ହାଇଦ୍ରାବାଦ: ବିଶ୍ବରେ କୋରୋନା ମହାମାରୀ ବର୍ତ୍ତମାନ ସୁଦ୍ଧା ମୋଟ 41 ଲକ୍ଷ 80 ହଜାର 922ଜଣଙ୍କୁ ସଂକ୍ରମିତ କରିସାରିଥିବା ବେଳେ 2 ଲକ୍ଷ 83 ହଜାର 868ଜଣଙ୍କ ଜୀବନ ନେଲାଣି । ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ 14 ଲକ୍ଷ 93 ହଜାର 401ଜଣ ଆରୋଗ୍ୟ ହୋଇଥିବା ଜଣାପଡିଛି ।
ବିଶ୍ବରେ କୋରୋନା ଅପଡେଟ୍, 3 ଲକ୍ଷ ମୁହାଁ ମୃତ୍ୟୁ ସଂଖ୍ୟା
ବିଶ୍ବରେ କୋରୋନା ମହାମାରୀ ବର୍ତ୍ତମାନ ସୁଦ୍ଧା ମୋଟ 41 ଲକ୍ଷ 80 ହଜାର 922ଜଣଙ୍କୁ ସଂକ୍ରମିତ କରିସାରିଥିବା ବେଳେ 2 ଲକ୍ଷ 83 ହଜାର 868ଜଣଙ୍କ ଜୀବନ ନେଲାଣି ।
ଚୀନରେ ସୋମବାର ନୂଆ କୋରୋନା ଆକ୍ରାନ୍ତ ମାମଲା ସାମ୍ନାକୁ ଆସିଛି । ଚୀନ ସରକାର ନିଜ ଲୋକଙ୍କୁ ସତର୍କ ରହିବା ସହ ଭାଇରସ ବିରୋଧରେ ଲଢେଇ କରିବାକୁ ଆହ୍ବାନ ଦେଇଛନ୍ତି । ଚୀନ ସ୍ବାସ୍ଥ୍ୟ ଆୟୋଗର ମୁଖପାତ୍ର ମି. ଫେଙ୍ଗ 14ଟି ନୂଆ ମାମଲା ସାମ୍ନାକୁ ଆସିଥିବା କହିଥିଲେ ।
ଦକ୍ଷିଣ କୋରିଆରେ 24 ଘଣ୍ଟା ମଧ୍ୟରେ ମୋଟ 35ଟି ନୂଆ ମାମଲା ସାମ୍ନାକୁ ଆସିଛି । ସୋମବାର କୋରିଆ ରୋଗ ନିୟନ୍ତ୍ରଣ ଓ ନିରାକରଣ କେନ୍ଦ୍ର ଦ୍ବାରା ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର ମୋଟ 10 ହଜାର 909 ମାମଲାରେ 256 ଜଣଙ୍କ ମୃତ୍ୟୁ ଘଟିଛି। ଏଜେନ୍ସି ଅନୁସାରେ ଏପର୍ଯ୍ୟନ୍ତ 9 ହଜାର 632 ଲୋକ ସୁସ୍ଥ ହୋଇଛନ୍ତି।