କାବୁଲ: ଆଫଗାନିସ୍ତାନ ଏବଂ ତାଲିବାନ ଆତଙ୍କୀ ମୁହାଁମୁହିଁ । ସଂଘର୍ଷରେ 100 ଆତଙ୍କୀ ନିପାତ ହୋଇଥିବାବେଳେ 90 ଜଣ ସୁରକ୍ଷାକର୍ମୀ ସହିଦ ହୋଇଛନ୍ତି । ଗତ 24 ଘଣ୍ଟା ମଧ୍ୟରେ ଆଫଗାନିସ୍ତାନର ପ୍ରାୟ 80 ଜିଲ୍ଲା ଏହି ରକ୍ତାକ୍ତ ସଂଘର୍ଷର ପ୍ରତ୍ୟକ୍ଷଦର୍ଶୀ ସାଜିଛି । TOLOnews ନାମକ ଏକ ଗଣମାଧ୍ୟମ ରିପୋର୍ଟରୁ ଏହା ଜଣାପଡିଛି । ତେବେ ତାଲିବାନ କିମ୍ବା ଆଫଗାନ ସରକାର ପକ୍ଷରୁ ମୃତାହତ ସମ୍ପର୍କରେ ସଠିକ୍ ସୂଚନା ଦିଆଯାଇ ନାହିଁ ।
ଗଣମାଧ୍ୟମ ରିପୋର୍ଟ ମୁତାବକ, ଫରୟାବ ଦୌଲତାତବାଦରେ ସୁରକ୍ଷାକର୍ମୀ ଓ ଆତଙ୍କୀ ମୁହାଁମୁହିଁ ହୋଇଥିଲେ । ରାଷ୍ଟ୍ରର ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ସୁରକ୍ଷାକର୍ମୀ କୁ୍ଣ୍ଡଜ ପ୍ରଦେଶର ଖଣ୍ଡାବାଦ ଜିଲ୍ଲାକୁ ପୁଣି ନିୟନ୍ତ୍ରଣାଧୀନ କରିଛି । ଯାହା ଦୁଇ ଦିନ ପୂର୍ବରୁ ତାଲିବାନ ଅଧିନରେ ରହିଥିଲା । ଏହି ସମୟରେ ସଂଘର୍ଷ ଘଟି ପ୍ରାୟ 20 ସୁରକ୍ଷାକର୍ମୀ ସହିଦ ହେବା ସହ ଅନେକ ଆହତ ହୋଇଥିବା କୁଣ୍ଡଜ ପୋଲିସ କମାଣ୍ଡର ପ୍ରକାଶ କରିଛନ୍ତି ।