ପ୍ୟାରିସ: ଫାଇନାନ୍ସିଆଲ ଆକ୍ସନ ଟାସ୍କଫୋର୍ସ (ଏଫଏଟିଏଫ) ପୁଣି ଥରେ ପାକିସ୍ତାନକୁ ଜୋରଦାର ଝଟକା ଦେଇଛି । ଅନ୍ତର୍ଜାତୀୟ ସ୍ତରରେ ବେଆଇନ ଅର୍ଥ କାରବାର ଉପରେ ତୀକ୍ଷ୍ଣ ନଜର ରଖୁଥିବା ଏଫଏଟିଏଫ ପାକିସ୍ତାନକୁ ପୁର୍ବବତ ଗ୍ରେ-ଲିଷ୍ଟ(ଧୂସର ତାଲିକା)ରେ ସ୍ଥାନକୁ ବଳବତ୍ତର ରଖିଛି । ମାତ୍ର ଏଥିରେ ଇମ୍ରାନ ସରକାରଙ୍କୁ କୌଣସି ପ୍ରକାର ଆଶ୍ବସ୍ତି ମିଳିପାରିବ ନାହିଁ । ସୁଧୁରିବା ପାଇଁ FATFର ଅନ୍ତିମ ଚେତାବନୀ, ନହେଲେ ପାକିସ୍ତାନକୁ କଳା ତାଲିକାଭୁକ୍ତ କରାଯିବ ବୋଲି ସତର୍କବାଣୀ ଦିଆଯାଇଛି ।
ଗ୍ରେ-ଲିଷ୍ଟରେ ପାକିସ୍ତାନ, ସୁଧୁରିବା ପାଇଁ FATFର ଅନ୍ତିମ ଚେତାବନୀ
ଫାଇନାନ୍ସିଆଲ ଆକ୍ସନ ଟାସ୍କଫୋର୍ସ (ଏଫଏଟିଏଫ) ପୁଣି ଥରେ ପାକିସ୍ତାନକୁ ଜୋରଦାର ଝଟକା ଦେଇଛି । ଅନ୍ତର୍ଜାତୀୟ ସ୍ତରରେ ବେଆଇନ ଅର୍ଥ କାରବାର ଉପରେ ତୀକ୍ଷ୍ଣ ନଜର ରଖୁଥିବା ଏଫଏଟିଏଫ ପାକିସ୍ତାନକୁ ପୁର୍ବବତ ଗ୍ରେ-ଲିଷ୍ଟ(ଧୂସର ତାଲିକା)ରେ ସ୍ଥାନକୁ ବଳବତ୍ତର ରଖିଛି । ଅଧିକ ପଢନ୍ତୁ...
ଫାଇଲ ଫଟୋ
ପାକିସ୍ତାନକୁ ସତର୍କବାଣୀ ଜାରି କରିଛି ଏଫଏଟିଏଫ । ଆସନ୍ତା 4 ମାସ ଭିତରେ 13ଟି ସୂତ୍ରୀୟ ପ୍ରୋଗାମ ଉପରେ ଦୃଷ୍ଟି ନଦେଲେ ପାକିସ୍ତାନକୁ କଳା ତାଲିକାଭୁକ୍ତ କରିବା ପାଇଁ ଚେତାବନୀ ଦିଆଯାଇଛି । ପାକିସ୍ତାନର ବନ୍ଧୁ କୁହାଯାଉଥିବା ତୁର୍କୀ ଓ ମାଲେସିଆ ଏହି ବୈଠକରେ ପାକିସ୍ତାନକୁ ସମର୍ଥନ ଦେଇଥିଲେ ।
ପାକିସ୍ତାନ ଏହି ସମସ୍ତ ସର୍ତ୍ତକୁ ପାଳନ କରିବା ଦିଗରେ କାମ କରୁଛି ଓ ଆତଙ୍କୀ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିବାରେ ଆବଶ୍ୟକୀୟ ପଦକ୍ଷେପ ନେବା ଜାରି ରଖୁଥିବା ଯୁକ୍ତି ରଖିଛି । ଦୁଇ ଦେଶ ପାକିସ୍ତାନ ପ୍ରତି ନରମ ମନୋଭାବ ଦେଖାଇଥିଲେ ।