ଓଡିଶା

odisha

ETV Bharat / international

17 ବର୍ଷରେ ପ୍ରଥମ, ହଂକଂରେ ବାତିଲ ହେଲା ଗଣତନ୍ତ୍ର ସମର୍ଥନ ରାଲି - ହଂକଂରେ ଚୀନ ବିରୋଧୀ ବିକ୍ଷୋଭ

ଆସନ୍ତା ଜୁଲାଇ 1ରେ ହେବାକୁ ଥିବା ଗଣତନ୍ତ୍ର ସମର୍ଥନ ରାଲି ବାତିଲ ନେଇ ଶନିବାର ସୂଚନା ଦେଇଛନ୍ତି ହଂକଂ ପୋଲିସ । ପ୍ରତିବର୍ଷ ଜୁଲାଇ 1ରେ ହଂକଂରେ ଏହି ରାଲି ଅନୁଷ୍ଠିତ ହେଉଥିବା ବେଳେ ଚଳିତବର୍ଷ ଜାତୀୟ ସୁରକ୍ଷା ଆଇନକୁ ନେଇ ଲାଗି ରହିଥିବା ଉତ୍ତେଜନାତ୍ମକ ପରିସ୍ଥିତି ପାଇଁ ଏହି ରାଲିକୁ ବାତିଲ କରାଯାଇଥିବା ଜଣାପଡିଛି ।

pro-democracy rally in hong kong, hong kong's protest against national security law, protest against china in hong kong, hong kong latest news, ହଂକଂରେ ଗଣତନ୍ତ୍ର ସମର୍ଥନ ରାଲି, ହଂକଂରେ ଜାତୀୟ ସୁରକ୍ଷା ଆଇନକୁ ବିରୋଧ, ହଂକଂରେ ଚୀନ ବିରୋଧୀ ବିକ୍ଷୋଭ, ହଂକଂ ଲାଟେଷ୍ଟ ନ୍ୟୁଜ୍‌
17 ବର୍ଷରେ ପ୍ରଥମ, ହଂକଂରେ ବାତିଲ ହେଲା ଗଣତନ୍ତ୍ର ସମର୍ଥନ ରାଲି

By

Published : Jun 28, 2020, 1:04 PM IST

ହଂକଂ: ଆସନ୍ତା ଜୁଲାଇ 1ରେ ହେବାକୁ ଥିବା ଗଣତନ୍ତ୍ର ସମର୍ଥନ ରାଲି ବାତିଲ ନେଇ ଶନିବାର ସୂଚନା ଦେଇଛନ୍ତି ହଂକଂ ପୋଲିସ । ପ୍ରତିବର୍ଷ ଜୁଲାଇ 1ରେ ହଂକଂରେ ଏହି ରାଲି ଅନୁଷ୍ଠିତ ହେଉଥିବା ବେଳେ ଚଳିତବର୍ଷ ଜାତୀୟ ସୁରକ୍ଷା ଆଇନକୁ ନେଇ ଲାଗି ରହିଥିବା ଉତ୍ତେଜନାତ୍ମକ ପରିସ୍ଥିତି ପାଇଁ ଏହି ରାଲିକୁ ବାତିଲ କରାଯାଇଥିବା ଜଣାପଡିଛି । ଗତ 17 ବର୍ଷ ଧରି ଏହି ରାଲିର ଆୟୋଜନ ହେଉଥିବା ବେଳେ ଏହା ପ୍ରଥମ ଥର ହେବ କି ଗଣତନ୍ତ୍ର ସମର୍ଥନ ରାଲିକୁ ବାତିଲ କରାଯାଇଛି ।

ତେବେ ଏହା ଏକ ବିକ୍ଷୋଭ ରାଲି ହୋଇଥିବା ବେଳେ, 1997 ମସିହାରୁ ଏହି ରାଲି ଅନୁଷ୍ଠିତ ହୋଇଆସିଛି । ପ୍ରଥମେ ବ୍ରିଟିଶ ଅଧିକାରୀମାନେ ହଂକଂ ଉପରେ ଶାସନ ଚଳାଇଥିବା ବେଳେ ପରବର୍ତ୍ତୀ ସମୟରେ ଚୀନକୁ ଏହି ଦାୟିତ୍ବ ହସ୍ତାନ୍ତର କରାଯାଇଥିଲା । ହେଲେ ଚଳିତ ବର୍ଷ ଚୀନ ପ୍ରସ୍ତୁତ କରିଥିବା ଜାତୀୟ ସୁରକ୍ଷା ଆଇନ ଡ୍ରାଫ୍ଟ ଦ୍ବାରା ହଂକଂର ସ୍ବାଧୀନତା କ୍ଷୁର୍ଣ୍ଣ ହେବ ବୋଲି ମାନବାଧିକାର ଅଧିକାରୀମାନେ ସନ୍ଦେହ ପ୍ରକାଶ କରିଛନ୍ତି ।

ସୂଚନା ମୁତାବକ ହଂକଂ ଉପରେ ଚୀନର ଦବଦବାକୁ ହଂକଂବାସୀ ତୀବ୍ର ବିରୋଧ କରିଆସିଛନ୍ତି । ଏନେଇ ଦୀର୍ଘ ଦିନ ହେବ ହଂକଂରେ ଉତ୍ତେଜନାତ୍ମକ ପରିସ୍ଥିତି ଲାଗି ରହିଛି । ଦୈନିକ ଏହି ନୀତି ବିରୋଦ୍ଧରେ ବିକ୍ଷୋଭ ଜାରି ରହୁଛି । ସେପଟେ ଏହି ମାମଲାର ବିଚାର ପାଇଁ ହଂକଂ ମୁଖ୍ୟ କାର୍ଯ୍ୟକାରୀ କ୍ୟାରି ଲ୍ୟାମଙ୍କୁ ବିଚାରପତି ଚୟନର ଅଧିକାର ଦିଆଯିବାକୁ ମଧ୍ୟ ସାଧାରଣରେ ବିରୋଧ କରାଯାଇଛି । ହେଲେ କ୍ୟାରି ଚୀନର ଆଇନ ସପକ୍ଷରେ ନିଜ ସମର୍ଥନ ନେଇ ଖୋଲାଖୋଲି ଭାବେ ପ୍ରକାଶ କରିଛନ୍ତି । ଯାହା ନିଆଁରେ ଘିଅ ଢାଳିବା ପରି ହଂକଂବାସୀଙ୍କ ଭାବନାକୁ ଆଘାତ କରିଛି ।

@IANS

ABOUT THE AUTHOR

...view details