ଓଡିଶା

odisha

ETV Bharat / international

ବିଶ୍ବରେ କୋରୋନା କାଳ, 22 ମିଲିୟନରେ ପହଁଞ୍ଚିଲା ସଂକ୍ରମଣ - coronavirus

ବିଶ୍ବରେ କୋରୋନା ମାମଲା 22 ମିଲିୟନ ଛୁଇଁଲା। ଏନେଇ ଜନ ହପକିନ୍ସ ବିଶ୍ବ ବିଦ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ବର୍ତ୍ତମାନ ବିଶ୍ବରେ ମାମଲା 21,987,207 ଥିବା ବେଳେ 777,018 ଲୋକଙ୍କ ମୃତ୍ୟୁ ହୋଇଛି।

ବିଶ୍ବରେ କୋରୋନା କାଳ, 22 ମିଲିୟନରେ ପହଁଞ୍ଚିଲା ସଂକ୍ରମଣ
ବିଶ୍ବରେ କୋରୋନା କାଳ, 22 ମିଲିୟନରେ ପହଁଞ୍ଚିଲା ସଂକ୍ରମଣ

By

Published : Aug 19, 2020, 6:56 AM IST

ନୂଆଦିଲ୍ଲୀ: କୋରୋନା କାଳ। ଦୀର୍ଘ ଦିନ ହେବ ମହାମାରୀ ସମସ୍ତଙ୍କୁ ଅସ୍ତବ୍ୟସ୍ତ କରିଦେଲାଣି। ପ୍ରତ୍ୟେକ ଦିନ ବିଶ୍ବବ୍ୟାପୀ ଲକ୍ଷ ଲକ୍ଷ ସଂକ୍ରମଣ ଚିହ୍ନଟ ହେଉଥିବା ବେଳେ ହଜାର ହଜାର ଲୋକଙ୍କ ଜୀବନ ଯାଉଛି।

ବୁଧବାର ବିଶ୍ବରେ କୋରୋନା ମାମଲା 22 ମିଲିୟନ ଛୁଇଁଲା। ଏନେଇ ଜନ ହପକିନ୍ସ ବିଶ୍ବ ବିଦ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ବର୍ତ୍ତମାନ ବିଶ୍ବରେ ମାମଲା 21,987,207 ଥିବା ବେଳେ 777,018 ଲୋକଙ୍କ ମୃତ୍ୟୁ ହୋଇଛି।

ସେଥିମଧ୍ୟରୁ ପ୍ରଭାବିତ ଦେଶ ତାଲିକାର ପ୍ରଥମରେ ରହିଛି ଆମେରିକା। ଦେଶରେ ଏବେ ସର୍ବମୋଟ 5,480,487 ଲୋକ କୋଭିଡ୍ ପଜିଟିଭ୍ ଆସିଥିବାବେଳେ 171,636 ଲୋକଙ୍କ କୋରୋନା ପାଇଁ ମୃତ୍ୟୁ ହୋଇଛି।

ଆମେରିକାକୁ ଅନୁସରଣ କରି ବ୍ରାଜିଲରେ ମଧ୍ୟ 3,359,570 ସଂଖ୍ୟା ମାମଲା ଓ 108,536 ମୃତ୍ୟୁ ରିପୋର୍ଟ ରେକର୍ଡ କରାଯାଇଛି। ବିଶ୍ବ ସ୍ବାସ୍ଥ୍ୟ ସଂଙ୍ଗଠନ ମାର୍ଟ୍ଟ 11ରେ କୋରୋନା ଭାଇରସକୁ ମହାମାରୀ ଭାବେ ଘୋଷଣା କରିଥିଲା।

ABOUT THE AUTHOR

...view details