ଓଡିଶା

odisha

ETV Bharat / international

ତିବ୍ଦତରେ ପ୍ରଥମ କୋରୋନା ରୋଗୀ ଚିହ୍ନଟ - tibet

ତିବ୍ଦତରେ ପ୍ରଥମ କୋରୋନା ରୋଗୀ ଚିହ୍ନଟ । ଚୀନ ଫେରନ୍ତା 34 ବର୍ଷୀୟ ଜାଙ୍ଗଙ୍କ ଠାରେ ଦେଖାଦେଇଛି କୋରୋନା ଭାଇରାସ । ଅଧିକ ପଢନ୍ତୁ...

first corona patient confirmed in tibet
ଡିଜାଇନ ଫଟୋ

By

Published : Jan 30, 2020, 11:15 AM IST


ଲାହାସା: ଚୀନ, ଭାରତ ପରେ ତିବ୍ବତ ମୁହାଁ କୋରୋନା । ତିବ୍ଦତର ପ୍ରଥମ ରୋଗୀ ଚିହ୍ନଟ । 34 ବର୍ଷୀୟ ଜାଙ୍ଗ ଚୀନର ହୁବେଇ ଅଞ୍ଚଳରେ ବସବାସ କରୁଥିଲେ । ହେଲେ ସେ ଚୀନରୁ ବୁଧବାର ତିବ୍ଦତ ଫେରିଥିଲେ । ପରୀକ୍ଷା ପରେ ତାଙ୍କୁ ମଧ୍ୟ କୋରୋନା ଆକ୍ରମଣ କରିଥିବା ସ୍ପଷ୍ଟ ହୋଇଛି ।

ବର୍ତ୍ତମାନ ସୁଦ୍ଧା 170 ଜଣଙ୍କ ପ୍ରାଣ ନେଲାଣି ଏହି ଭୂତାଣୁ । ଏଥିରେ ଆକ୍ରାନ୍ତଙ୍କ ସଂଖ୍ୟା 1700 ଛୁଇଁଲାଣି । ଏହି ରୋଗ କମିବା ପରିବର୍ତ୍ତେ ବଢିବାରେ ଲାଗିଛି । ଅନ୍ୟ ଦେଶ ମାନଙ୍କରେ କୋରୋନା ଆତଙ୍କକୁ ନେଇ ପ୍ରତିକାରର ବ୍ୟବସ୍ଥା କରାଯାଉଛି ।

ଏହି ଭାଇରସ ଧୀରେ ଧୀରେ ବ୍ୟାପୁଥିବାରୁ ଉହାନ ସମେତ ଚୀନର ୧୩ଟି ସହରକୁ ଯିବା ଆସିବା ଉପରେ ପ୍ରତିବନ୍ଧକ ମଧ୍ୟ ଲଗାଯାଇଛି। ଚୀନର ସବୁଠୁ ଅଧିକ ଲୋକ ବସବାସ କରୁଥିବା ସହର ଉହାନରେ ଏହି ଭାଇରସ ଦ୍ବାରା ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି ବୋଲି ହୁବେଇ ସ୍ବାସ୍ଥ୍ୟ କମିଶନ କହିଛନ୍ତି ।

ABOUT THE AUTHOR

...view details