ହଂକଂ: ହଂକରେ ଅନୁଷ୍ଠିତ ନିର୍ବାଚନରେ ସର୍ବକାଳୀନ ମତଦାନ କରାଯାଇଥିବା ରେକର୍ଡ ହୋଇଛି । ସହରରେ 4.1 ମିଲିୟନ ଭୋଟର ରହିଥିବା ବେଳେ ରବିବାର 71.2 ପ୍ରତିଶତ ଭୋଟଦାନ ହୋଇଛି । ଏନେଇ ଅର୍ଦ୍ଧ ସ୍ବଂୟଶାସିତ ଅଞ୍ଚଳ ନିର୍ବାଚନ କମିଶନର ସୂଚନା ଦେଇଥିବା ଏନଏଚକେ ୱାର୍ଡର ରିପୋର୍ଟରେ ପ୍ରକାଶ ପାଇଛି ।
ହଂକଂ ନିର୍ବାଚନ: ମତଦାନରେ ସର୍ବକାଳୀନ ରେକର୍ଡ - ମତଦାନରେ ସର୍ବକାଳୀନ ରେକର୍ଡ
ହଂକରେ ଅନୁଷ୍ଠିତ ନିର୍ବାଚନରେ ସର୍ବକାଳୀନ 71.2 ପ୍ରତିଶତ ମତଦାନ କରାଯାଇଥିବା ରେକର୍ଡ ହୋଇଛି।
ଫଟୋ ସୌଜନ୍ୟ: ଏଏନଆଇ
ହଂକଂର ମୋଟ 452ଟି ଡିଷ୍ଟ୍ରିକ୍ଟରେ କାଉସିଲର ପଦ ପାଇଁ ଏହି ନିର୍ବାଚନ ହୋଇଛି । ଗତ 2015 ନିର୍ବାଚନରେ 47 ପ୍ରତିଶତ ମତଦାନ ହୋଇଥିବାର ରେକର୍ଡ କରାଯାଇଥିଲା । ବିବାଦୀୟ ପ୍ରତ୍ୟାର୍ପଣ ବିଲ ବିରୋଧରେ ହୋଇଥିବା ଜନ ଆନ୍ଦୋଳନ ପରେ ଏହା ପ୍ରଥମ ନିର୍ବାଚନ। ଏହି ବିଲକୁ ପୂର୍ବରୁ ଉଠାଇ ଦିଆଯାଇଛି।