ପୋଙ୍ଗୟାଙ୍ଗ: ସାରାବିଶ୍ବ ଏବେ ମହାମାରୀ କୋରୋନା ସହ ସଙ୍ଘର୍ଷ କରୁଥିବା ବେଳେ ଏପଟେ ଭୋକରେ ଛଟପଟ ହେଉଛି ଉତ୍ତର କୋରିଆ । ଉତ୍ତର କୋରିଆର ଆର୍ଥିକ ଅବସ୍ଥା ଖରାପ ହେବା ନେଇ ଦୀର୍ଘ ଦିନ ଧରି ରିପୋର୍ଟ ହୋଇ ଆସୁଥିଲା, କିନ୍ତୁ ବର୍ତ୍ତମାନ ଯେଉଁ ରିପୋର୍ଟ ଆସିଛି ତାହା ଅତ୍ୟନ୍ତ ଚିନ୍ତାଜନକ । ଏଠାରେ ବର୍ତ୍ତମାନ ଲୋକମାନେ ଖାଦ୍ୟ ପାଇଁ ଡହଳ ବିକଳ ହେଉଛନ୍ତି ଏବଂ ସେମାନଙ୍କର ଅତ୍ୟାବଶ୍ୟକ ସାମଗ୍ରୀ ସାଧାରଣ ଦର ଅପେକ୍ଷା ଅନେକ ଗୁଣ ଅଧିକ ମୂଲ୍ୟରେ ନେବାକୁ ପଡ଼ୁଛି । ତେବେ ଦେଶର ଏଭଳି ଆର୍ଥିକ ସ୍ଥିତିକୁ ସ୍ବୀକାର କରିଛନ୍ତି ଉତ୍ତର କୋରିଆର ରାଷ୍ଟ୍ରପତି କିମ୍ ଜୋଙ୍ଗ ଉନ ।
ନିକଟରେ ଏକ ବୈଠକରେ କିମ ମାନିଛନ୍ତି ଯେ, ଦେଶର ସ୍ଥିତି ବର୍ତ୍ତମାନ ବହୁତ ଶୋଚନୀୟ ରହିଛି । ଖାଦ୍ୟାଭାବ କାରଣରୁ ଉତ୍ତର କୋରିଆରେ ମହଙ୍ଗା ଶିଖରରେ ପହଞ୍ଚିଛି । ଦରଦାମ ଏତେ ବଢି ଯାଇଛି ଯେ, ସାଧାରଣ ଲୋକଙ୍କ ପାଇଁ ଓଳିଏ ଖାଦ୍ୟ ଯୋଗାଡ କରିବା ମୁସ୍କିଲ ହୋଇ ପଡିଛି । ଏହାସହ ଦେଶର କୃଷି କ୍ଷେତ୍ର ଏହାର ଶସ୍ୟ ଉତ୍ପାଦନ ଲକ୍ଷ୍ୟ ପୂରଣ କରିବାରେ ବିଫଳ ହୋଇଛି ବୋଲି ମଧ୍ୟ ସେ ସ୍ବୀକାର କରିଛନ୍ତି । ଏହାର କାରଣ ଗତ ବର୍ଷ ଆସିଥିବା ଝଡ ଏବଂ ଏହା ଦ୍ବାରା ସୃଷ୍ଟି ହୋଇଥିବା ବନ୍ୟା ବୋଲି କୁହାଯାଉଛି । ବର୍ତ୍ତମାନ ଏହାର ରାଜଧାନୀ ପ୍ୟୋଙ୍ଗୟଙ୍ଗରେ ବ୍ଲାକ ଟିର ଏକ ଛୋଟ ପ୍ୟାକେଜ୍ର ମୂଲ୍ୟ ୭୦ ଡଲାର(ପ୍ରାୟ ୫,୧୬୭ ଟଙ୍କା) ଗୋଟିଏ କଫି ପ୍ୟାକେଟ୍ର ମୂଲ୍ୟ ୧୦୦ ଡଲାର (୭,୩୮୧ ଟଙ୍କା), ଏକ କିଲୋଗ୍ରାମ କଦଳୀର ମୂଲ୍ୟ ୪୫ ଡଲାର (୩୩୦୦) ଟଙ୍କା ରହିଛି ।