ଓଡିଶା

odisha

ETV Bharat / international

ଅନ୍ତରୀଣ ମାମଲାରେ ଦଖଲ ନଦେବାକୁ ଆମେରିକାକୁ ହଂକଂର ଚେତାବନୀ - ଆମେରିକାରେ ହଂକଂ ସମ୍ବନ୍ଧୀୟ ବିଧେୟକ ପାରିତ

ଚୀନ ଦ୍ବାରା ହଂକଂରେ ଲାଗୁ ହୋଇଥିବା ଜାତୀୟ ସୁରକ୍ଷା ଆଇନର ଗୋଟିଏ ଦିନ ପରେ ହଂକଂ ସମ୍ବନ୍ଧୀୟ ନିଷ୍ପତ୍ତିକୁ ନେଇ ଏକ ବିଧେୟକ ପାରିତ କରିଥିଲା ଆମେରିକା । ଯାହାକୁ ତୀବ୍ର ବିରୋଧ କରିଛି ହଂକଂ । ଏନେଇ ଅନଲାଇନ ପ୍ଲାଟଫର୍ମରେ ପ୍ରତିକ୍ରିୟା ଦେଇ ହଂକଂ କହିଛି କି ହଂକଂର ଅନ୍ତରୀଣ ମାମଲାରେ ହସ୍ତକ୍ଷେପ କରିବାର ଆମେରିକାର କୌଣସି ଅଧିକାର ନାହିଁ । ଅଧିକ ପଢନ୍ତୁ...

hong kong-america relation, america's interference in hk's internal matter, hk related sanction passed in america senate, hong kong national security law, ହଂକଂ-ଆମେରିକା ସମ୍ପର୍କ, ହଂକଂ ଅନ୍ତରୀଣ ମାମଲାରେ ଆମେରିକାର ହସ୍ତକ୍ଷେପ, ଆମେରିକାରେ ହଂକଂ ସମ୍ବନ୍ଧୀୟ ବିଧେୟକ ପାରିତ, ହଂକଂ ଜାତୀୟ ସୁରକ୍ଷା ଆଇନ
ଅନ୍ତରୀଣ ମାମଲାରେ ଦଖଲ ନଦେବାକୁ ଆମେରିକାକୁ ହଂକଂର ଚେତାବନୀ

By

Published : Jul 5, 2020, 2:41 AM IST

ହଂକଂ: ଚୀନ ଦ୍ବାରା ହଂକଂରେ ଲାଗୁ ହୋଇଥିବା ଜାତୀୟ ସୁରକ୍ଷା ଆଇନର ଗୋଟିଏ ଦିନ ପରେ ହଂକଂ ସମ୍ବନ୍ଧୀୟ ନିଷ୍ପତ୍ତିକୁ ନେଇ ଏକ ବିଧେୟକ ପାରିତ କରିଥିଲା ଆମେରିକା । ଯାହାକୁ ତୀବ୍ର ବିରୋଧ କରିଛି ହଂକଂ । ଏନେଇ ଅନଲାଇନ ପ୍ଲାଟଫର୍ମରେ ପ୍ରତିକ୍ରିୟା ଦେଇ ହଂକଂ କହିଛି କି ହଂକଂର ଅନ୍ତରୀଣ ମାମଲାରେ ହସ୍ତକ୍ଷେପ କରିବାର ଆମେରିକାର କୌଣସି ଅଧିକାର ନାହିଁ । ଏହି ମନ୍ତବ୍ୟ କେଉଁ ମୁଖପାତ୍ର ଦେଇଛନ୍ତି ତାହା ଏଯାଏଁ ସ୍ପଷ୍ଟ ହୋଇନଥିବା ବେଳେ ଆମେରିକା କଂଗ୍ରେସକୁ ଏପରି କାର୍ଯ୍ୟକଳାପରୁ ନିବୃତ ରହିବା ପାଇଁ ସେ ମନ୍ତବ୍ୟ ଦେଇଛନ୍ତି ।

ଆମେରିକା ଦ୍ବାରା ପାରିତ ହୋଇଥିବା ଏହି ବିଧେୟକ ଗ୍ରହଣୀୟ ନୁହେଁ ବୋଲି ହଂକଂ ସ୍ପଷ୍ଟ କରିଛି । ତେଣେ ଏହି ହସ୍ତକ୍ଷେପ ଦ୍ବାରା ଆମେରିକା ଓ ହଂକଂର ସମ୍ପର୍କ ନଷ୍ଟ ହେବ ବୋଲି ମଧ୍ୟ ହଂକଂ ମତ ଦେଇଛି । ତେବେ ଗୋଟିଏ ଦେଶ ଦୁଇଟି ନିୟମ ପିପୁଲ୍ସ ରିପବ୍ଲିକ ଅଫ ଚାଇନାର ସମ୍ପୂର୍ଣ୍ଣ ନିଜସ୍ବ ଓ ଦେଶର ଅନ୍ତରୀଣ ମାମଲା । ଏନେଇ ହଂକଂରେ ସ୍ବୟଂଚାଳିତ ନିୟମ ଲାଗୁ ହେବା ଦିନ ଏହି ନିୟମ ଆମେରିକାର ସିନେଟରେ ମଧ୍ୟ ପାରିତ ହୋଇଥିଲା । ତେଣୁ ବର୍ତ୍ତମାନ ଏହି ନିୟମ ଲାଗୁ ହେବ କି ନହେବା ନେଇ ରାଷ୍ଟ୍ରପତିଙ୍କ ନିଷ୍ପତ୍ତି ବାକି ରହିଛି । ଯାହାକୁ ହଂକଂ ତୀବ୍ର ବିରୋଧ କରିଛି ।

ଏହି ନିୟମ ଆଧାରରେ ନିୟମ ବାହାରେ ଯିଏ ହଂକଂ ସହ ବ୍ୟାବସାୟିକ ସମ୍ପର୍କ ରଖିବ ତାଙ୍କୁ ଦଣ୍ଡବିଧାନ ହେବ । ଚୀନ ଦ୍ବାରା ପ୍ରଣୀତ ଆଇନର ଅମାନ୍ୟ ହେଉଥିବା ସ୍ଥିତିରେ ମଧ୍ୟ ଦଣ୍ଡ ବିଧାନ ହେବାର ବ୍ୟବସ୍ଥା ରହିଛି । ହେଲେ ହଂକଂର ଅନ୍ତରୀଣ ମାମଲାରେ ଏପରି ହସ୍ତକ୍ଷେପ ନକରିବାକୁ ହଂକଂ ଆମେରିକାକୁ ଚେତାବନୀ ଦେଇଛି ।

@IANS

ABOUT THE AUTHOR

...view details