ଓଡିଶା

odisha

ETV Bharat / international

ଲଗାତାର 20 ଦିନ ପାଇଁ ହଂକଂରେ ନାହିଁ ନୂଆ କୋରୋନା ମାମଲା - କୋରୋନା ଅପଡେଟ

ଶୁକ୍ରବାର ହଂକଂରେ କୋରୋନା ଲକଡାଉନ କଟକଣା କୋହଳ ହେବା ପରେ ବି ଏଠାରେ ଦେଖିବାକୁ ମିଳିଛି ସକାରାତ୍ମକ ପ୍ରଭାବ । ଶନିବାର ଲଗାତାର 20ତମ ଦିନ ପାଇଁ ହଂକଂରେ କୌଣସି କୋରୋନା ସଂକ୍ରମଣର ନୂଆ ମାମଲା ଦେଖାଯାଇନଥିବା ଜଣା ପଡିଛି । ଅଧିକ ପଢ଼ନ୍ତୁ...

lockdown in hong kong, corona in hong kong, corona update, coronavirus news, ହଂକଂରେ ଲକଡାଉନ, ହଂକଂରେ କୋରୋନା, କୋରୋନା ଅପଡେଟ, କୋରୋନା ଭାଇରସ ନ୍ୟୁଜ୍‌
ଲଗାତାର 20 ଦିନ ପାଇଁ ହଂକଂରେ ନାହିଁ ନୂଆ କୋରୋନା ମାମଲା

By

Published : May 10, 2020, 12:19 AM IST

ହଂକଂ: ଶୁକ୍ରବାର ହଂକଂରେ କୋରୋନା ଲକଡାଉନ କଟକଣା କୋହଳ ହେବା ପରେ ବି ଏଠାରେ ଦେଖିବାକୁ ମିଳିଛି ସକାରାତ୍ମକ ପ୍ରଭାବ । ଶନିବାର ଲଗାତାର 20ତମ ଦିନ ପାଇଁ ହଂକଂରେ କୌଣସି କୋରୋନା ସଂକ୍ରମଣର ନୂଆ ମାମଲା ଦେଖାଯାଇନଥିବା ଜଣା ପଡିଛି । ସେପଟେ ଶନିବାର ଏଠାରେ 4 ଜଣଙ୍କର କୋରୋନାରେ ମୃତ୍ୟୁ ହୋଇଥିବା ରେକର୍ଡ ହୋଇଛି । ବାହାର ଦେଶରୁ ଆସି କୋରୋନାରେ ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ସହ ହଂକଂରେ ମୋଟ କୋରୋନା ଆକ୍ରାନ୍ତ ସଂଖ୍ୟା 1044ରେ ପହଞ୍ଚିଛି ।

ହଂକଂ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ କହିବା ଅନୁଯାୟୀ ଯଦି ଦେଶରେ ଏପରି ଅବସ୍ଥା 28 ଦିନ ପର୍ଯ୍ୟନ୍ତ ଜାରି ରୁହେ, ତେବେ ଦେଶ କୋରୋନାରୁ ମୁକ୍ତ ବୋଲି କୁହାଯାଇପାରେ । ସେପଟେ ଶୁକ୍ରବାର କୋରୋନା ଲକଡାଉନ କୋହଳ କରାଯାଇ ହଂକଂରେ ଜିମ, ସେଲୁନ, ବିୟୁଟି ପାର୍ଲର, ବାର, ରେସ୍ତୋରାଁ ଓ ଅନ୍ୟ ଜନସାଧାରଣ ସ୍ଥାନଗୁଡିକ ଖୋଲା ଯାଇଛି । ସାମାଜିକ ଦୂରତାକୁ ମଧ୍ୟ କିଛି ମାତ୍ରାରେ କୋହଳ କରାଯାଇଛି । ରେସ୍ତୋରାଁରେ 4 ଜଣଙ୍କ ବଦଳରେ 8 ଜଣ ବସିବା ପାଇଁ ଅନୁମତି ଦିଆଯାଇଛି । ଏଥିସହ ମାସ୍କ ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି ।

ତେବେ ଚୀନରୁ ହଂକଂ ଆସୁଥିବା ବ୍ୟକ୍ତିଙ୍କୁ ବି 14 ଦିନିଆ କ୍ବାରେଣ୍ଟାଇନରେ ରହିବାର ନିୟମ ଲାଗୁ କରାଯାଇଛି ।

@IANS

ABOUT THE AUTHOR

...view details