ଓଡିଶା

odisha

ETV Bharat / international

ବିଶ୍ବରେ 14 ମିଲିୟନ ଅତିକ୍ରମ କଲା କୋଭିଡ ସଂକ୍ରମଣ: WHO - କୋଭିଡ ସଂକ୍ରମଣ

ଆମେରିକା, ବ୍ରାଜିଲ, ଭାରତ ଓ ରୁଷରେ ହୁ ହୁ ହୋଇ ବଢିଚାଲିଛି ସଂକ୍ରମଣ ମାମଲା । ଦୀର୍ଘ 7 ମାସ ପରେ ମଧ୍ୟ ସଂକ୍ରମଣ କାବୁ କରିବାକୁ ଅସମର୍ଥ ପାଲିଟିଛି ବିଶ୍ବର ଶକ୍ତିଶାଳୀ ଦେଶଗୁଡିକ । ଫଳରେ ଆଜି ସମଗ୍ର ବିଶ୍ବରେ ଭୟାନକ ଭାବେ ମାଡି ଚାଲିଛି ଏହି ଭାଇରସ । ଅଧିକ ପଢନ୍ତୁ...

ବିଶ୍ବରେ 14 ମିଲିୟନ ଅତିକ୍ରମ କଲା କୋଭିଡ ସଂକ୍ରମଣ
ବିଶ୍ବରେ 14 ମିଲିୟନ ଅତିକ୍ରମ କଲା କୋଭିଡ ସଂକ୍ରମଣ

By

Published : Jul 20, 2020, 9:57 AM IST

ମସ୍କୋ: ବିଶ୍ବର ଗମ୍ଭୀର ହେଉଛି କୋରୋନା ପରିସ୍ଥିତି । ଅତି ଉଦବେଗ ଭାବେ ବଢିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତ 24 ଘଣ୍ଟା ପୁଣି 166,735କୁ ବୃଦ୍ଧି ପାଇଛି ସଂକ୍ରମଣ ମାମଲା । ରବିବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ଲଗାତାର 2 ଦିନ ଧରି ବିଶ୍ବରେ ରେକର୍ଡ ସଂଖ୍ୟକ ସଂକ୍ରମଣ ରିପୋର୍ଟ କରାଯାଇଛି । ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଗତକାଲି ଗୋଟିଏ ଦିନରେ 14,043,127 ସଂକ୍ରମଣ ମାମଲା ଚିହ୍ନଟ କରାଯାଇଥିଲା । ଶନିବାର ଗୋଟିଏ ଦିନରେ ସର୍ବାଧିକ 2 ଲକ୍ଷ 59 ହଜାର ସଂକ୍ରମିତ ରିପୋର୍ଟ ହୋଇଥିଲା । ଗତ 24 ଘଣ୍ଟାରେ 4 ହଦାର 496 ଜଣଙ୍କ ମୃତ୍ୟୁ ପରେ ମୋଟ ମୃତ୍ୟୁ ସଂଖ୍ୟା 597,584ରେ ପହଞ୍ଚିଥିବା ନେଇ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ତାର ଡ୍ୟାସବୋର୍ଡରେ ସୂଚାଇଛି ।

ଆମେରିକା ଓ ବ୍ରାଜିଲରେ ସାଙ୍ଘାତିକ ସ୍ଥିତି ଉପୁଜିଛି । ଲଗାତାର 2 ଦିନ ଧରି ଆମେରିକାରେ ମାମଲା 70 ହଜାର ଉପରେ ରହୁଛି । ଗତ 24 ଘଣ୍ଟାରେ ପୁଣି 63 ହଜାର ନୂଆ ମାମଲା ରିପୋର୍ଟ କରିଛି । ଏଠାରେ ମୃତ୍ୟୁ ସଂଖ୍ୟା 1 ଲକ୍ଷ 40 ହଜାର ପାର କରିଛି । ଜନ ହପକିନ୍ସ ୟୁନିଭର୍ସିଟି ଅନୁସାରେ,ଗତ 24 ଘଣ୍ଟାରେ ଆମେରିକାରେ 63872 ସଂକ୍ରମିତ ମାମଲା ସାମ୍ନାକୁ ଆସିବା ପରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 37 ଲକ୍ଷରୁ ଅଧିକରେ ପହଞ୍ଚିଛି ।

ବ୍ରାଜିଲରେ ଗତ 24 ଘଣ୍ଟାରେ 23 ହଜାର 529 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଏହା ପରେ ଦେଶରେ ମୋଟ ସଂକ୍ରମିତ ସଂଖ୍ୟା 20 9 8389 ରେ ଛୁଇଁଛି । ସେହିପରି ଗତ 24 ଘଣ୍ଟାରେ କୋରୋନା 716 ଜଣଙ୍କ ଜୀବନ ନେବା ପରେ 79 ହଜାର 488ରେ ପହଞ୍ଚିଛି ମୋଟ ମୃତ୍ୟୁ ସଂଖ୍ୟା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details