ଓଡିଶା

odisha

ETV Bharat / international

ତାଲିବାନକୁ ଆତଙ୍କୀ ସଙ୍ଗଠନ ଘୋଷଣା କଲା Facebook, କଣ୍ଟେଣ୍ଟ ଉପରେ ଲାଗିଲା ବ୍ୟାନ - ତାଲିବାନ

ତାଲିବାନ ଉପରେ ପ୍ରତିବନ୍ଧକ ଲଗାଇଦେଇଛି ଫେସବୁକ(Facebook) । ତାଲିବାନର ଅନେକ ମୁଖପାତ୍ର, ନେତା ସୋସିଆଲ ମିଡିଆ ପ୍ଲାଟଫର୍ମରେ ସକ୍ରିୟ ଅଛନ୍ତି । ଅଧିକ ପଢନ୍ତୁ...

ତାଲିବାନକୁ ଆତଙ୍କୀ ସଙ୍ଗଠନ ଘୋଷଣା କଲା Facebook, କଣ୍ଟେଣ୍ଟ ଉପରେ ଲାଗିଲା ବ୍ୟାନ
ତାଲିବାନକୁ ଆତଙ୍କୀ ସଙ୍ଗଠନ ଘୋଷଣା କଲା Facebook, କଣ୍ଟେଣ୍ଟ ଉପରେ ଲାଗିଲା ବ୍ୟାନ

By

Published : Aug 17, 2021, 5:47 PM IST

ନୂଆଦିଲ୍ଲୀ: ଆଫଗାନିସ୍ତାନକୁ ସମ୍ପୂର୍ଣ୍ଣ କବଜା କରିସାରିଛି ତାଲିବାନ । ଯଦିଓ ଆତଙ୍କୀ ତାଲିବାନୀ ନିଜକୁ ନୂଆ ସରକାର ରୂପେ ଘୋଷଣା କରୁଛନ୍ତି, ହେଲେ ବନ୍ଧୁକ ମୁନରେ ଶାସନକୁ ସ୍ବୀକାର କରୁନି ବିଶ୍ବ । ଏହାରି ମଧ୍ୟରେ ନିଜ ପ୍ଲାଟଫର୍ମରେ ତାଲିବାନ ଉପରେ ପ୍ରତିବନ୍ଧକ ଲଗାଇଗଦେଇଛି ଫେସବୁକ(Facebook) ।

ନିୟମ ଆଧାରରେ ଆତଙ୍କୀ ସଙ୍ଗଠନକୁ ପ୍ଲାଟଫର୍ମରେ ସ୍ଥାନ ଦିଆଯାଇପାରିବ ନାହିଁ ବୋଲି କହିଛି ଫେସବୁକ । ଏଭଳି ସ୍ଥିତିରେ ତାଲିବାନ କିମ୍ବା ଏହାସହିତ ଜଡିତ କୌଣସି ଆକାଉଣ୍ଟ ଓ ପୋଷ୍ଟକୁ ଫେସବୁକରେ ଦର୍ଶାଯିବ ନାହିଁ ।

କେବଳ ଏତିକି ନୁହେଁ, ଫେସବୁକର କହିବାନୁଯାୟୀ ନିଜ ଟିମ୍‌ରେ ଆଫଗାନିସ୍ତାନର ଏକ୍ସପର୍ଟ ସାମିଲ ରହିଛନ୍ତି । ଏଥିରେ ପସ୍ତୋ ଓ ଡାରୀ ଭାଷା ଜାଣିଥିବା ଅଧିକାରୀଙ୍କୁ ରଖାଯାଇଛି । ଯଦି ଫେସବୁକରେ ତାଲିବାନ ସମର୍ଥିତକୌଣସି ପୋଷ୍ଟ ଆସେ ତେବେ ଏହା ଉପରେ ଏମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।

ତାଲିବାନର ଅନେକ ମୁଖପାତ୍ର, ନେତା ସୋସିଆଲ ମିଡିଆ ପ୍ଲାଟଫର୍ମରେ ସକ୍ରିୟ ଅଛନ୍ତି । ଏମାନଙ୍କ ମଧ୍ୟରୁ ଅନେକଙ୍କର ଫେସବୁକ, ଟ୍ବିଟର ଓ ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଆକାଉଣ୍ଟ ରହିଛି । ଆଉ ଏଠାରୁ କ୍ରମାଗତ ଏମାନେ ବୟାନ ଜାରି କରୁଛନ୍ତି ।

ABOUT THE AUTHOR

...view details