ଟୋକିଓ: ଜାପାନର କାନେ ତନାକାଙ୍କୁ ବିଶ୍ୱର ସବୁଠାରୁ ବୟସ୍କ ମହିଳା ଭାବରେ ଗିନିଜ ବୁକ ଅଫ ୱାର୍ଲଡ଼ ରେକର୍ଡରେ ସ୍ଥାନ ମିଳିଛି । ଶନିବାର ଏକ ସମାରୋହରେ ତନାକାଙ୍କୁ ଏହି ମାନ୍ୟତା ଦିଆଯାଇଛି । ତନାକାଙ୍କର ବୟସ 116 ବର୍ଷ । ସେ ବର୍ତ୍ତମାନ ସବୁଠାରୁ ବୟସ୍କ ବ୍ୟକ୍ତି ଭାବେ ୱାର୍ଲଡ଼ ରେକର୍ଡ କରିଛନ୍ତି ।
ବିଶ୍ୱର ସବୁଠାରୁ ବୟସ୍କ ମହିଳାଙ୍କ ୱାର୍ଲଡ଼ ରେକର୍ଡ - 116 year old women
ଜାପାନର କାନେ ତନାକାଙ୍କୁ ବିଶ୍ୱର ସବୁଠାରୁ ବୟସ୍କ ମହିଳା ଭାବରେ ଗିନିଜ ବୁକ ଅଫ ୱାର୍ଲଡ଼ ରେକର୍ଡରେ ସ୍ଥାନ ମିଳିଛି । ତନାକାଙ୍କର ବୟସ 116 ବର୍ଷ ।

ଡିଜାଇନ ଫଟୋ
ଏହି ଖୁସି ପାଳନ କରିବା ପାଇଁ ବୃଦ୍ଧାଙ୍କ ପରିବାର ଲୋକେ ଏବଂ ମେୟର ଉପସ୍ଥିତ ଥିଲେ । ତନାକା ଜାନୁଆରୀ 2, 1903 ମସିହାରେ ଜନ୍ମଗ୍ରହଣ କରିଥିଲେ । ସେମାନେ ଆଠ ଭାଇ-ଭଉଣୀ । ସେମାନଙ୍କ ମଧ୍ୟରୁ ସେ 7 ନମ୍ବର ଭଉଣୀ । ସେ 1922 ମସିହାରେ ହିଦେଓଙ୍କୁ ବିବାହ କରିଥିଲେ । ତାଙ୍କର 4ଟି ସନ୍ତାନ ।
ଏଥିପୂର୍ବରୁ ସବୁଠୁ ବୃଦ୍ଧା ବ୍ୟକ୍ତି ଜାପାନର ହିଁ ଜଣେ ମହିଳା ଚିୟୋ ମିୟାକୋ ଥିଲେ । ତାଙ୍କର ବୟସ ଥିଲା 117 ବର୍ଷ । ସେ ଗତ ବର୍ଷ ଜୁଲାଇରେ ପ୍ରାଣ ତ୍ୟାଗ କରିଥିଲେ । ପ୍ରାୟତଃ ଜାପାନ ଲୋକଙ୍କ ଆୟୁଷ ଅଧିକ ଥାଏ ।