ଓଡିଶା

odisha

ETV Bharat / international

ଇଣ୍ଡୋନେସିଆରେ ବନ୍ୟା ପରିସ୍ଥିତି: 16 ମୃତ, 23 ନିଖୋଜ

ଇଣ୍ଡୋନେସିଆର ଦକ୍ଷିଣ ସୁଲାୱେସି ପ୍ରଦେଶରେ ବନ୍ୟା ପରିସ୍ଥିତି ଯୋଗୁଁ ସେଠାରେ ଅତି କମରେ 16 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 23 ଜଣ ନିଖୋଜ ଅଛନ୍ତି ।

By

Published : Jul 15, 2020, 3:03 PM IST

ଇଣ୍ଡୋନେସିଆ
ଇଣ୍ଡୋନେସିଆ

ଜାକର୍ତ୍ତା: ଇଣ୍ଡୋନେସିଆର ଦକ୍ଷିଣ ସୁଲାୱେସି ପ୍ରଦେଶରେ ବନ୍ୟାର କରାଳ ରୂପ ଦେଖିବାକୁ ମିଳିଛି । ବନ୍ୟା ପରିସ୍ଥିତି ଯୋଗୁଁ ସେଠାରେ ଅତି କମରେ 16 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 23 ଜଣ ନିଖୋଜ ଅଛନ୍ତି । ଏନେଇ ବୁଧବାର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।

ରାଷ୍ଟ୍ରୀୟ ବିପର୍ଯ୍ୟୟ ପ୍ରଶମନ ଏଜେନ୍ସି ମୁଖପାତ୍ର ରାଦିଆ ଜାତି ଏନେଇ କହିଛନ୍ତି, ଏହି ବନ୍ୟା ପରିସ୍ଥିତି ଯୋଗୁଁ 16 ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ 23 ଜଣ ନିଖୋଜ ଅଛନ୍ତି । ସେମାନଙ୍କୁ ଖୋଜାଯାଉଛି । ତେବେ ସୋମବାର ସନ୍ଧ୍ୟାରେ ବନ୍ୟା ପରିସ୍ଥିତି ଆରମ୍ଭ ହୋଇଥିଲା ଏବଂ ପ୍ରବଳ ବର୍ଷା ଯୋଗୁଁ ତିନୋଟି ନଦୀ ପ୍ରବାହିତ ହୋଇଥିଲା। ଏହି ବନ୍ୟା ଯୋଗୁଁ ଉତ୍ତର ଲୁୱୁରେ ଥିବା 6 ଟି ଉପଖଣ୍ଡର 4,000 ରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ଇଣ୍ଡୋନେସିଆରେ ପ୍ରବଳ ବର୍ଷା, ଭୂସ୍ଖଳନ ଏବଂ ବନ୍ୟା ପରିସ୍ଥିତି ବାରମ୍ବାର ଦେଖାଦେଇଥାଏ ।

ABOUT THE AUTHOR

...view details