ଓଡିଶା

odisha

By

Published : Jul 27, 2020, 6:09 PM IST

ETV Bharat / international

ବନ୍ୟା ପାଣିରେ ବୁଡିଲା ଅଧା ବାଂଲାଦେଶ, 119 ମୃତ

ବାଂଲାଦେଶକୁ ଗ୍ରାସିବାରେ ଲାଗିଛି ବନ୍ୟା ପ୍ରଭାବ । ଅର୍ଦ୍ଧାଧିକ ଦେଶ ଏବେ ଜଳମଗ୍ନ ରହିଥିବାବେଳେ ଏପର୍ଯ୍ୟନ୍ତ ବନ୍ୟା ପ୍ରଭାବରେ 119 ଜଣଙ୍କ ମୃତ୍ୟୁ ହୋଇ ସାରିଥିବା ଜଣା ପଡିଛି । ଏନେଇ ବିପର୍ଯ୍ୟୟ ବିଭାଗରେ ଦୈନିକ ରିପୋର୍ଟରେ ପ୍ରକାଶ କରାଯାଇଛି କି ଦେଶର 64ରୁ 21ଟି ଜିଲ୍ଲାରେ ଜୁନ 30ରୁ ବର୍ତ୍ତମାନ ମଧ୍ୟରେ ଏହି ମୃତ୍ୟୁ ସଂଖ୍ୟା ରେକର୍ଡ କରାଯାଇଛି ।

flood in bangladesh, flood, flood update bangladesh, flood management in bangladesh, bangladesh latest news, ବାଂଲାଦେଶରେ ବନ୍ୟାସ୍ଥିତି, ବନ୍ୟା, ବାଂଲାଦେଶରେ ବନ୍ୟା ଅପଡେଟ, ବାଂଲାଦେଶରେ ବନ୍ୟା ମୁକାବିଲା, ବାଂଲାଦେଶ ଲାଟେଷ୍ଟ ନ୍ୟୁଜ୍‌
ବନ୍ୟା ପାଣିରେ ବୁଡିଲା ଅଧା ବାଂଲାଦେଶ, 119 ମୃତ

ଢାକା: ବାଂଲାଦେଶକୁ ଗ୍ରାସିବାରେ ଲାଗିଛି ବନ୍ୟା ପ୍ରଭାବ । ଅର୍ଦ୍ଧାଧିକ ଦେଶ ଏବେ ଜଳମଗ୍ନ ରହିଥିବାବେଳେ ଏପର୍ଯ୍ୟନ୍ତ ବନ୍ୟା ପ୍ରଭାବରେ 119 ଜଣଙ୍କ ମୃତ୍ୟୁ ହୋଇ ସାରିଥିବା ଜଣାପଡିଛି । ଏନେଇ ବିପର୍ଯ୍ୟୟ ବିଭାଗରେ ଦୈନିକ ରିପୋର୍ଟରେ ପ୍ରକାଶ କରାଯାଇଛି କି ଦେଶର 64ରୁ 21ଟି ଜିଲ୍ଲାରେ ଜୁନ 30ରୁ ବର୍ତ୍ତମାନ ମଧ୍ୟରେ ଏହି ମୃତ୍ୟୁ ସଂଖ୍ୟା ରେକର୍ଡ କରାଯାଇଛି । ଏମାନଙ୍କ ମଧ୍ୟରୁ 96 ଜଣ ବନ୍ୟା ଜଳରେ ବୁଡି ପ୍ରାଣ ହରାଇଥିବାବେଳେ ସାପ କାମୁଡାରେ 13 ଜଣ, ବଜ୍ରାଘାତରେ 8 ଓ ଡାଇରିଆରେ ଜଣଙ୍କର ମୃତ୍ୟୁ ହୋଇଛି ।

ଏନେଇ ଜାତୀୟ ବିପର୍ଯ୍ୟୟ ମୁକାବିଲା ସମନ୍ବୟ କେନ୍ଦ୍ର(ଏନଡିଆରସିସି) ଦ୍ବାରା ପ୍ରକାଶିତ ଅନ୍ୟ ଏକ ରିପୋର୍ଟ ଅନୁଯାୟୀ ବନ୍ୟା ଦ୍ବାରା ଦେଶରେ ପ୍ରାୟ 5 ମିଲିୟନ ଲୋକେ ପ୍ରଭାବିତ ହୋଇଛନ୍ତି । ସେପଟେ ବନ୍ୟା ଜଳ ପଶିଯିବାରୁ ପ୍ରାୟ ହଜାର ହଜାର ପରିବାର ଅନ୍ୟତ୍ର ସ୍ଥାନାନ୍ତର ହୋଇଛନ୍ତି । ଏଥିସହ ଦେଶର 64ରୁ 31 ଜିଲ୍ଲାର 43,78,732 ଲୋକେ ଏବେ ବି ବନ୍ୟା ଜଳ ଘେରରେ ରହିଥିବା ଜଣାପଡିଛି ।

ବନ୍ୟାର ପ୍ରଭାବ ଏତେ ଅଧିକ ରହିଛି କି ସାଧାରଣ ଜନଜୀବନ, ଚାଷ ଜମି, ରାସ୍ତା ଘାଟ ଆଦି ଧୋଇ ହୋଇଯାଇଛି । ଦେଶରେ ପ୍ରବାହିତ ଅଧିକାଂଶ ନଦୀ ଓ ହ୍ରଦ ଆଦି ଫୁଲିବା ଆରମ୍ଭ ହେବାରୁ ଦେଶରେ ଅର୍ଦ୍ଧାଧିକ ସ୍ଥାନ ଏବେ ବି ଜଳମଗ୍ନ ରହିଛି । ଅନ୍ୟପଟେ ଭାରତୀୟ ସୀମା ଦେଇ ପାହାଡିଆ ଅଞ୍ଚଳରୁ ଜଳ ଗଡି ଆସି ମଧ୍ୟ ଦେଶର ସ୍ଥିତି ବିଗାଡିବାରେ ଲାଗିଛି ।

ଦେଶରେ ବନ୍ୟା ସ୍ଥିତି ନେଇ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ଓ ରିଲିଫ ବିଭାଗ ମନ୍ତ୍ରୀ ମହମ୍ମଦ ଏନାମୁର ରେହମାନ କହିଛନ୍ତି ବିଭିନ୍ନ ସ୍ଥାନରେ ଉଦ୍ଧାର କାର୍ଯ୍ୟ ଜୋରଦାର ଜାରି ରହିଛି । ଏଥିସହ ବନ୍ୟା ପ୍ରଭାବିତ ଅଞ୍ଚଳମାନଙ୍କୁ ପ୍ରଭାବିତ ଲୋକମାନଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ସେପଟେ ପ୍ରଧାନମନ୍ତ୍ରୀ ଶେଖ ହସିନା ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ କୋରୋନା ସଂକ୍ରମଣକୁ କିପରି ବନ୍ୟା ସ୍ଥିତି ମଧ୍ୟରେ ନିୟନ୍ତ୍ରଣ କରିହେବ ସେନେଇ ମଧ୍ୟ ଧ୍ୟାନ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

@IANS

ABOUT THE AUTHOR

...view details