କାବୁଲ: କୋରୋନା ଭାଇରସ ବିସ୍ତାର କାରଣରୁ ସାରା ବିଶ୍ବରେ ଗୋଟିଏ ପଟେ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି । ଅନ୍ୟପଟେ ବିଶ୍ବସମୂହ ଆଗରେ କୋରୋନା ନୂଆ ନୂଆ ବିପଦ ଆଣିଛି । ବିଶ୍ବ ଅର୍ଥନୀତି କୋରୋନାର କୋରଡା ମାଡରେ ଏକ ପ୍ରକାର ଦୁର୍ବଳ ହୋଇଛି । ଏବେ କୋରୋନା କାରଣରୁ ଆଫଗାନିସ୍ତାନରେ ଖାଦ୍ୟ ଏବଂ ଅନ୍ୟାନ୍ୟ ଜରୁରୀ ଦ୍ରବ୍ୟର ମୂଲ୍ୟ ଦ୍ବିଗୁଣିତ ହୋଇଛି ।
କୋରୋନା ଭାଇରସ୍ ସଂକ୍ରମଣର କ୍ରମାଗତ ବୃଦ୍ଧି ଏବଂ ପାକିସ୍ଥାନ, ଇରାନ ସହିତ ସୀମା ସଂଲଗ୍ନ କାରଣୁ ଆଫଗାନିସ୍ତାନ ପ୍ରଭାବିତ ହୋଇଛି । ଆଫଗାନିସ୍ତାନରେ ଏପର୍ଯ୍ୟନ୍ତ ମାତ୍ର 16 ଟି କୋରୋନା ଭାଇରସ୍ ରିପୋର୍ଟ ରହିଛି । ମାତ୍ର କୋରୋନା କାରଣରୁ ଦେଶରେ ଖାଦ୍ୟ ଓ ଅନ୍ୟାନ୍ୟ ଜରୁରୀ ଦ୍ରବ୍ୟର ମୂଲ୍ୟ ଦୁଇଗୁଣା ହୋଇଛି ।
ମଙ୍ଗଳବାର ସରକାର ଦେଶର ବିଭିନ୍ନ ବ୍ୟବସାୟୀଙ୍କୁ ନୋଟିସ୍ ପଠାଇ ଅଧିକ ମୂଲ୍ୟରେ ଖାଦ୍ୟ ବିକ୍ରୟ ନକରିବାକୁ କହିଛି । ଏହା ମଧ୍ୟ ଚେତାବନୀ ଦେଇଛି ଯେ, ଏଭଳି କରିବା ଅପରାଧ । ଯଦି କେହି ଅପରାଧ କରୁଥିବା ସମୟରେ ଧରା ପଡେ ତେବେ ତାହା ବିରୋଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।