ନାଇଜେରିଆ: ଅଜ୍ଞାତ ବନ୍ଧୁକଧାରୀର ଗୁଳିରେ 2ଟି ଗ୍ରାମର 12 ମୃତ। ଏଭଳି ଘଟଣା ନାଇଜେରିଆର କାଦୁନା ରାଜ୍ୟର ଜିୱା ଅଞ୍ଚଳରେ ଘଟିଛି। ପୋଲିସ ସୂତ୍ରରୁ ପ୍ରକାଶ ଯେ, ରବିବାର ଏକ ଅଜ୍ଞାତ ବନ୍ଧୁକଧାରୀ ଦୁଇଟି ଗ୍ରାମ ଉପରେ ଆକ୍ରମଣ କରିଥିଲା । ଏଥିରେ 12 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ଏହି ଆକ୍ରମଣ ଶୁକ୍ରବାରରୁ ଶନିବାର ରାତି କଡୁନା ଏବଂ କାଦାଇର ଉତ୍ତର ଭାଗରେ ଅବସ୍ଥିତ ଦୁଇ ଗାଁରେ ଘଟିଛି।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ବନ୍ଧୁକଧାରୀମାନେ ବହୁ ସଂଖ୍ୟାରେ ଆସି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରି ଶୁକ୍ରବାର କିଦାନନ୍ଦ ଉପରେ ଆକ୍ରମଣ କରିଥିଲେ। ଯେଉଁଠାରେ ସେମାନେ ତିନି ଜଣ ଗ୍ରାମବାସୀଙ୍କୁ ହତ୍ୟା କରିଥିଲେ ଏବଂ ଅନ୍ୟ ଚାରିଜଣ ଆହତ ହୋଇଥିଲେ।