ଓଡିଶା

odisha

ETV Bharat / international

ବିଶ୍ବରେ ବୃଦ୍ଧି ପାଉଛି କୋରୋନା ସଂଖ୍ୟା, 74 ହଜାରରୁ ଉର୍ଦ୍ଧ୍ବ ମୃତ୍ୟୁ - COVID-19

ବିଶ୍ବରେ ବର୍ତ୍ତମାନ ସୁଦ୍ଧା କୋରୋନା ସଂକ୍ରମଣ ସଂଖ୍ୟା 13 ଲକ୍ଷ 46 ହଜାର 974ରେ ପହଞ୍ଚିଛି । ଅନ୍ୟପକ୍ଷେ ମୃତ୍ୟୁ ସଂଖ୍ୟା 74 ହଜାର 702 ଥିବା ବେଳେ 2 ଲକ୍ଷ 78 ହଜାର 698ଜଣ ସୁସ୍ଥ ହୋଇଛନ୍ତି ।

Global COVID-19 tracker
ବିଶ୍ବରେ ବୃଦ୍ଧି ପାଉଛି କୋରୋନା ସଂଖ୍ୟା

By

Published : Apr 7, 2020, 11:23 AM IST

ହାଇଦ୍ରାବାଦ: ବିଶ୍ବରେ ବର୍ତ୍ତମାନ ସୁଦ୍ଧା କୋରୋନା ସଂକ୍ରମଣ ସଂଖ୍ୟା 13 ଲକ୍ଷ 46 ହଜାର 974ରେ ପହଞ୍ଚିଛି । ଅନ୍ୟପକ୍ଷେ ମୃତ୍ୟୁ ସଂଖ୍ୟା 74 ହଜାର 702 ଥିବା ବେଳେ 2 ଲକ୍ଷ 78 ହଜାର 698ଜଣ ସୁସ୍ଥ ହୋଇଛନ୍ତି ।

ବିଶ୍ବରେ ବୃଦ୍ଧି ପାଉଛି କୋରୋନା ସଂଖ୍ୟା

ଇଟାଲୀରେ ସର୍ବାଧିକ କୋରୋନାରେ ମୃତ୍ୟୁ ଘଟିଛି । ପ୍ରାୟ 16 ହଜାର 500 ଲୋକଙ୍କ ମୃତ୍ୟୁ ହୋଇଛି । ସ୍ପେନରେ ବର୍ତ୍ତମାନ ଆକ୍ରାନ୍ତଙ୍କ ସଂଖ୍ୟା କମ୍ ଥିବା ଜଣାପଡିଛି । 13 ଦିନ ମଧ୍ୟରେ ସ୍ପେନରେ ସବୁଠାରୁ କମ୍ 637ଜଣଙ୍କ ମୃତ୍ୟୁ ହୋଇଛି । ସ୍ପେନରେ ମୋଟ ମୃତ୍ୟୁ ସଂଖ୍ୟା 16 ହଜାର 500ରେ ପହଞ୍ଚିଛି ।

ଚୀନରେ 24 ଘଣ୍ଟା ମଧ୍ୟରେ କୌଣସି ମୃତ୍ୟୁ ହୋଇନଥିବା ଜଣାପଡିଛି । ମାତ୍ର ବ୍ରିଟେନର ସୋମବାର 400ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଛି । ବ୍ରିଟେନରେ ମୋଟ 5 ହଜାର 400 ମୃତ୍ୟୁ ହେଲାଣି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details