ଓଡିଶା

odisha

ETV Bharat / international

ଦେଶ ଛାଡିଲେ ଘନି, ନାଗରିକଙ୍କୁ ଭୟ ନ କରିବାକୁ ତାଲିବାନର ଅପିଲ - ତଲିବାନ

ଭୟ ଓ ଉତ୍ତେଜନାପୂର୍ଣ୍ଣ ସ୍ଥିତି ମଧ୍ୟରେ ରାଷ୍ଟ୍ରପତି ପଦରୁ ଇସ୍ଥଫା ଦେଇଛନ୍ତି ଅସରଫ ଘନି । କେବଳ ସେତିକି ନୁହେଁ, କ୍ଷମତା ହସ୍ତାନ୍ତର ପରେ ଦେଶ ଛାଡିଦେଛନ୍ତି ଘନି । ଅଧିକ ପଢନ୍ତୁ...

ଦେଶ ଛାଡିଲେ ଘନି, ନାଗରିକଙ୍କୁ ଭୟ ନ କରିବାକୁ ତାଲିବାନର ଅପିଲ
ଦେଶ ଛାଡିଲେ ଘନି, ନାଗରିକଙ୍କୁ ଭୟ ନ କରିବାକୁ ତାଲିବାନର ଅପିଲ

By

Published : Aug 15, 2021, 9:01 PM IST

କାବୁଲ: ବନ୍ଧୁକ ମୁନରେ ସମ୍ପୂର୍ଣ୍ଣ ଆଫଗାନିସ୍ତାନର ରାଜଧାନୀ କାବୁଲକୁ ନିଜ ନିୟନ୍ତ୍ରଣକୁ ନେଇସାରିଛି ତାଲିବାନ । ଭୟ ଓ ଉତ୍ତେଜନାପୂର୍ଣ୍ଣ ସ୍ଥିତି ମଧ୍ୟରେ ରାଷ୍ଟ୍ରପତି ପଦରୁ ଇସ୍ଥଫା ଦେଇଛନ୍ତି ଅସରଫ ଘନି । କେବଳ ସେତିକି ନୁହେଁ, କ୍ଷମତା ହସ୍ତାନ୍ତର ପରେ ଦେଶ ଛାଡିଦେଛନ୍ତି ଘନି ।

ସୂଚନା ଅନୁଯାୟୀ, ଅସରଫ ଘନି ଆଫଗାନିସ୍ତାନ ଛାଡି ତାଜାକିସ୍ତାନ ପଳାୟନ କରିଛନ୍ତି । ୧୦୦ରୁ ଉର୍ଦ୍ଧ୍ବ ଦିନର ସଂଘର୍ଷ ପରେ ସମ୍ପୂର୍ଣ୍ଣ ଆଫଗାନିସ୍ତାନକୁ ନିଜ କବଜାକୁ ନେଇଛି ତାଲିବାନ । କାବୁଲ ଦଖଲ ପରେ ଏହା ନିଶ୍ଚିତ ହୋଇସାଛି ଯେ ତାଲିବାନ ଆତଙ୍କୀଙ୍କ ସାମ୍ନାରେ ଆତ୍ମସର୍ପଣ କରିଛନ୍ତି ଘନି ସରକାର । ଏହାପରେ ଚାଲିଛି କ୍ଷମତା ହସ୍ତାନ୍ତର ପ୍ରକ୍ରିୟା ।

ତାଲିବାନ ଡେପୁଟି ଚିଫ୍‌ ମୁଲ୍ଲା ବରାଦର ଆଫଗାନିସ୍ତାନ ନେତା ଅସରଫ ଘନିଙ୍କଠାରୁ କ୍ଷମତା ହସ୍ତାନ୍ତର ପାଇଁ ଆଲୋଚନା କରିବାକୁ କାବୁଲ ପହଁଞ୍ଚିଥିଲେ । ଶାନ୍ତିପୂର୍ଣ୍ଣ ଢଙ୍ଗରେ ଆଲୋଚନା ଜରିଆରେ କ୍ଷମତା ହସ୍ତାନ୍ତରକୁ ତାଲିବାନ ଅପକ୍ଷେ କରିଥିବା କହିଥିଲେ ମୁଲ୍ଲା ବରାଦର ।

ଏପଟେ ଘନିଙ୍କ ଦେଶ ଛାଡିବା ନେଇ ଆଫଗାନିସ୍ତାନ NCNR ମୁଖ୍ୟ ଏ.ଅବଦୁଲ୍ଲା କହିଛନ୍ତି, କାବୁଲରେ ପ୍ରବେଶ ପୂର୍ବରୁ ତାଲିବାନ ଆଲୋଚନା କରିବା ଉଚିତ । ଏଥିପାଇଁ କିଛି ଘଣ୍ଟାର ସମୟ ମାଗିଛନ୍ତି ଅବଦୁଲ୍ଲା । ସେପଟେ କିନ୍ତୁ କାବୁଲରେ ପ୍ରବେଶ କରିବା ପରେ ପୋଲିସ ଓ ଜନସାଧାରଣଙ୍କୁ ଭୟ ନକରିବାର ଆବଶ୍ୟକତା ନଥିବା କହିଛନ୍ତି ।

ABOUT THE AUTHOR

...view details