ଓଡିଶା

odisha

ETV Bharat / international

FATFରେ ପାକ୍‌କୁ ହ୍ବାଇଟ ତାଲିକାରେ ଆଣିବାକୁ ବିଲ୍‌ ଆଣିଲେ ଇମ୍ରାନ ସରକାର - ଇମ୍ରାନ ସରକାର

ଫାଇନାନ୍ସିଆଲ୍ ଆକ୍ସନ୍ ଟାସ୍କ ଫୋର୍ସ (FATF)ରେ ଗ୍ରେ ତାଲିକାରୁ ହ୍ବାଇଟ ତାଲିକାକୁ ଆସିବା ପାଇଁ ଏହି ପାକ୍‌ ସଂସଦରେ ଏହି ବିଲ୍‌ ପାରିତ ହୋଇଛି । ତେବେ ପାକିସ୍ତାନ FATFରେ ଗ୍ରେ ତାଲିକାରୁ ହ୍ବାଇଟ ତାଲିକାକୁ ଆସିବ ବୋଲି ପାକିସ୍ତାନ ବୈଦେଶିକ ମନ୍ତ୍ରୀ ମହମଦ କ୍ୟୁରେଶି ବୁଧବାର ଦାବି କରିଛନ୍ତି ।

ଇମ୍ରାନ ସରକାର
ଇମ୍ରାନ ସରକାର

By

Published : Jul 30, 2020, 1:14 PM IST

ଇସଲାମାବାଦ: ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇ ଅନ୍ତର୍ଜାତୀୟ ମଞ୍ଚରେ ସମାଲୋଚନାର ଶିକାର ହୋଇଥିବା ପାକିସ୍ତାନ ବର୍ତ୍ତମାନ ନିଜକୁ ପରିଷ୍କାର ପ୍ରଦର୍ଶନ କରିବାକୁ ଚେଷ୍ଟା କରୁଛି। ଏଥିପାଇଁ ବୁଧବାର ପାକିସ୍ତାନ ସଂସଦରେ ଏକ ବିଲ୍ ମଧ୍ୟ ଅଣାଯାଇଛି । ଫାଇନାନ୍ସିଆଲ୍ ଆକ୍ସନ୍ ଟାସ୍କ ଫୋର୍ସ (FATF)ରେ ଗ୍ରେ ତାଲିକାରୁ ହ୍ବାଇଟ ତାଲିକାକୁ ଆସିବା ପାଇଁ ଏହି ପାକ୍‌ ସଂସଦରେ ଏହି ବିଲ୍‌ ପାରିତ ହୋଇଛି । ତେବେ ପାକିସ୍ତାନ FATFରେ ଗ୍ରେ ତାଲିକାରୁ ହ୍ବାଇଟ ତାଲିକାକୁ ଆସିବ ବୋଲି ପାକିସ୍ତାନ ବୈଦେଶିକ ମନ୍ତ୍ରୀ ମହମୁଦ କୁରେଶି ବୁଧବାର ଦାବି କରିଛନ୍ତି ।

ଏନେଇ ସେ କହିଛନ୍ତି, FATF ସହ ଜଡିତ ଏହି ବିଲ୍ ଆମକୁ ଧୂସରରୁ ଧଳା ତାଲିକାରେ ପହଞ୍ଚିବାରେ ସାହାଯ୍ୟ କରିବ। ପାକିସ୍ତାନୀ ଖବରକାଗଜ ଡନ୍ ଅନୁଯାୟୀ ପାକିସ୍ତାନ ସରକାର ବୁଧବାର ଦିନ FATF ସହ ଜଡିତ ଦୁଇଟି ବିଲ୍ ସଂସଦରେ ପାରିତ କରିବାରେ ସଫଳ ହୋଇଥିଲେ ।

ଗତ ମାସରେ ଭାରତ ଏନେଇ କହିଥିଲା, ଆତଙ୍କବାଦୀଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ପାକିସ୍ତାନ FATFର ଗ୍ରେ ତାଲିକାରେ ରହିବ। ଆତଙ୍କବାଦୀଙ୍କୁ ପାକିସ୍ତାନ ଆଶ୍ରୟ ଦେଉଛି ଏବଂ ଇମ୍ରାନ ସରକାର ଆତଙ୍କବାଦୀ ପାଣ୍ଠି ବିରୋଧରେ ଠୋସ୍ ପଦକ୍ଷେପ ନେଇ ନାହାଁନ୍ତି। FATFର କାର୍ଯ୍ୟ ଯୋଜନାର 27 ଟି କାର୍ଯ୍ୟ ମଧ୍ୟରୁ ପାକିସ୍ତାନ ଏପର୍ଯ୍ୟନ୍ତ 13 ଟି କାର୍ଯ୍ୟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହିଁ। ଏହାର ସମୟସୀମା ମଧ୍ୟ ସମାପ୍ତ ହୋଇଯାଇଛି । ପାକିସ୍ତାନ ଆତଙ୍କବାଦୀ ପାଣ୍ଠି ବିରୋଧରେ ଏପର୍ଯ୍ୟନ୍ତ କୌଣସି ଠୋସ୍ ପଦକ୍ଷେପ ନେଇ ନାହିଁ ବୋଲି ଏଥିରୁ ଜଣାପଡୁଛି ବୋଲି ଭାରତ କହିଥିଲା ।

ସୂଚନାଯୋଗ୍ୟ ଯେ, ଅକ୍ଟୋବର 2020 ସୁଦ୍ଧା ଆକ୍ସନ ପ୍ଲାନର ସମସ୍ତ ସର୍ତ୍ତ ପୂରଣ ହୋଇଥିଲେ ମଧ୍ୟ ଫେବୃଆରୀ 2021 ପର୍ଯ୍ୟନ୍ତ ପାକିସ୍ତାନ ଧୂସର ତାଲିକାରେ ରହିବ ବୋଲି ବିଶ୍ୱାସ କରାଯାଉଛି । ପାକର ସମସ୍ତ ଦାବି ଯାଞ୍ଚ କରିବା ପରେ ହିଁ FATF କୌଣସି ନିଷ୍ପତ୍ତି ନେବ।

ABOUT THE AUTHOR

...view details