ବାମାକୋ: ମାଲିରେ ନର ସଂହାର। ଅଜଣା ବନ୍ଧୁକଧାରୀର ଅତର୍କିତ ଆକ୍ରମଣରେ 24ରୁ ଉର୍ଦ୍ଧ୍ବ ମାଲି ସୈନିକଙ୍କ ମୃତ୍ୟୁ ହୋଇଛି। ତେବେ କେନ୍ଦ୍ରୀୟ ମାଲିର ଏକ ସେନା ଜାହାଜ ଉପରକୁ ଗୁଳିବିନିମୟ ପରେ ଏପରି ଅଘଟଣ ଘଟିଛି। ସେନା କହିଛି ଯେ ମୋରିଟାନିଆ ସୀମାଠାରୁ ପ୍ରାୟ 60 କିଲୋମିଟର ଦୂରରେ ଶନିବାର ଆକ୍ରମଣ ପରେ ଗୁଳିକାଣ୍ଡରୁ ବର୍ତ୍ତିଯାଇଥିବା ଆଠ ଜଣ ଜୀବିତ ଲୋକଙ୍କୁ ଉଦ୍ଧାର କରାଯାଇଛି।
କୌଣସି ଗୋଷ୍ଠୀ ଏହି ଆକ୍ରମଣ କରିଥିବା ସ୍ୱୀକାର କରିନାହାଁନ୍ତି କିନ୍ତୁ ଇସଲାମବାଦୀ ଆତଙ୍କବାଦୀମାନେ ଏହି ଅଞ୍ଚଳରେ ସକ୍ରିୟ ଅଛନ୍ତି। 2012 ରେ ଉତ୍ତରରେ ଏକ ଇସଲାମବାଦୀ ବିଦ୍ରୋହ ଆରମ୍ଭ ହେବା ପରେ ମାଲିରେ ଅସ୍ଥିରତା ଆରମ୍ଭ ହେବା ସହ ଅନେକ କ୍ଷତିଗ୍ରସ୍ତ ହୋଇଥିଲା।
ସେନା ଅଧିକାରୀ କହିଛନ୍ତି ଯେ, ସେହି ଅଞ୍ଚଳ ଦେଇ ପ୍ରାୟ 12 ଟି ସେନା ଜାହାଜ ଚଳାଚଳ କରିଥିଲା ଏବଂ ସେଥିରୁ ଚାରିଟି ଶନିବାରର ଆକ୍ରମଣରେ ନଷ୍ଟ ହୋଇଯାଇଥିଲା। ଗତ ବର୍ଷ ନଭେମ୍ବର ପରଠାରୁ ଏହି ଆକ୍ରମଣରେ 50 ରୁ ଅଧିକ ସୌନିକଙ୍କ ମୃତ୍ୟୁ ଘଟିଥିବା ବେଳେ ଏହା ସୁରକ୍ଷାବଳ ପାଇଁ ସବୁଠାରୁ ବଡ କ୍ଷତି।
ଶନିବାର ଦିନ ଦେଶର ଉତ୍ତରରେ ଯୁଦ୍ଧା ଜାହାଜ ସହ ଯାତ୍ରା କରୁଥିବା ସୁରକ୍ଷା ବଳକୁ ଟାର୍ଗେଟ କରାଯାଇଥିଲା। ଏହା ପରେ ଜାତିସଂଘର ଦୁଇ ଶାନ୍ତି ରକ୍ଷାକାରୀଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା। ଜାତିସଂଘର ମାଲିରେ 13,000 ସୈନ୍ୟ ଅଛନ୍ତି।
2012 ପରଠାରୁ, ମାଲିର ସୈନ୍ୟମାନେ ଫ୍ରାନ୍ସର ସାହାଯ୍ୟରେ ମାଓବାଦୀଙ୍କ ଦ୍ବାରା ନିଆଯାଇଥିବା ବହୁ ଅଞ୍ଚଳର ନିଜ ନିୟନ୍ତ୍ରଣକୁ ଆଣିବାରେ ସଫଳ ହୋଇଛନ୍ତି। ଏହି ଅଞ୍ଚଳରେ ଫ୍ରାନ୍ସରେ 4500 ସୈନ୍ୟ ନିୟୋଜିତ ଅଛନ୍ତି। ପଡୋଶୀ ବୁର୍କିନା ଫାସୋ ଏବଂ ନାଇଜରରେ ବ୍ୟାପିଥିବା ହିଂସାକୁ ରୋକିବା ପାଇଁ ମାଲି ସଂଘର୍ଷ କରୁଥିବା ବେଳେ ହଜାର ହଜାର ଲୋକଙ୍କ ଜୀବନ ହଜିଯାଇଛି।