କାବୁଲ: ଆଫଗାନିସ୍ତାନର ଦକ୍ଷିଣ କନ୍ଧାର ପ୍ରଦେଶରେ ନାଟୋ ନେତୃତ୍ୱାଧୀନ ଆନ୍ତର୍ଜାତୀୟ ବାହିନୀର ଆକ୍ରମଣରେ 15 ତାଲିବାନ ଆତଙ୍କବାଦୀ ନିହତ ହୋଇଛନ୍ତି । ଏହି ଆକ୍ରମଣରେ ଅନ୍ୟ 6 ଜଣ ଆତଙ୍କବାଦୀ ଗୁରୁତର ଆହତ ହୋଇଥିବା ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।
କନ୍ଧାରରୱ ଅରଙ୍ଗଡାବ ଜିଲ୍ଲାର ସିୟାସଂଗ ଘାଟିରେ ଶୁକ୍ରବାର ରାତି ପ୍ରାୟ 11ଟା ସମୟରେ ତାଲିବାନ ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିବାକୁ ଯୋଜନା ପ୍ରସ୍ତୁତ କରିଥିଲେ । ଏନେଇ ସୁରକ୍ଷାକର୍ମୀଙ୍କୁ ବିଶେଷ ସୂତ୍ରରୁ ସୂଚନା ମିଳିଥିଲା । ତେବେ ଆତଙ୍କବାଦୀଙ୍କ ଆକ୍ରମଣ ପୂର୍ବରୁ ଅନ୍ତରାଷ୍ଟ୍ରୀୟ ସୁରକ୍ଷା ସହାୟତା ବାହିନୀ (ଆଇଏସଏଏଫ) ତାଲିବାନ ଶିବିର ଉପରେ ଏୟାର ଷ୍ଟ୍ରାଇକ କରିଥିଲେ । ଏଥିରେ ଘଟଣା ସ୍ଥଳରେ 15 ଆତଙ୍କବାଦୀ ନିପାତ ହୋଇଥିବା ବେଳେ 6 ଜଣ ଆହତ ହୋଇଥିଲେ ।