ସିଓଲ: ବିଶ୍ବ କୋରୋନାଭାଇରସ୍ ମହାମାରୀ ସହିତ ମୁକାବିଲା କରୁଛି । ଏପରିସ୍ଥଳେ ଅନେକ ଦେଶ କୋରୋନା ଯୋଦ୍ଧାଙ୍କୁ ମନୋବଳ ବୃଦ୍ଧି ଓ ସମ୍ମାନାର୍ଥେ ଭିନ୍ନ ଭିନ୍ନ ଉପାୟ ଆପଣାଉଛନ୍ତି । ବିଶ୍ବ ତଥା କୋରୋନା ଫାଇଟର୍ସଙ୍କ ପାଇଁ ପ୍ରେରଣାଦାୟକ ତଥା ସଚେତନତା ବାର୍ତ୍ତାର ଚମତ୍କାର ପ୍ରଦର୍ଶନ କରାଯାଉଛି । ଏପରିସ୍ଥଳେ ସିଓଲରେ ଶହ ଶହ ଡ୍ରୋନ୍ ରାତିରେ ଆକାଶକୁ ଆଲୋକିତ କରିଥିଲା । ଦକ୍ଷିଣ କୋରିଆର ରାଜଧାନୀ ଦେଇ ପ୍ରବାହିତ ହାନ ନଦୀ ଉପରେ ଆକାଶରେ ତିନି ଶହ ମାନବ ବିହୀନ ଡ୍ରୋନ ଦ୍ବାରା ଚିତ୍ର ଅଙ୍କା ଯାଇଥିଲା ।
କୋରୋନା ବାର୍ତ୍ତା ଦେଇ ଶତାଧିକ ଡ୍ରୋନରେ ଚମକିଲା ସିଓଲ ଆକାଶ - Hundreds of drones light up Seoul sky
ବିଶ୍ବ ତଥା କୋରୋନା ଫାଇଟର୍ସଙ୍କ ପାଇଁ ପ୍ରେରଣାଦାୟକ ତଥା ସଚେତନତା ବାର୍ତ୍ତାର ଚମତ୍କାର ପ୍ରଦର୍ଶନ କରାଯାଉଛି । ଏପରିସ୍ଥଳେ ସିଓଲରେ ଶହ ଶହ ଡ୍ରୋନ୍ ରାତିରେ ଆକାଶକୁ ଆଲୋକିତ କରିଥିଲା । ଦକ୍ଷିଣ କୋରିଆର ରାଜଧାନୀ ଦେଇ ପ୍ରବାହିତ ହାନ ନଦୀ ଉପରେ ଆକାଶରେ ତିନି ଶହ ମାନବ ବିହୀନ ଡ୍ରୋନ ଦ୍ବାରା ଚିତ୍ର ଅଙ୍କା ଯାଇଥିଲା ।
ଏଥିରେ ମାସ୍କ ପିନ୍ଧିବା, ହାତ ଧୋଇବା ଏବଂ ଅନ୍ୟମାନଙ୍କଠାରୁ ଦୁଇ ମିଟର ଦୂରତା ରଖିବା ଭଳି ପ୍ରମୁଖ ସତର୍କତାମୂଳକ ପଦକ୍ଷେପ ବିଷୟରେ ଲୋକଙ୍କୁ ମନେ ପକାଇ ବାର୍ତ୍ତା ସହିତ ଏହି ଶୋ ଆରମ୍ଭ ହୋଇଥିଲା । ଡ୍ରୋନ୍ ଗୁଡିକ କୋରୋନାଭାଇରସ୍ କଣିକା ଦ୍ବାରା ଘେରି ରହିଥିବା ଏକ ମାସ୍କର ଚିତ୍ର ସୃଷ୍ଟି କରିଥିଲେ ।
10 ମିନିଟର ଶୋ ମହାମାରୀର ଆଗଧାଡିରେ ଥିବା ସମସ୍ତ ଡାକ୍ତର, ଡାକ୍ତରୀ କର୍ମଚାରୀଙ୍କ ପାଇଁ ତଥା ସମସ୍ତ ଦକ୍ଷିଣ କୋରିଆବାସୀଙ୍କ ସାମୂହିକ ଉଦ୍ୟମ ପାଇଁ କୃତଜ୍ଞତାର ବାର୍ତ୍ତାକୁ ସ୍ଥାନିତ କରାଯାଇଥିଲା । ଆପଣଙ୍କୁ ଧନ୍ୟବାଦ, ସହ ଡ୍ରୋନ ଦ୍ବାରା ହାର୍ଟ ଆକୃତିର ଚିତ୍ର ଅଙ୍କା ଯାଇଥିଲା । ଏଭଳି ଅନେକ ବାର୍ତ୍ତା ସୋ ମାଧ୍ୟମରେ ଦେଖିବାକୁ ମିଳିଥିଲା ।