ଓଡିଶା

odisha

ETV Bharat / international

ଜି7 ସମ୍ମିଳନୀ: ଆମେରିକା ସହ ଆଲୋଚନା କରିବ ଦକ୍ଷିଣ କୋରିଆ - ଜି7ରେ ଯୋଗଦାନ ନେଇ ଆମେରିକା ସହ ଦକ୍ଷିଣ କୋରିଆର ଆଲୋଚନା

ଆୟୋଜିତ ହେବାକୁ ଯାଉଛି ଜି7 ସମ୍ମିଳନୀ । ଏନେଇ ବିଭିନ୍ନ ରାଷ୍ଟ୍ରକୁ ଆମନ୍ତ୍ରଣ କରାଯାଉଥିବା ବେଳେ ଦକ୍ଷିଣ କୋରିଆ ଏଯାଏଁ ଆମନ୍ତ୍ରଣ ପାଇ ନଥିବା ପ୍ରକାଶ କରିଛି ।

G7 Summit, south korea in g7 summit, s.korea to discuss participation in g7 with america, g7 summit in america, ଜି7 ସମ୍ମିଳନୀ, ଜି7 ସମ୍ମିଳନୀରେ ଦକ୍ଷିଣ କୋରିଆ, ଜି7ରେ ଯୋଗଦାନ ନେଇ ଆମେରିକା ସହ ଦକ୍ଷିଣ କୋରିଆର ଆଲୋଚନା, ଆମେରିକାରେ ଜି7 ସମ୍ମିଳନୀ
ଜି7 ସମ୍ମିଳନୀ: ଆମେରିକା ସହ ଆଲୋଚନା କରିବ ଦକ୍ଷିଣ କୋରିଆ

By

Published : May 31, 2020, 8:55 PM IST

ସିଓଲ: ଆୟୋଜିତ ହେବାକୁ ଯାଉଛି ଜି7 ସମ୍ମିଳନୀ । ଏନେଇ ବିଭିନ୍ନ ରାଷ୍ଟ୍ରକୁ ଆମନ୍ତ୍ରଣ କରାଯାଉଥିବା ବେଳେ ଦକ୍ଷିଣ କୋରିଆ ଏଯାଏଁ ଆମନ୍ତ୍ରଣ ପାଇ ନଥିବା ପ୍ରକାଶ କରିଛି । ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସିଓଲକୁ ଆମନ୍ତ୍ରଣ କରିବା ନେଇ ସୂଚନା ଦେଇଥିଲେ ବି ଏଯାଏଁ ଆମନ୍ତ୍ରଣ ମିଳିନଥିବା ପ୍ରକାଶ କରିଛି ଦକ୍ଷିଣ କୋରିଆ । ଏଥିପାଇଁ ଆମେରିକା ସହ ଆଲୋଚନା ପରେ ସ୍ପଷ୍ଟ କରିବା ପାଇଁ ରାଷ୍ଟ୍ରପତି କାର୍ଯ୍ୟାଳୟରୁ ସୂଚନା ରହିଛି ।

ପ୍ରକାଶ ଯେ କୋରୋନା ସଂକ୍ରମଣର ପ୍ରଭାବ ଦେଖି ମାର୍ଚ୍ଚ ମାସରେ ଭିଡିଓ କନଫରେନ୍ସିଂ ଜରିଆରେ ଜି7 ସମ୍ମିଳନୀର ଆୟୋଜନ ପାଇଁ ପ୍ରଥମେ ଟ୍ରମ୍ପ ପ୍ରସ୍ତାବ ଦେଇଥିଲେ । ପରବର୍ତ୍ତୀ ସମୟରେ ଏହି ସମ୍ମିଳନୀକୁ ସେପ୍ଟେମ୍ବର ମାସ କିମ୍ବା ନଭେମ୍ବରରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପରେ କରିବାକୁ ଘୋଷଣା କରିଛନ୍ତି । ଏହି ସମ୍ମିଳନୀ ୱାଶିଂଟନରେ ଆୟୋଜନ ହେବାକୁ ଥିବା ବେଳେ ବିଭିନ୍ନ ରାଷ୍ଟ୍ରଙ୍କୁ ଆମନ୍ତ୍ରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିରେ ଭାରତ, ଋଷିଆ, ଅଷ୍ଟ୍ରେଲିଆ ଓ ଦକ୍ଷିଣ କୋରିଆକୁ ଆମନ୍ତ୍ରଣ କରିବାର ଯୋଜନା ରହିଥିବା ମଧ୍ୟ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ।

ଏହି ସମ୍ମିଳନୀରେ କାନାଡା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ, ୟୁକେ ଓ ୟୁଏସ ମୁଖ୍ୟତଃ ଭାଗ ନେବାର ଯୋଜନା ରହିଛି । ହେଲେ କୋରୋନା ମହାମାରୀ ପାଇଁ ଏହାର ତାରିଖରେ ପରିବର୍ତ୍ତନ କରାଯାଇଥିଲା । ଚଳିତବର୍ଷର ସମ୍ମିଳନୀରେ ଆମେରିକା ହୋଷ୍ଟ ଦାୟିତ୍ବ ନେଇଥିବା ବେଳେ ପୂର୍ବ ସୂଚୀ ମୁତାବକ ଏହା ଜୁନ 10ରୁ 12 ମଧ୍ୟରେ ଆୟୋଜନ ହେବାର ଥିଲା । ସେପଟେ ଜର୍ମାନୀ ଚାନ୍ସେଲର ଆଞ୍ଜେଲା ମର୍କେଲ ସମ୍ମିଳନୀରେ ଯୋଗ ନଦେବା ନେଇ ଶନିବାର ସ୍ପଷ୍ଟ କରିଛନ୍ତି ।

@IANS

ABOUT THE AUTHOR

...view details