ଓଡିଶା

odisha

ETV Bharat / international

ହଂକଂ ବିଧାନସଭାରେ ପାରିତ ହେଲା ଜାତୀୟ ସଙ୍ଗୀତ ବିଲ - ହଂକଂ ବିଧାନସଭା

ଚୀନ ରାଷ୍ଟ୍ରୀୟ ସଙ୍ଗୀତ ‘ମାର୍ଚ୍ଚ ଅଫ ଦି ଭଲ୍ୟୁଣ୍ଟିଅର’କୁ ଅପମାନିତ କରି ଗୁରୁବାର ହଂକଂ ବିଧାନସଭାରେ ବହୁମତ ସହ ପାରିତ ହୋଇଛି ଜାତୀୟ ସଙ୍ଗୀତ ବିଲ୍‌। ସପକ୍ଷରେ 41 ଓ ବିପକ୍ଷରେ ମାତ୍ର ଗୋଟିଏ ମତ ସହ ଏହି ବିଲ୍‌ ପାରିତ ହୋଇଛି ।

protest in hong kong, national anthem law passed in hong kong, hong kong lagislature, national anthem law controversy in hong kong, ହଂକଂରେ ବିକ୍ଷୋଭ, ହଂକଂରେ ପାରିତ ହେଲା ଜାତୀୟ ସଙ୍ଗୀତ ବିଲ୍‌, ହଂକଂ ବିଧାନସଭା, ହଂକଂରେ ଜାତୀୟ ସଙ୍ଗୀତ ବିଲ୍‌ ବିବାଦ
ହଂକଂ ବିଧାନସଭାରେ ପାରିତ ହେଲା ଜାତୀୟ ସଙ୍ଗୀତ ବିଲ୍‌

By

Published : Jun 4, 2020, 11:47 PM IST

ହଂକଂ: ଚୀନ ରାଷ୍ଟ୍ରୀୟ ସଙ୍ଗୀତ ‘ମାର୍ଚ୍ଚ ଅଫ ଦି ଭଲ୍ୟୁଣ୍ଟିଅର’କୁ ଅପମାନିତ କରି ଗୁରୁବାର ହଂକଂ ବିଧାନସଭାରେ ବହୁମତ ସହ ପାରିତ ହୋଇଛି ଜାତୀୟ ସଙ୍ଗୀତ ବିଲ୍‌। ସପକ୍ଷରେ 41 ଓ ବିପକ୍ଷରେ ମାତ୍ର ଗୋଟିଏ ମତ ସହ ଏହି ବିଲ୍‌ ପାରିତ ହୋଇଛି । ଏହି ନିୟମ ଆଧାରରେ କୌଣସି ବ୍ୟକ୍ତି ଜାତୀୟ ସଙ୍ଗୀତର ଅପମାନ କରୁଥିବା ଧରା ପଡିଲେ ଓ ଦୋଷୀ ସାବ୍ୟସ୍ତ ହେଲେ ତାଙ୍କୁ 6,450 ଡଲାରର ତଣ୍ଡ ସହ ଜେଲ ଦଣ୍ଡ ଦିଆଯିବାର ବ୍ୟବସ୍ଥା ହୋଇଛି ।

ସୂଚନା ମୁତାବକ ଏହି ବିଲ ପାଇଁ ମତ ଗ୍ରହଣ ପୂର୍ବରୁ ବିରୋଧୀ ବିଧାୟକ ଏକ ବୋତଲ ଭୁଲ ଗନ୍ଧଯୁକ୍ତ ବା ଭ୍ରମ ସୃଷ୍ଟି ପାଇଁ ଗନ୍ଧଯୁକ୍ତ ତରଳ ପଦାର୍ଥ ଢାଳି ବିଧାନସଭାରେ ବାଧା ସୃଷ୍ଟି କରିଥିଲେ । ଚେୟାରରେ ବସିଥିବା ସମୟରେ ଏଡ୍ଡି ଚୁ ଓ ରେମଣ୍ଡ ଚାନ ନାମକ ଦୁଇ ସମ୍ପକ୍ତ ବିଧାୟକ ହଠାତ୍‌ ଧାଇଁ ଯାଇ ସର୍ବସମ୍ମୁଖରେ ଏକ ଖଇରିଆ ରଙ୍ଗର ତରଳ ପଦାର୍ଥ ଢାଳିଥିଲେ । ଏହାଦ୍ବାରା ବେଶ କିଛି ସମୟ ପର୍ଯ୍ୟନ୍ତ ବିଧାନସଭା ଚାଲି ପାରିନଥିଲା । ତେବେ କିଛି ସମୟ ପରେ ଏହା ବାୟୋଫର୍ଟିଲାଇଜର ବୋଲି ସ୍ପଷ୍ଟ କରିଥିଲେ ଚୁ ।

ସେ ପ୍ରତିକ୍ରିୟା ଦେଇ କହିଥିଲେ କି ଗତ ସପ୍ତାହ ବିଧାନସଭାରେ ଶାସକ ଦଳର ବିଧାୟକ ଟେଡ ହୁଇ ମଧ୍ୟ ଏହି ସମାନ ପଦାର୍ଥର ବ୍ୟବହାର କରିଥିଲେ । ଏହା ପଚା ଷଢା ଗଛର ଅବଶିଷ୍ଟାଂଶ ମାତ୍ର । ତେବେ ଏହା କରିବା ପଛରେ ଉଦ୍ଦେଶ୍ୟ ରହିଥିଲା ଜାତୀୟ ସଙ୍ଗୀତ ବିଲ୍‌କୁ ବିରୋଧ ।

@IANS

ABOUT THE AUTHOR

...view details