ଓଡିଶା

odisha

କୋରୋନା ବନ୍ଦୀରୁ ମୁକ୍ତ ପ୍ରସିଦ୍ଧ ଟୋକିଓ ଟାୱାର

By

Published : May 28, 2020, 10:11 PM IST

ସପ୍ତାହ ପ୍ରାରମ୍ଭରେ ପର୍ଯ୍ୟଟନର ଦୁଇଟି ଆକର୍ଷଣ ବିନ୍ଦୁ, ନାଇଟ ଟୁର ଆରମ୍ଭ ହେବା ନେଇ ଘୋଷଣା ହୋଇଥିବା ବେଳେ ଗୁରୁବାର ଲୋକଙ୍କ ପାଇଁ ଖୋଲିଛି ପ୍ରସିଦ୍ଧ ଟୋକିଓ ଟାୱାର ।

tokyo tower, tokyo tower reopen in japan, corona in japan, corona update, lockdown update in japan, ଟୋକିୟୋ ଟାୱାର, ଜାପାନରେ ଖୋଲିଲା ଟୋକିୟୋ ଟାୱାର, ଜାପାନରେ କୋରୋନା, କୋରୋନା ଅପଡେଟ, ଜାପାନରେ ଲକଡାଉନ ଅପଡେଟ
କୋରୋନା ବନ୍ଦୀରୁ ମୁକ୍ତ ପ୍ରସିଦ୍ଧ ଟୋକିଓ ଟାୱାର

ଟୋକିଓ: ଚଳିତ ସପ୍ତାହ ଆରମ୍ଭରୁ ଜାପାନରେ କୋହଳ ହୋଇଛି ଲକଡାଉନ କଟକଣା । ଏମିତିରେ ପର୍ଯ୍ୟାୟକ୍ରମେ ଦେଶରେ ସ୍ଥିତି ସ୍ବାଭାବିକ ହେବାରେ ଲାଗିଛି । ସପ୍ତାହ ପ୍ରାରମ୍ଭରେ ପର୍ଯ୍ୟଟନର ଦୁଇଟି ଆକର୍ଷଣ ବିନ୍ଦୁ, ନାଇଟ ଟୁର ଆରମ୍ଭ ହେବା ନେଇ ଘୋଷଣା ହୋଇଥିବା ବେଳେ ଗୁରୁବାର ଲୋକଙ୍କ ପାଇଁ ଖୋଲିଛି ପ୍ରସିଦ୍ଧ ଟୋକିଓ ଟାୱାର ।

333 ମିଟର ଲମ୍ବ ଏହି ଟୋକିଓ ଟାୱାରକୁ ଦେଖିବା ପାଇଁ ଦୁଇଟି ନିରୀକ୍ଷଣ ଡେକର ବ୍ୟବସ୍ଥା କରାଯାଇଛି । ଲକଡାଉନ କଟକଣା କୋହଳ ହୋଇଛି ସତ, ହେଲେ ଏବେ ବି ସଂକ୍ରମଣର ଭୟ ଲାଗି ରହିଥିବାରୁ ଲୋକଙ୍କୁ ସୁରକ୍ଷିତ ଦୂରତା ଅବଲମ୍ବନ କରିବା ପାଇଁ ପରାମର୍ଶ ଦିଆଯାଇଛି । ତେବେ ସୁରକ୍ଷା ଦୃଷ୍ଟିରୁ ଆଉ କିଛି ପଦକ୍ଷେପ ମଧ୍ୟ କାର୍ଯ୍ୟକାରୀ କରାଯାଇଛି । ସଂକ୍ରମଣରୁ ରକ୍ଷା ପାଇଁ ଗୋଟିଏ ଏଲିଭେଟରରେ 4 ଜଣ ଲୋକେ ଯିବା ପାଇଁ ଅନୁମତି ମିଳିଛି ।

ଯଦି କେହି ବୟସ୍କ ବା ଭିନ୍ନକ୍ଷମ ବ୍ୟକ୍ତି ଥାଆନ୍ତି ତେବେ ସେମାନଙ୍କୁ ପ୍ରଥମେ ସୁଯୋଗ ଦେବା ପାଇଁ କୁହାଯାଇଛି । ତେବେ ଅଧିକାଂଶ ପର୍ଯ୍ୟଟକଙ୍କୁ ଖୋଲା ଆକାଶ ତଳେ ଥିବା ପ୍ରାୟ 600 ପାହାଚ ଚଢିବାକୁ ହେବ ବୋଲି କୁହାଯାଇଛି । 150 ମିଟର ଉଚ୍ଚ ନିରୀକ୍ଷଣ ପ୍ଲାଟଫର୍ମରେ ପହଞ୍ଚିବା ପାଇଁ ଏହି ପାହାଚର ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିବା ମ୍ୟାନେଜମେଣ୍ଟ ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ କାର୍ଯ୍ୟରତ କର୍ମଚାରୀଙ୍କୁ ସୁରକ୍ଷା ପାଇଁ ଫେସ ସିଲ୍ଡ, ମାସ୍କ ଓ ଗ୍ଲୋବ୍ସ ବ୍ୟବହାର ବାଧ୍ୟତାମୂଳକ କରାଯାଇଛି । ସୂଚନା ଅନୁଯାୟୀ କୋରୋନା ସଂକ୍ରମଣକୁ ନଜରରେ ରଖି ଏପ୍ରିଲ 8ରୁ ଟୋକିଓ ଟାୱାରକୁ ବନ୍ଦ କରାଯାଇଥିଲା ।

@IANS

ABOUT THE AUTHOR

...view details