ଓଡିଶା

odisha

ETV Bharat / international

ବିଶ୍ବରେ କୋରୋନା ଆତଙ୍କ, 30 ଲକ୍ଷ ପାର୍ କଲା ଆକ୍ରାନ୍ତଙ୍କ ସଂଖ୍ୟା - ବିଶ୍ବରେ କୋରୋନା ଆତଙ୍କ

କୋରୋନା ଭାଇରସ ମହାମାରୀ ଏପର୍ଯ୍ୟନ୍ତ ବିଶ୍ବର 30 ଲକ୍ଷ64 ହଜାର 830ଜଣଙ୍କୁ ସଂକ୍ରମିତ କରିସାରିଲାଣି । ସାରା ବିଶ୍ବରେ 2 ଲକ୍ଷ11 ହଜାର 609 ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି।

Global COVID-19 trackers
30 ଲକ୍ଷ ପାର୍ କଲା ଆକ୍ରାନ୍ତଙ୍କ ସଂଖ୍ୟା

By

Published : Apr 28, 2020, 10:59 AM IST

ହାଇଦ୍ରାବାଦ: କୋରୋନା ଭାଇରସ ମହାମାରୀ ଏପର୍ଯ୍ୟନ୍ତ ବିଶ୍ବର 30 ଲକ୍ଷ 64 ହଜାର 830ଜଣଙ୍କୁ ସଂକ୍ରମିତ କରିସାରିଲାଣି । ସାରା ବିଶ୍ବରେ 2 ଲକ୍ଷ11 ହଜାର 609 ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ଅନ୍ୟପକ୍ଷେ ଏପର୍ଯ୍ୟନ୍ତ 9 ଲକ୍ଷ 22ହଜାର 397 ରୁ ଅଧିକ ଲୋକ ସୁସ୍ଥ ହୋଇଛନ୍ତି।

30 ଲକ୍ଷ ପାର୍ କଲା ଆକ୍ରାନ୍ତଙ୍କ ସଂଖ୍ୟା

ଚୀନରେ ପ୍ରାୟ 1000 ଲୋକ ଅଛନ୍ତି ଯେଉଁମାନେ କୋରୋନା ଭାଇରସ ପଜିଟିଭ୍ ଥିଲେ ବି ସେମାନଙ୍କ ମଧ୍ୟରେ କୌଣସି ଲକ୍ଷଣ ଦେଖାଯାଇ ନାହିଁ । ସେମାନେ ବର୍ତ୍ତମାନ ଡାକ୍ତରଙ୍କ ତତ୍ତ୍ବାବଧାନରେ ଅଛନ୍ତି ।

ଏହି ଭୂତାଣୁ କାଶ କିମ୍ବା ଛିଙ୍କର ମାଇକ୍ରୋସ୍କୋପିକ୍ ବୁନ୍ଦା ଦ୍ବାରା ବିସ୍ତାର ହୋଇଥାଏ । ଅଧିକାଂଶ ଲୋକଙ୍କ ମଧ୍ୟରେ କୋରୋନା ଭାଇରସ ସାମାନ୍ୟ କିମ୍ବା ମଧ୍ୟମ ଲକ୍ଷଣ ସୃଷ୍ଟି କରିଥାଏ, ଯେପରିକି ଜ୍ବର ଏବଂ କାଶ ଯାହା ଦୁଇରୁ ତିନି ସପ୍ତାହ ମଧ୍ୟରେ ଭଲ ହୋଇଯାଏ ।

କେତେକଙ୍କ ପାଇଁ, ବିଶେଷକରି ବୟସ୍କ ଓ ସ୍ବାସ୍ଥ୍ୟଗତ ସମସ୍ୟା ଥିବା ଲୋକଙ୍କ ପାଇଁ ଏହା ନିମୋନିଆ ଏବଂ ମୃତ୍ୟୁ ସମେତ ଅଧିକ ଗୁରୁତର ରୋଗର କାରଣ ହୋଇପାରେ ।

ABOUT THE AUTHOR

...view details