ତି, "ଆଜି ସନ୍ଧ୍ୟାରେ ଇସ୍ରାଏଲ୍ ଉପରେ ଗୁଳି ଚଳାଇଥିବା 3 ରକେଟର ଜବାବରେ ଆମର ବାୟୁସେନା କେବଳ ଗାଜାରେ ହାମାସ ଭୂତଳ ଆତଙ୍କବାଦୀ ଭିତ୍ତିଭୂମିକୁ ଟାର୍ଗେଟ କରିଛି।"

ଏହା ପୂର୍ବରୁ ସନ୍ଧ୍ୟାରେ ଉତ୍ତର ଗାଜା ଷ୍ଟ୍ରିପରୁ ଇସ୍ରାଏଲକୁ ତିନିଟି ରକେଟ ଗୁଳି ଚଳାଇଥିଲା ବୋଲି ଟାଇମ୍ସ ଅଫ୍ ଇସ୍ରାଏଲ ରିପୋର୍ଟ କରିଛି। ଅନ୍ୟ ଏକ ଟୁଇଟରେ କୁହାଯାଇଛି, "ଆଜି ଦ୍ୱିତୀୟ ଥର ପାଇଁ ଗଜାରୁ ଇସ୍ରାଏଲକୁ ଏକ ରକେଟ ମାଡ କରାଯାଇଥିଲା।

ସ୍ପୁଟ୍ନିକ୍ ରିପୋର୍ଟ ଅନୁଯାୟୀ, ୱେଷ୍ଟ ବ୍ୟାଙ୍କ୍ ତଥା ଏହାର ଆଖପାଖ ଅଞ୍ଚଳରେ ଥିବା ବେଆଇନ ବସତି ଉପରେ ଇସ୍ରାଏଲ୍ ନିଜର ସାର୍ବଭୌମତ୍ୱ ବିସ୍ତାର କରିବାକୁ ଯୋଜନା କରିଛି।

ରିପୋର୍ଟରେ କୁହାଯାଇଛି ଯେ ହାମାସ ଏବଂ ପତାହା ସପ୍ତାହ ପୂର୍ବରୁ ଘୋଷଣା କରିଥିଲେ ଯେ 1967 ମସିହାରେ ଦଖଲ ହୋଇଥିବା ସମସ୍ତ ପାଲେଷ୍ଟାଇନ ଅଞ୍ଚଳ ଏବଂ ଜେରୁଜେଲମକୁ ଏହାର ରାଜଧାନୀ ଭାବରେ ପରିଣତ କରିବ। ସମ୍ପୂର୍ଣ୍ଣ ସାର୍ବଭୌମତ୍ୱ ସହ ଏକ ପାଲେଷ୍ଟାଇନ ରାଜ୍ୟ ଗଠନ କରିବା ସେମାନଙ୍କର ସାଧାରଣ ଲକ୍ଷ୍ୟ।

ABOUT THE AUTHOR

...view details